Below header

କରୋନା ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସପା ନେତା ରମାକାନ୍ତ ଯାଦବ, କରୋନାକୁ କହିଥିଲେ ମିଛ ଗୁଜବ

ଆଜମଗଡ଼ ପୂର୍ବତନ ସାଂସଦ ତଥା ସମାଜବାଦୀ ପାର୍ଟି ନେତା ରମାକାନ୍ତ ଯାଦବ କରୋନା ଭାଇରସକୁ ମିଛ ଓ ଉଡ଼ା କଥା କହିବା ମହଙ୍ଗା ପଡ଼ିଛି । ଖାଲି ସେତିକି ନୁହେଁ କରୋନା ଭାଇରସ୍‌ ଭାରତୀୟ ଜନତା ପାର୍ଟି ଦ୍ୱାରା ପ୍ରସାର କରାଯାଇଥିବା ଏକ ଗୁଜବ । ସରକାର ଏନ୍‌ଆର୍‌ସି, ସିଏଏ, ଏନ୍‌ଆର୍‌ପି ଓ ଦରଦାମ୍‌ ବୃଦ୍ଧି ଆଦି ଘଟଣା ଉପରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ କରୋନା ପ୍ରସାର କରି ଠକୁଛନ୍ତି ବୋଲି କହିଥିଲେ ।

ସେ ଆହୁରି କହିଥିଲେ ଯେ ସରକାରଙ୍କ ପ୍ରଚେଷ୍ଟା ଏହି ଯେ ଲୋକେ ଗୋଟିଏ ଜାଗାରେ ରୁଣ୍ଡ ନ ହୁଅନ୍ତୁ । ଯଦି କାହାକୁ କରୋନା ତେବେ ତାଙ୍କୁ ମୁଁ ଆଲିଙ୍ଗନ କରିବି ଓ ତା‘ର ଔଷଧ ବି ମୋ ପାଖରେ ଅଛି ବୋଲି କହିଥିଲେ ।

ଆଜମଗଡ଼ ଡିଆଇଜି ସୁବାଷ ଚନ୍ଦ୍ର ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଆଜି ସିଘାରୀ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏଭଳି ଗୁଜବ ପ୍ରସାର କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଆଇଜି ପ୍ରକାଶ କରିଛନ୍ତି ।

ଶ୍ରୀ ଯାଦବ ଏକ ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ କରୋନା ରୋଗୀଙ୍କୁ ମୁଁ ଆଲିଙ୍ଗନ କରିପାରିବି । ଦେଶ ଏଭଳି ଏକ ମହାମାରୀକୁ ସାମନା କରିବା ପାଇଁ ଗୁରୁତର ପଦକ୍ଷେପ ନେଉଥିବା ବେଳେ ଶ୍ରୀ ଯାଦବଙ୍କ ଏଭଳି ବୟାନ ତାଙ୍କୁ ମହଙ୍ଗା ପଡ଼ିଛି ।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ତାଙ୍କୁ ନୋଟିସ୍‌ ଜାରି କରିବା ସହ ୭ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.