Below header

ଚୀନରେ ଏବେବି କମିନି ନନଭେଜ ପ୍ରେମ, ଭାଲୁ ଓ ଛେଳି ଭଳି ପଶୁଙ୍କୁ ମାରି ତିଆରି କରୁଛନ୍ତି ଦେଶୀ ଔଷଧ

ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ପାଇଁ ଆଜି ସାରା ଦୁନିଆ ଚିନ୍ତାରେ । ଦିନକୁ ଦିନ କରୋନାରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି । କୁହାଯାଉଛି ଯେ ଏହି ଭାଇରସ୍ ପଶୁମାନଙ୍କ ଠାରୁ ମଣିଷ ଦେହକୁ ଆସିଛି । ତେବେ ଏହାପରେ ମଧ୍ୟ ଚୀନର ଲୋକମାନେ ନିଜର ଏହି ଅଭ୍ୟାସକୁ ବଦଳାଇପାରି ନାହାଁନ୍ତି । ନିକଟରେ ସେମାନେ ପଶୁ ମାନଙ୍କର ଅନ୍ତ ଏବଂ ଶିଙ୍ଗରେ ଏକ ଦେଶୀ ଔଷଧ ପ୍ରସ୍ତୁତ କରୁଥିବା ନଜରକୁ ଆସିଛି । ଯାହାକୁ ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ ବ୍ୟବହାର କରିବେ ବୋଲି ଶୁଣିବାକୁ ମିଳିଛି ।

ସୂଚନା ଅନୁଯାୟୀ ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ କରୋନା ରୋଗୀଙ୍କ ଚିକିତ୍ସା ପାଇଁ କିଛି ଉପଚାର ବିଷୟରେ କହିଛି । ତେବେ ଏଥିରେ ଏକ  ଏପରି ଦେଶୀ ଔଷଧ ରହିଛି ଯାହା ଜଙ୍ଗଲି ଭାଲୁଙ୍କ ବାଇଲ (ଗଲ ବ୍ଲେଡର ମଧ୍ୟରେ ଥିବା ଏକ ତରଳ ପାଚକ ପଦାର୍ଥ) ଛେଳିର ଶିଙ୍ଗ ଏବଂ ତିନି ପ୍ରକାର ବୃକ୍ଷକୁ ନେଇ ପ୍ରସ୍ତୁତ କରାଯାଇଛି । ଯଦିଓ ଚୀନର ଏହି କାମକୁ ପଶୁ କାର୍ଯ୍ୟକର୍ତ୍ତା ମାନେ ବିରୋଧ କରିଛନ୍ତି ।

dawai1.jpg

ସୂଚନା ଅନୁଯାୟୀ ଗତ ତିନି ମାସ ମଧ୍ୟରେ କରୋନା ମହାମାରୀ କାରଣରୁ ପ୍ରାୟ ୨୦,୦୦୦ରୁ ଉର୍ଦ୍ଧ ଲୋକଙ୍କ ଜୀବନ ଯାଇ ସାରିଛି । ଯଦିଓ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଭାଇରସ ବାଦୁଡ଼ି, ସାପ ଏବଂ ପାଙ୍ଗୋଲିନ୍ ଭଳି ପଶୁଠାରୁ ଉତ୍ପନ୍ନ ହୋଇଛି ଏବଂ ଚୀନର ସ୍ବାସ୍ଥ୍ୟ ଅଧିକାରୀମାନେ ମାନେ ମଧ୍ୟ ପଶୁମାନଙ୍କ ଠାରେ ଏହି ଭାଇରସ୍ ଚିହ୍ନଟ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.