ବିବାହ ପୂର୍ବରୁ କପଲ କାଉନ୍‌ସେଲିଂ ଆବଶ୍ୟକ କି! ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ। ସବୁ ପୁଅଙ୍କ ସ୍ୱପ୍ନ ଥାଏ ପତ୍ନୀ ଭାବେ ତାଙ୍କୁ ଜଣେ ଉତ୍ତମ ଜୀବନସାଥୀ ମିଳୁ, ଯିଏ ସବୁ ସୁଖଦୁଃଖରେ ତାଙ୍କ ସାଥ୍‌ ଦେଉଥିବ। ସେହିଭଳି ସବୁ ଝିଅ ମଧ୍ୟ ସ୍ୱାମୀ ଭାବେ ଜଣେ ଭଲ ପୁଅକୁ ଚାହିଁଥାନ୍ତି, ଯିଏ ତାଙ୍କୁ ଆଜୀବନ ଭଲ ପାଇବ, ସବୁ କଥା ବୁଝିପାରିବ। ତେବେ ବର୍ତ୍ତମାନର ବିବାହରେ କମ୍‌ ସଫଳ ହେଉଥିବା ବେଳେ ଅଧିକ ବିଫଳ ହେଉଥିବା ଦେଖାଯାଇଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଂ ବା ଆପୋସ ବୁଝାମଣାର ଅଭାବରୁ ଏଭଳି ସମସ୍ୟା ଦେଖାଯାଉଛି। ଏଭଳି ସ୍ଥିତିରେ ଦମ୍ପତିଙ୍କ କାଉନ୍‌ସେଲିଂର ଆବଶ୍ୟକତା ରହିଛି।

marriage

ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସ୍ୱାମୀ-ସ୍ତ୍ରୀ ଉଭୟେ ଉଭୟଙ୍କୁ ନିଜ ନିଜ ସ୍ଥାନରେ ଠିକ୍‌ ବୋଲି ଭାବିଥା’ନ୍ତି। ଚିନ୍ତାଧାରା ଦୃଷ୍ଟିରୁ ଉଭୟେ ପରସ୍ପରକୁ ସଠିକ୍‌ ବୋଲି କହିଥା’ନ୍ତି। ମାତ୍ର ସେମାନେ ଉଭୟେ ଉଭୟଙ୍କ କଥା ବୁଝିପାରୁନଥିବାରୁ ସେମାନଙ୍କୁ ପରସ୍ପରର କଥା ଭୁଲ ଲାଗିଥାଏ। ଫଳରେ ପରସ୍ପର ମଧ୍ୟରେ ତାଳମେଳ ରହିନଥାଏ। ଏଣୁ ସେମାନେ ପ୍ରତି କଥାରେ ଝଗଡ଼ା କରିଥା’ନ୍ତି। ଫଳସ୍ୱରୂପ ଏବେ ଛାଡ଼ପତ୍ର ମାମଲା କ୍ରମେ ବଢ଼ି ବଢ଼ି ଚାଲିଛି। ଏଣୁ ପ୍ରଥମେ ସ୍ୱାମୀ-ସ୍ତ୍ରୀ ପରସ୍ପର କଥାକୁ ବୁଝିବା ଦରକାର। କାହିଁକି ଜଣେ କୌଣସି କଥା କହୁଛି ତାହା ପ୍ରଥମେ ବୁଝନ୍ତୁ ତା’ପରେ ହିଁ ତାକୁ ସମାଲୋଚନା କରନ୍ତୁ।

marriage2

ତେବେ ଅଧିକାଂଶ ଛାଡ଼ପତ୍ର ମାମଲାରେ କୋର୍ଟ ସ୍ୱାମୀ-ସ୍ତ୍ରୀଙ୍କୁ କାଉନ୍‌ସେଲିଂ କରାଇଥା’ନ୍ତି। ଏଥିରେ ସେମାନେ କାହିଁକି ପରସ୍ପରକୁ ଛାଡ଼ି ଅଲଗା ରହିବାକୁ ଚାହୁଁଛନ୍ତି ସେ ନେଇ ପ୍ରଶ୍ନ କରାଯାଏ। ବେଳେବେଳେ କାଉନ୍‌ସେଲିଂ ପରେ ଦମ୍ପତି ଛାଡ଼ପତ୍ର ମଧ୍ୟ ନେଉନଥିବା ନଜିର ରହିଛି। ତେବେ ବିବାହ ପରେ ଏଭଳି କୌଣସି ସ୍ଥିତି ନ ଉପୁଜିବା ପାଇଁ ଏବେ ବିବାହ ପୂର୍ବରୁ କାଉନ୍‌ସେଲିଂ କରିବାକୁ ପରାମର୍ଶ ଦିଆଯାଉଛି। କପଲଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଅଛି କି ନାହିଁ ତାହା ଜାଣିବାକୁ କାଉନ୍‌ସେଲିଂ କରିବାକୁ କୁହାଯାଏ।

marriage3

କାଉନ୍‌ସେଲିଂ କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଭଲ ଭାବେ ବୁଝିପାରିଥାନ୍ତି। ଯାହା ବିବାହ ପରେ ପରସ୍ପରକୁ ବୁଝିବାରେ ସାହାଯ୍ୟ କରେ। ସେମାନଙ୍କ ମନରେ ବିବାହକୁ ନେଇ ଥିବା କେତେକ ପ୍ରଶ୍ନର ଉତ୍ତର ପାଇବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ମାତା-ପିତାଙ୍କ ବୈବାହିକ ଜୀବନ ସଫଳ ହୋଇନଥାଏ ତେବେ ସେମାନଙ୍କର ବିବାହକୁ ନେଇ ଏକ ଭୟ ରହିଥାଏ। କାଉନ୍‌ସେଲିଂ ଏହାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ। ବର୍ତ୍ତମାନର ସାମାଜିକ ସମ୍ପର୍କକୁ ଦୃଷ୍ଟିରେ ରଖି ବିବାହ ପୂର୍ବରୁ ପରସ୍ପରକୁ କାଉନ୍‌ସେଲିଂ କରିନେବା ଏକ ଉତ୍ତମ ବାଟ ବୋଲି ଏକ୍ସପର୍ଟ ମତ ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.