Below header

ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର କରୁଛନ୍ତି କି, ତେବେ ଯାତ୍ରା ସମୟରେ ଏହାକୁ ଧ୍ୟାନରେ ରଖନ୍ତୁ ନିଶ୍ଚୟ

ସାରା ଦୁନିଆରେ ଏବେ ଗୋଟିଏ ଚର୍ଚ୍ଚା ତାହା ହେଉଛି କରୋନା। ଏହି ମହାମାରୀ କରୋନା ଭାଇରସ ପାଇଁ ଏବେ ସାରା ଦୁନିଆ ଭୟଭୀତ ଅବସ୍ଥାରେ ଅଛନ୍ତି। ପୂରା ଦୁନିଆରେ କରୋନା ଭାଇରସର ପ୍ରକୋପକୁ ଦେଖି ଲୋକଙ୍କର ଚିନ୍ତା ବଢ଼ିଯାଇଛି। ଦେଶରେ ମଧ୍ୟ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାପରେ ଲୋକଙ୍କ ଭିତରେ ଏକ ଭୟର ସଞ୍ଚାର ଦେଖିବାକୁ ମିଳୁଛି। କରୋନା ସଂକ୍ରମଣ ଡରରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଡରୁଛନ୍ତି। ଅବଶ୍ୟ ଲୋକମାନେ ଚାକିରି ପାଇଁ ଅଫିସ ଏବଂ ଜିନିଷ କିଣାବିକା ପାଇଁ ବଜାରରେ ବାହାରିବାକୁ ହିଁ ପଡୁଛି। ଏମିତିରେ ବସ୍‌ ଏବଂ ଟେମ୍ପୋରେ ଯିବାକୁ ପଡୁଛି। ଏମିତିରେ ସାର୍ବଜନିକ ସ୍ଥାନରେ ଭିଡ ଠାରୁ ଦୂରେଇ ରହିବା ମଧ୍ୟ ଜରୁରୀ। ଯଦି ଆପଣଙ୍କୁ ମଧ୍ୟ ବସ୍‌ କିମ୍ବା ମେଟ୍ରୋରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ଏହି ଖାସ୍‌ ସର୍ତକତାକୁ ଧ୍ୟାନରେ ରଖିବା ଜରୁରୀ।

busକରୋନା ସଂକ୍ରମଣ ପୀଡିତ ରୋଗୀଙ୍କ ଠାରୁ କିମ୍ବା ରୋଗୀଙ୍କ ସମ୍ପର୍କରେ ଆସିଥିବା ଜିନିଷରୁ ମଧ୍ୟ ଆପଣଙ୍କୁ ସଂକ୍ରମଣ ବ୍ୟାପିପାରେ। ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ସବୁ ଦିନ ହଜାର ହଜାର ଲୋକମାନେ ଯାତ୍ରା କରୁଛନ୍ତି ଆଉ ଏମାନଙ୍କ ମଧ୍ୟରୁ କିଏ କରୋନା ରୋଗୀ ମଧ୍ୟ ଥାଇପାରନ୍ତି। ଆଉ ଏହାକୁ ଜାଣିବା ପ୍ରାୟ ଅସମ୍ଭବ। କରୋନା ବ୍ୟତୀତ ଲୋକମାନେ ସିଜନାଲ ଫ୍ଲୁରେ ଯେମିତିକି ଥଣ୍ଡା, ଜ୍ୱର, ଛିଙ୍କରେ ମଧ୍ୟ ପୀଡିତ ହୋଇପାରନ୍ତି। କିନ୍ତୁ ଏହି ଦୁଇ ଟି ସ୍ଥିତିରେ ସଂକ୍ରମଣ ଠାରୁ ବି ଆପଣଙ୍କୁ ତାଙ୍କ ଠାରୁଦୂରେଇ ରହିବା ନିହାତି ଜରୁରୀ।

ଦୂରତା ରକ୍ଷା କରି ଛିଡା ହୁଅନ୍ତୁ

busଡାକ୍ତର ଏବଂ ବିଶେଷଜ୍ଞମାନେ ପୂର୍ବରୁ ହିଁ କହୁଛନ୍ତି କରୋନା ଭାଇରସର ପ୍ରାରମ୍ଭିକ ଲକ୍ଷଣ ପାଖାପାଖି ଥଣ୍ଡା-ଜ୍ୱର ସହିତ ସମାନ। ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଆପଣଙ୍କୁ ଏମିତି ବହୁତ ପ୍ରକାର ଲୋକ ମିଳିବେ, ଯେଉଁମାନେ ଥଣ୍ଡା-ଜ୍ୱରରେ ପୀଡିତ ଥାନ୍ତି। ଏମିତିରେ ଯଦି ଆପଣଙ୍କ ପାଖପାଖରେ କୌଣସି ବି ଏମିତି ଥଣ୍ଡା କିମ୍ବା ଜ୍ୱର ରୋଗୀ ଛିଡା ହୋଇଛନ୍ତି ତେବେ ଆପଣଙ୍କୁ ତାଙ୍କ ଠାରୁ ଦୂରତା ରକ୍ଷା କରିବା ଆବଶ୍ୟକ। ଏମିତି କରିବା ପରେ ଆପଣ କରୋନା ସଂକ୍ରମଣ ଠାରୁ ବହୁତ ପଯ୍ୟର୍ନ୍ତ ବହୁତ ମାତ୍ରାରେ ରକ୍ଷା ପାଇପାରିବେ।

କାଶ-ଛିଙ୍କ ଠାରୁ ଦୂରେଇ ରୁହନ୍ତୁ

kashaଏବେ ପଯ୍ୟର୍ନ୍ତ ମିଳିଥିବା ସୂଚନା ଅନୁଯାୟୀ କାଶ-ଛିଙ୍କ ଦ୍ୱାରା କରୋନା ଭାଇରସ ସଂକ୍ରମଣର ଭୟ ସବୁଠୁ ଅଧିକ ରହିଛି। ସଂକ୍ରମିତ ବ୍ୟକ୍ତି ଛିଙ୍କ ମାଧ୍ୟମରେ କରୋନା ଭାଇରସ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରିବ। କାଶ ଏବଂ ଛିଙ୍କ ସମୟରେ ବହୁତ ଲୋକ ରୁମାଲ, ଟିସୁ ପେପର କିମ୍ବା ନିଜର ହାତ ମୁହଁରେ ରଖିଦିଅନ୍ତି। କିନ୍ତୁ ବହୁତ ପ୍ରକାର ଲୋକ ବିନା ଏମିତି କରି ଇଆଡେ ସିଆଡେ ଛିଙ୍କି ଦିଅନ୍ତି। ଏମିତି ଲୋକଙ୍କ ଠାରୁ ନିଜକୁ ରକ୍ଷା କରନ୍ତୁ।

ହ୍ୟାଙ୍ଗର କିମ୍ବା ହ୍ୟାଣ୍ଡରେଲ ଧରିବା ଠାରୁ ଦୂରେଇ ରୁହନ୍ତୁ

busବସରେ ଯାତ୍ରା କରିବା ବେଳେ ବସରେ ଥିବା ହ୍ୟାଙ୍ଗର ଧରିବାକୁ ପଡିଥାଏ। ଏମିତିରେ ଆପଣ ବସର ହ୍ୟାଙ୍ଗରକୁ ଧରିବା ଠାରୁ ନିଜକୁ ଦୁରେଇ ରଖନ୍ତୁ। ଆଉ ଯଦି ବି ଧରୁଛନ୍ତି ତେବେ ସାନିଟାଇଜରରେ ବ୍ୟବହାର କରନ୍ତୁ। ଆପଣ ଯାତ୍ରା ସମୟରେ ସାନିଟାଇଜରର ଛୋଟ ବୋଟଲ ରଖିପାରିବେ।

ମାଉଥ୍‌ ମାସ୍କର ବ୍ୟବହାର କରନ୍ତୁ

mask busଟେମ୍ପୋ କିମ୍ବା ବସରେ ଯାତ୍ରା କରିବା ସମୟରେ ବହୁତ ସାବଧାନରେ ରହିବା ଜରୁରୀ। ଆପଣ ସର୍ବସାଧାରଣ ସ୍ଥାନରେ ମାଉଥ୍‌ ମାସ୍କ ବ୍ୟବହାର କରିବା ଜରୁରୀ। କାରଣ ଭିଡ ସ୍ଥାନରେ କେହି ବି କରୋନା ଆକ୍ରାନ୍ତ ରୋଗୀ ହୋଇପାରନ୍ତି ତେଣୁ ଆପଣ ଫେସ୍‌ ମାସ୍କ ବ୍ୟବହାର କରି ନିଜକୁ ସତର୍କରେ ରଖନ୍ତୁ। ଆଉ ଯେତେବେଳେ ଆପଣ ଘରେ ପହଁଚିବେ ବ୍ୟବହାର କରିଥିବା ମାସ୍କକୁ ସଫା କରିବା ନିହାତି ଆବଶ୍ୟକ।

ଅନ୍ୟମାନଙ୍କର ମଧ୍ୟ ରଖନ୍ତୁ ଧ୍ୟାନ

ବସରେ ଯାତ୍ରା କରିବା ସମୟରେ କେବଳ ଆପଣଙ୍କର ନୁହେଁ ବରଂ ଅନ୍ୟମାନଙ୍କର ମଧ୍ୟ ଯତ୍ନ ନେବା ଆବଶ୍ୟକ। ଯଦି ଆପଣ ସାମାନ୍ୟ ଥଣ୍ଡା-ଜ୍ୱର, କାଶ କିମ୍ବା ଫ୍ଲୁରେ ପୀଡିତ ଅଛନ୍ତି ତେବେ ଆପଣ ମାସ୍କର ବ୍ୟବହାର କରନ୍ତୁ ଏବଂ ଦୂରତା ରକ୍ଷା କରନ୍ତୁ। କାଶିବା କିମ୍ବା ଛିଙ୍କିବା ବେଳେ ମୁହଁକୁ ଢ଼ାଙ୍କି ରଖନ୍ତୁ। ଏମିତି କରିବା ଦ୍ୱାରା ଆପଣ ବସରେ ଅନ୍ୟ ଲୋକଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.