Below header

ମା’ ବୁଡ଼ି ମଙ୍ଗଳାଙ୍କ ଅପାର ମହିମା, ଆଜିବି ମୁକ୍ତ ଆକାଶ ତଳେ ପୂଜା ପାଆନ୍ତି ମା’

ମା' ବୁଡ଼ି ମଙ୍ଗଳା । ବାଲେଶ୍ଵର ଜିଲ୍ଲା, ଔପଦା ବ୍ଲକ, ଦକ୍ଷିଣ-ନରସିଂହପୁର ପଂଚାୟତର ବଡ଼ଅତ୍ତା ଗାଁରେ କାହିଁ କେଉଁ କାଳରୁ ଏହି ଅଜଣା ଅଶୁଣା ପୀଠରେ ମା' ପୂଜାପାଇଁ ଆସୁଛନ୍ତି । ବିଶେଷ ଭାବେ ଏଠାରେ ମହିଳା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ।

ନିଳଗିରି(କେନ୍ୟୁଜ୍): ମା’ ବୁଡ଼ି ମଙ୍ଗଳା । ବାଲେଶ୍ଵର ଜିଲ୍ଲା, ଔପଦା ବ୍ଲକ, ଦକ୍ଷିଣ-ନରସିଂହପୁର ପଂଚାୟତର ବଡ଼ଅତ୍ତା ଗାଁରେ କାହିଁ କେଉଁ କାଳରୁ ଏହି ଅଜଣା ଅଶୁଣା ପୀଠରେ ମା’ ପୂଜାପାଇଁ ଆସୁଛନ୍ତି । ବିଶେଷ ଭାବେ ଏଠାରେ ମହିଳା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ । କୁଆଁରୀ, କନିଆ ଠାରୁ ଆରମ୍ଭ କରି ବିବାହିତା ମହିଳା, ଯୁବତୀ ତଥା ବୃଦ୍ଧା ମାନେ ମନସ୍କାମନା ପୂରଣ ପାଇଁ, ଏଠାରେ ବ୍ରତ ପାଳନ କରିଥାନ୍ତି । ପ୍ରତ୍ୟେକ ବର୍ଷ ମାଘ ମାସର ଚାରି ମଙ୍ଗଳ ବାରରେ ମହିଳା ମାନେ ଶୁଦ୍ଧ ନିରାମିଷ ଅରୁଆ ଅନ୍ନ ଖାଆନ୍ତି । ଅତ୍ୟନ୍ତ ଶୁଦ୍ଧପୂତ ଭାବରେ ଆଠ ଘରୁ ଆଠ ମୁଠା ମୁଠି ଚାଉଳ ସଂଗ୍ରହ କରନ୍ତି ।

ମାସ ଶେଷ ମଙ୍ଗଳବାରରେ ବ୍ରତ ଉଦଯାପନୀ ଦିବସରେ, ସବୁ ଚାଉଳକୁ ମିଶାଇ ମା’ଙ୍କ ପୀଠରେ ପୂଜା ଅର୍ଚ୍ଚନା କରିବାର ନିଆରା ବିଦ୍ଧି ବିଧାନ ରହିଛି । ତେବେ ଏହି ପୂଜା ସମୟରେ ବ୍ରତିମାନେ ମୁହଁ ବନ୍ଦ ରଖି ମାନସିକ ମନରେ ଚିନ୍ତା କରି ,ପୂଜା କରିବାକୁ ପଡ଼ିଥାଏ । ଦୂର୍ବାଦଳ ଏବଂ ଫୁଲ , ମୁହଁ ଭିତରେ ରଖି ପାଟି ବନ୍ଦ କରି ,ପୂଜା କରିବାକୁ ପଡ଼ିଥାଏ । ଯାହା ଅଦ୍ୟାବଧି ଦେଖାଯାଇଛି । ଯେଉଁ ମାନେ ମାନସିକ କରି ମା ବୁଡ଼ି ମଙ୍ଗଳା ଙ୍କର ଏହି ପୂଜା କରିଥାନ୍ତି, ସେମାନଙ୍କର ମନ ସ୍କାମନା ନିଶ୍ଚିତ ପୂରଣ ହୋଇଛି ।

mangala

ଲୋକ କଥାରୁ ଅନୁଯାୟୀ, ଦୀର୍ଘ ବର୍ଷ ପୂର୍ବରୁ ନୀଳଗିରି ଗଡ଼ଜାତ ରାଜ୍ୟର ରାଜା କିଶୋର ଚନ୍ଦ୍ର ମା’ଙ୍କ ମହିମା ଶୁଣି ତାଙ୍କୁ ପରଖିବାକୁ ଯାଇଥିଲେ । ଡାହାଣ ହାତରେ ସୁନା ମୁଦି ଧରିଥିବା ବେଳେ, ବାମ ହାତ ମୁଠାରେ ମଲ୍ଲି ଫୁଲ ରଖିଥିଲେ । ମା’ ଙ୍କ କାଳସୀକୁ ପଚାରିବାରୁ କେଉଁ ହାତରେ କଣ ଅଛି ବୋଲି, କାଳସୀ ଅତ୍ୟନ୍ତ ସ୍ପଷ୍ଟ ଭାବରେ କେଉଁ ହାତରେ କଣ ଅଛି କହି ଦେଇଥିଲେ । ଏଥିରେ ରାଜା କିଶୋର ଚନ୍ଦ୍ର ଅତ୍ୟନ୍ତ ଖୁସି ହୋଇ, ମା’ଙ୍କ ମନ୍ଦିର ନିର୍ମାଣ କରିବାକୁ ଇଛା ପ୍ରକଟ କରିଥିଲେ । କିନ୍ତୁ ସପ୍ନରେ ମା’ ବୁଡ଼ି ମଙ୍ଗଳା ତାଙ୍କୁ ବାରଣ କରିଥିଲେ, ମନ୍ଦିର ନିର୍ମାଣ କରିବାକୁ । ସେହିଦିନଠାରୁ କାହିଁ କେତେ ବର୍ଷ ହେଲାଣି, ଆଜି ପର୍ଯ୍ୟନ୍ତ ବି ପକ୍କା ଚାନ୍ଦିନୀ ଉପରେ ମୁକ୍ତ ଆକାଶ ତଳେ , ମା’ଙ୍କର ପୂଜା ଅର୍ଚ୍ଚନା ହୋଇ ଆସୁଛି ବୋଲି ଲୋକ କଥାରୁ ଜଣାଯାଇଛି ।

ଫାଭିଓ: ସିଏ ଯାହାହେଉ, ମା’ଙ୍କର ମହିମା ଅପାର ବୋଲି ଆଖ ପାଖ ଅଞ୍ଚଳରେ ଦଶ ଖଣ୍ଡ ଗାଁର ଲୋକଙ୍କର ବିଶ୍ୱାସ ରହିଛି । ଯେଉଁଥି ପାଇଁ ଆଜି ପର୍ଯ୍ୟନ୍ତ ସେମିତି କୌଣଷି ଦୈବୀ ଦୁର୍ବିପାକ, ବନ୍ୟା, ବାତ୍ୟା, କିମ୍ବା ମହାମାରୀ ଭଳି ବିପତ୍ତି, ଏହି  ଗ୍ରାମ ଗୁଡିକରେ ହୋଇନାହିଁ ବୋଲି ଅନେକ ବୃଦ୍ଧବୃଦ୍ଧା କୁହନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.