Below header

ବାହାରେ ବୁଲିବା ନେଇ ଲୋକପ୍ରିୟ କମେଡିୟାନଙ୍କ ଉପରେ ହେଲା ଲାଠି ଚାର୍ଜ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ମୁମ୍ବାଇ: ବିଶ୍ୱରେ କରୋନା ଭାଇରସର ଭୟ ଆତଙ୍କ ଖେଳାଇବା ପରେ ସାରା ବିଶ୍ୱକୁ ଲକଡାଉନ କରାଯାଇଛି। ବର୍ତ୍ତମାନ ଏହି ଲକଡାଉନକୁ ସଫଳ କରିବା ପାଇଁ ପ୍ରଶାସନ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ୨୧ ଦିନର ଏହି ଲକଡାଉନରେ କୌଣସି ବି ବ୍ୟକ୍ତି କିଛି ମହତ୍ତ୍ୱପୂର୍ଣ୍ଣ କାମ ବିନା ଘରୁ ବାହାରିବା ଅନୁଚିତ କିନ୍ତୁ କିଛି ଲୋକମାନେ ମଧ୍ୟ ଏହି ସବୁ କଥାକୁ ଧ୍ୟାନ ନଦେଇ ଘରୁ ବାହାରକୁ ବାହାରୁଛନ୍ତି।ଏହିଭଳି ଲୋକଙ୍କ ପାଇଁ ପ୍ରଶାସନ ଶକ୍ତ ପଦକ୍ଷେପ ଗ୍ରହଣ କରିବା ସହ ମାଡ ମଧ୍ୟ ମରାଯାଉଛି।

camedianସୂଚନା ମୁତାବକ ଏହି ଶକ୍ତ କଠୋର କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ଲୋକପ୍ରିୟ କମେଡିୟାନ ସୁନୀଲ ଗ୍ରୋବର। ସୁନୀଲ ଗ୍ରୋବର ପ୍ରଶାସନ କଥା ନମାନି ବାହାରକୁ ବାହାରିଥିଲେ। ଏହାପରେ ପୋଲିସ ସୁନୀଲଙ୍କ ଉପରେ ଲାଠି ଚାର୍ଜ କରିଥିଲା। ଏହି ବିଷୟରେ ନିଜେ ସୁନୀଲ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ସୁନୀଲ ସେୟାର କରିଥିବା ଏକ ଫଟୋରେ ତାଙ୍କୁ ପୋଲିସ ପିଟୁଥିବାର ନଜର ଆସିଛନ୍ତି। ବାସ୍ତବରେ ଏହା ଏକ ମିମ, ଯାହାକୁ ସୁନୀଲ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ମିମକୁ ସେୟାର କରି ସୁନୀଲ ଗ୍ରୋବର ଲେଖିଛନ୍ତି, ‘ହା ହା ହା . . . ଭଗବାନଙ୍କ ପାଇଁ ନିଜ ଘରେ ରୁହନ୍ତୁ।’

sunilଏହି ମିମ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଜରିଆରେ ସୁନୀଲ ଲୋକମାନଙ୍କୁ ଘରେ ରହିବା ପାଇଁ ନିବେଦନ କରିଛନ୍ତି। ଏଥିସହ ଏହି ଭିଡ଼ିଓରେ ସୁନୀଲଙ୍କୁ ଦର୍ଶକ ଅନେକ କମେଣ୍ଟ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.