Below header

କଣ ସତରେ ହୋଇଛି ରାଖୀ ସାୱନ୍ତଙ୍କ ବିବାହ ? ପତି ରିତେଶ ଦେଲେ ପ୍ରଥମ ଇଣ୍ଟରଭିୟୁ

ବଲିଉଡର ଡ୍ରାମା କୁଇନ ରାଖୀ ସାୱନ୍ତଙ୍କ ଜୀବନ ଅନେକ ପ୍ରକାର ଡ୍ରାମା ଓ ବିବାଦରେ ଭରି ରହିଛି । ମିକା ସିଂହଙ୍କ ବାର୍ଥଡେ ପାର୍ଟିରେ କିସ ବିବାଦ ଠାରୁ ନେଇ ରିୟାଲିଟି ଶୋରେ ସ୍ୱୟଂମ୍ବର କରି ବିଦେଶୀ ବରକୁ ବିବାହ କରିବା ପର୍ଯ୍ୟନ୍ତ ରାଖୀ ସାୱନ୍ତଙ୍କ ଜୀବନରେ ଅନେକ ଘଟଣା ଘଟିଯାଇଛି । ଗତ କିଛିଦିନ ଧରି ନିଜର ବିବାହର ଖବର ସାରା ଦୁନିଆକୁ ଦେଉଥିବା ରାଖି ସାୱନ୍ତଙ୍କ ଉପରେ ବହୁତ କମ ଲୋକ ବିଶ୍ୱାସ କରିଥାନ୍ତି । ରାକ୍ଷୀଙ୍କ କହିବା ଅନୁଯାୟୀ ସେ ରିତେଶ ନାମକ ଜଣେ ବିଜନେସମ୍ୟାନକୁ ବିବାହ କରିଛନ୍ତି । କିନ୍ତୁ ତାଙ୍କର ଚେହେରାକୁ ଆଜିଯାଏଁ ସେ ଦୁନିଆ ସାମ୍ନାକୁ ଆଣିପାରିନାହାଁନ୍ତି । ତେଣୁ ବର୍ତ୍ତମାନ ମଧ୍ୟ ଏହି କଥା ଉପରୁ ପରଦା ଉଠିନାହିଁ ଯେ ପ୍ରକୃତରେ ରାଖୀଙ୍କ ବିବାହ ହୋଇଛି କି ନାହିଁ ।

ରାଖୀ ସାୱନ୍ତଙ୍କ ପତି ରିତେଶ ସ୍ପଟବୟ ନାମକ ଏକ ୱେବପୋର୍ଟାଲକୁ ନିଜର ପ୍ରଥମ ଇଣ୍ଟରଭିୟୁ ଦେଇଛନ୍ତି । ନିଜର ପ୍ରଥମ ଇଣ୍ଟରଭିୟୁରେ ରିତେଶ ନିଜର ବିବାହ ଏବଂ ରାଖୀଙ୍କ ସହ ଜଡିତ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ‘ରାଖୀ କ୍ୟାମେରା ସମ୍ନାରେ ଯେପରି ହୁଅନ୍ତୁ ନା କାହିଁକି କିନ୍ତୁ ମଣିଷ ହିସାବରେ ସେ ବହୁତ ଭଲ’ । ଏହାସହିତ ସେ କହିଛନ୍ତି ଯେ ‘ମୁଁ ବହୁତ ଭାଗ୍ୟବାନ ଅଟେ । ରାଖୀ ମୋ ପାଇଁ ଭଗବାନଙ୍କ ଆଶୀର୍ବାଦ ପରି ଓ ମୁଁ ତାଙ୍କ ପରି ମହିଳା ମୋ ଜୀବନରେ କେବେବି ଦେଖିନାହିଁ’ ।

Rakhi Sawant, Rakhi Sawant shifting to UK, Rakhi Sawant instagram video, Rakhi Sawant leaving india, Rakhi Sawant item song Chappan Churi, Rakhi Sawant husband, Rakhi Sawant name, Rakhi Sawant hot pics, Rakhi Sawant hot video, Rakhi Sawant marriage, Rakhi Sawant wedding, Rakhi Sawant bigg boss 13, राखी सावंत, यूके जा रही हैं राखी सावंत, राखी सावंत भारत, राखी सावंत आइटम सॉन्ग छप्पन छुरी, राखी सावंत पति, राखी सावंत हॉट फोटो, राखी सावंत हॉट वीडियो, राखी सावंत मैरिज, राखी सावंत शादी, राखी सावंत बिग बॉस 13

ମିଡ଼ିଆଠାରୁ ନିଜକୁ ଦୂରେଇ ରଖିଥିବାରୁ ରାଖୀ ସାୱନ୍ତଙ୍କ ସ୍ୱାମୀ କହିଛନ୍ତି ଯେ “ମୋତେ ମିଡିଆ ସାମ୍ନାକୁ ଆସିବାର କୌଣସି ଆବଶ୍ୟକତା ନାହିଁ । ତାଙ୍କଠାରୁ ମୋତେ କଣ ମିଳିବ ? ବେକାରରେ କୌଣସି ନା କୌଣସି ବିବାଦ ମଧ୍ୟକୁ ସେମାନେ ଟାଣି ନିଅନ୍ତି । ଦେଖନ୍ତୁ ମୁଁ ଜଣେ ପ୍ରାଇଭେଟ ମଣିଷ ମୋତେ ଏଥିରେ କିଛି ଫରକ ପଡେନାହିଁ ଯେ ଲୋକମାନେ ମୋ ବିଷୟରେ କଣ ଭାବୁଛନ୍ତି । ସେମାନେ ଯାହା ଭାବୁଛନ୍ତି ତାଙ୍କୁ ଭାବିବାକୁ ଦିଅନ୍ତୁ । ମୋର ପରିବାର ରହିଛି ଓ ରାକ୍ଷୀଙ୍କର ମଧ୍ୟ ପରିବାର ରହିଛି । ଆମେଦୁହେଁ ବହୁତ ଖୁସିରେ ଅଛୁ ।” କିନ୍ତୁ ରିତେଶଙ୍କୁ ଯେତେବେଳେ ପଚରାଗଲା ଯେ ସେ ମିଡ଼ିଆ ସାମ୍ନାକୁ ଆସିବେ କି ନାହିଁ, ଉତ୍ତରରେ ସେ କହିଥିଲେ ‘ଏବେ ନୁହେଁ କିଛି ଦିନ ପରେ’ ।

ଏହାସହ ପଢନ୍ତୁ କବିର ସିଂ ଉପରେ ଆସିଲା ଶାହିଦ କପୁରଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରିନାଙ୍କ ରିଆକ୍ସନ, କହିଲେ ଏପରି କଥା..

ରାଖୀ ସାୱନ୍ତ ଫିଲ୍ମରେ ବୋଲଡ ସିନ କରିବା ବିଷୟରେ ସେ କହିଛନ୍ତି ଯେ ରାଖୀ ବର୍ତ୍ତମାନ ବିବାହିତ ଅଟନ୍ତି । ଏହା ବ୍ୟତୀତ କେହିବି ଚାହାଁନ୍ତିନି ଯେ ତାଙ୍କ ପତ୍ନୀ ଫିଲ୍ମରେ ବୋଲଡ ସିନ ଦିଅନ୍ତୁ । ଯଦିଓ ରାଖୀ ନିଜ ମନ ପସନ୍ଦର ଡ୍ରେସ ପିନ୍ଧିପାରିବେ । ଏହାସହିତ ରାଖୀଙ୍କ ଗର୍ଭବତୀ ଥିବା କଥାକୁ ନେଇ ସେ କହିଛନ୍ତି ଯେ ‘ବର୍ତ୍ତମାନ ସେ ଗର୍ଭବତୀ ନାହାଁନ୍ତି କିନ୍ତୁ ବହୁତ ଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.