Below header

ବକ୍ସ ଅଫିସରେ ଧମାଲ କରୁଛି ‘କମାଣ୍ଡୋ ୩’, ତିନି ଦିନରେ କରିଛି ଭଲ ବ୍ୟବସାୟ

ବକ୍ସ ଅଫିସରେ ଧମାଲ କରୁଛି ‘କମାଣ୍ଡୋ ୩ ’ । ବଲିଉଡ ଷ୍ଟାର ବିଦ୍ୟୁତ ଜାମଓ୍ଵାଲ ଏବଂ ଅଦା ଶର୍ମାଙ୍କ ଅଭିନୀତ ଏହି ଫିଲ୍ମ ମାତ୍ର ତିନି ଦିନରେ ୧୮ କୋଟି ଟଙ୍କା ଆୟ କରିଛି। ଏଥିରେ ବିଦ୍ୟୁତ ଏବଂ ଅଦାଙ୍କ ବ୍ୟତୀତ ଅଙ୍ଗିରା ଧର ମଧ୍ୟ ମୁଖ୍ୟ ଭୂମିକାରେ ରହିଛନ୍ତି। ଫିଲ୍ମରେ କରନ ସିଂ ଅର୍ଥାତ ବିଦ୍ୟୁତ ଜାମଓ୍ଵାଲ ଜଣେ ଅଜଣା ବ୍ୟକ୍ତିଙ୍କୁ ଲଣ୍ଡନରେ ଖୋଜୁଛନ୍ତି, ଯିଏକି ଭାରତରେ ଆତଙ୍କବାଦୀ ହାମ୍‌ଲା କରିବାକୁ ଚାହୁଁଛି। ଏହି ଯୋଜନାକୁ କମାଣ୍ଡୋ କରନ ଧୂଳିସାତ କରିଦେଉଛନ୍ତି। ଏହାକୁ ନେଇ ଫିଲ୍ମର କାହାଣୀ ରହିଛି। ଫିଲ୍ମରେ ଜବରଦସ୍ତ ଆକ୍ସନ ସିନ୍‌ ମଧ୍ୟ ରହିଛି।

ଏହାସହ ପଢନ୍ତୁ ; ବହି ଉପରେ ଠିଆ ହୋଇ ଫଟୋ ଉଠାଇଲେ ଏହି ଗାୟିକା, ଭାରତୀୟ ଫ୍ୟାନ୍‌ ହେଲେ ନାରାଜ

bidyut

ପ୍ରଥମରୁ ଫିଲ୍ମଟି ବିବାଦରେ ଫସିଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ଦର୍ଶକ ଫିଲ୍ମକୁ ଗ୍ରହଣ କରିଛନ୍ତି ଏବଂ ଭଲ ଆୟ କରୁଛି। ସୂଚନାଯୋଗ୍ୟ, ଫିଲ୍ମଟି ରିଲିଜ ହେଉ ହେଉ ଏକ ସିନ୍‌କୁ ନେଇ ବିବାଦରେ ଫସିଯାଇଥିଲା। ଯେଉଁଥିରେ ଏକ ସିନ୍‌ରେ କେତେଜଣ ମଲ୍ଲଯୋଦ୍ଧା ଆଖଡାରେ ଅଭ୍ୟାସ କରୁଥିବା ବେଳେ ସେହିବାଟ ଦେଇ ଯାଉଥିବା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଙ୍କୁ କମେଣ୍ଟ କରୁଥିବା ଦେଖାଯାଇଛି। ତେବେ ସେମାନେ ଛାତ୍ରୀଙ୍କ ସ୍କର୍ଟକୁ ନେଇ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବାରୁ ଏହି ସମୟରେ ବିଦ୍ୟୁତ ଜାମଓ୍ଵାଲ ପହଞ୍ଚି ସେମାନଙ୍କୁ ଖୁବ୍ ମାଡ ମାରିଛନ୍ତି। ୟୁଟ୍ୟୁବରେ ଥିବା ଏହି ପାଞ୍ଚ ମିନିଟ୍ ଭିଡିଓକୁ ଦେଖିବା ପରେ ଦର୍ଶକେ ଏହାକୁ ଖୁବ୍ ବିରୋଧ କରିଥିଲେ।ଏହାକୁ ନେଇ ସୋସିଆଲ ମିଡିଆରେ ଯୁକ୍ତିତର୍କ ମଧ୍ୟ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.