Below header

ମହାରାଷ୍ଟ୍ରରୁ ଆଉ ୮ ଜଣ ଓମିକ୍ରନ ସଂକ୍ରମିତ ଟିହ୍ନଟ, ଦେଶରେ ଓମିକ୍ରନ୍ ଆକ୍ରାନ୍ତ ୫୩କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ବି ବଢୁଛି ଓମିକ୍ରନ୍ କେସ୍ । ଆଜି ମହାରାଷ୍ଟ୍ରରୁ ଆଉ ୮ ଜଣ ଓମିକ୍ରନ ସଂକ୍ରମିତ ବାହାରିଛନ୍ତି । ଏଥି ମଧ୍ୟରୁ ମୁମ୍ବାଇରୁ କେବଳ ୭ ଜଣ ହୋଇଥିବା ବେଳେ ଭାସନୀ ବିହାରରୁ ଜଣେ ବୋଲି ଜଣାପଡ଼ିଛି। ୮ ଜଣଙ୍କ ମଧ୍ୟରୁ ୩ ଜଣ ମହିଳା ଏବଂ ୫ ଜଣ ପୁରୁଷ । ସମସ୍ତଙ୍କ ବୟସ ୨୪ରୁ ୪୧ ମଧ୍ୟରେ । ୩ ଜଣ ସଂକ୍ରମିତଙ୍କ ଠାରେ ଲକ୍ଷଣ ବିହୀନ ଥିବା ବେଳେ ୫ ଜଣଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ।

ଜଣେ ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଛଅ ଜଣ ହୋମ ଆଇସୋଲେସନରେ ଅଛନ୍ତି । ସମସ୍ତ ପଜିଟିଭଙ୍କ କୌଣସି ବିଦେଶ ଗସ୍ତର ସୂଚନା ମିଳିନାହିଁ । ମହାରାଷ୍ଟ୍ରରେ ଏବେ ସୁଦ୍ଧା ୨୮ ଜଣ ଓମିକ୍ରନ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି । ଗୁଜୁରାଟ, ରାଜସ୍ଥାନ, କର୍ଣ୍ଣାଟକ, ଆନ୍ଧ୍ର ଓ କେରଳ ସମେତ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ଚଣ୍ଡୀଗଡରେ ଓମିକ୍ରନ କେସ ଚିହ୍ନଟ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.