୨ ଡିସେମ୍ବର ୧୯୭୨: ଜମ୍ମୁରେ ପହଞ୍ଚିଥିଲା ସ୍ୱାଧୀନତା ଭାରତର ପ୍ରଥମ ଟ୍ରେନ୍‌

ଜମ୍ମୁ ରେଲେଓ୍ଵ ଶ୍ରୀନଗର ଏକ୍ସପ୍ରେସ୍‌ରୁ ଏବେ ଦେଶର ସବୁଠାରୁ ଦ୍ରୁତତମ ବନ୍ଦେଭାରତ ଏକ୍ସପ୍ରେସ୍‌ ପଯ୍ୟର୍ନ୍ତ ନିଜର ଲମ୍ବା ଯାତ୍ରା ପୂରଣ କରିଛି। ୪୭ ବର୍ଷ ପୂର୍ବରୁ ଆଜିର ଦିନ ୨ ଡିସେମ୍ବର ୧୯୭୨ରେ ଜମ୍ମୁରେ ପ୍ରଥମ ଯାତ୍ରୀବାହି ଟ୍ରେନ୍‌ ପହଞ୍ଚିଥିଲା। ୧ ଡିସେମ୍ବରରେ ନୂଆଦିଲ୍ଲୀରୁ ଚାଲିଥିବା ଶ୍ରୀନଗର ଏକ୍ସପ୍ରେସ୍‌(ବର୍ତ୍ତମାନର ଝେଲମ୍‌ ଏକ୍ସପ୍ରେସ୍‌) ୨ ଡିସେମ୍ବରରେ ଜମ୍ମୁ ରେଲେଓ୍ଵ ଷ୍ଟେଶନରେ ପହଞ୍ଚିଥିଲା। ସ୍ୱାଧୀନତା ଭାରତରେ ଏହା ପ୍ରଥମ ମଉକା ଥିଲା, ଯେତେବେଳେ ଜମ୍ମୁରେ କୌଣସି ଟ୍ରେନ୍‌ ଯାତ୍ରୀମାନଙ୍କୁ ନେଇ ପହଞ୍ଚିଥିଲା। ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଯାତ୍ରା କରି ସେହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନିଥିଲେ। ଏହାପୂର୍ବରୁ ପଠାନକୋଟ ପଯ୍ୟର୍ନ୍ତ ହିଁ ଯାତ୍ରୀବାହି ଟ୍ରେନ୍‌ ଆସୁଥିଲା।

ଏହାସହ ପଢ଼ନ୍ତୁ: ବର ଶୋଭାଯାତ୍ରା ବେଳେ ବରଯାତ୍ରୀମାନେ ଉଡ଼ାଇଦେଲେ ୯୦ ଲକ୍ଷ ଟଙ୍କା! ରାସ୍ତାରେ ବିଛେଇ ହୋଇଗଲା ନୋଟ୍‌ର ଚାଦର

tr34

୧୯୭୪ରୁ ୨୦ ବର୍ଷ ଧରି ଜମ୍ମୁ ରେଲେଓ୍ଵ ଷ୍ଟେଶନରେ ମେକାନିକାଲ୍‌ ବିଭାଗରେ କାମ କରିଥିବା ଅବସରପ୍ରାପ୍ତ ସୁପରଭାଇଜର ରାଜେନ୍ଦ୍ର ଶର୍ମା କୁହନ୍ତି, ଜମ୍ମୁରେ ଯାତ୍ରୀବାହି ଟ୍ରେନ୍‌ ପୂର୍ବରୁ ମାଲ୍‌ ଗାଡ଼ିଗୁଡ଼ିକ ଆସୁଥିଲା। ସେତେବେଳେ ମାତ୍ର ଗୋଟିଏ ପ୍ଲାଟ୍‌ଫର୍ମ ଥିଲା। ଆଉ ତାହା ବି କଚ୍ଚା ଥିଲା। ସେତେବେଳେ ୧ ହଜାର ପାଖାପାଖି ରେଳ କର୍ମଚାରୀ କାମ କରୁଥିଲେ। ଜମ୍ମୁରେ ଟ୍ରେନ୍‌ ପହଞ୍ଚିବା ପୂର୍ବରୁ ସେମାନଙ୍କ ଡ୍ୟୁଟି ପଠାନକୋଟ୍‌ରେ ଚାଲିଥିଲା। ପ୍ରଥମେ ସଡ଼କରେ ସମସ୍ତେ ଯିବା ଆସିବା କରୁଥିଲେ, କିନ୍ତୁ ଟ୍ରେନ୍‌ ଚାଲିବା ପରେ ଯିବାଆସିବାର ସୁବିଧାଜନକ ବିକଳ୍ପ ମିଳିଯାଇଥିଲା।

ଏହାସହ ପଢ଼ନ୍ତୁ: ଔଷଧୀୟ ଗୁଣରେ ଭରପୂର ଗ୍ରୀନ୍‌ ଆପଲ୍‌, ଜାଣନ୍ତୁ ଏହା ବିଷୟରେ।

tr5

ଜମ୍ମୁ ରେଲେଓ୍ଵ ଷ୍ଟେଶନରେ ସେତେବେଳେ ଏକ ଓ୍ଵାଶିଙ୍ଗ୍‌ ଲାଇନ୍‌ ଥିଲା, ଯେଉଁଥିରେ ଟ୍ରେନ୍‌କୁ ଧୁଆଯିବା ସହ ଯନ୍ତ୍ରାଂଶକୁ ଯାଞ୍ଚ କରାଯାଉଥିଲା। ରେଲେଓ୍ଵ କ୍ୱାର୍ଟର୍ସର ସୁବିଧା ସୀମିତ ଯୋଗୁ ଏଠାରେ ରାମଲୀଳା କ୍ଲବକୁ ମଧ୍ୟ ବ୍ୟବହାର କରାଯାଉଥିଲା। ପ୍ରଥମ ଟ୍ରେନ୍‌ ଚାଲିବା ପରେ ୩ଟି ଅନ୍ୟ ଟ୍ରେନ୍‌ ଆରମ୍ଭ କରାଯାଇଥିଲା, ଯେଉଁଥିରେ କଶ୍ମୀର ଟ୍ରେନ୍‌(ବର୍ତ୍ତମାନର ଜମ୍ମୁ ମେଲ), ସିୟାଲଦହ ଏକ୍ସପ୍ରେସ୍‌ ଏବଂ ଜମ୍ମୁ-ପଠାନକୋଟ୍‌ ଡିଏମ୍‌ୟୁ ସାମିଲ ଥିଲା। ଏହାପରେ ଯାତ୍ରୀମାନଙ୍କ ସଂଖ୍ୟାକୁ ନଜରରେ ରଖି ଜମ୍ମୁରୁ ରାଜଧାନୀ ଟ୍ରେନ୍‌ର ପରିଚାଳନା ଆରମ୍ଭ ହୋଇଥିଲା।

ଏହାସହ ପଢ଼ନ୍ତୁ: ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡୁ, କୋଏମ୍ବାଟୁରରେ ଘର ଭୁଶୁଡ଼ି ୧୫ ମୃତ

tr2

୧୯୭୨ ମସିହା ପୂର୍ବରୁ ମାତା ବୈଷ୍ଣୋଦେବୀ କଟଡ଼ା ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ପଠାନକୋଟ୍‌ରେ ଓହ୍ଲାଇବାକୁ ପଡ଼ୁଥିଲା। ସେଠି ଜମ୍ମୁରୁ ହରିଦ୍ୱାର ଯିବାକୁ ଥିବା ଯାତ୍ରୀ ପଠାନକୋଟ୍‌ରୁ ଟ୍ରେନ୍‌ ଧରୁଥିଲେ। ଏବେ ଜମ୍ମୁ ପଯ୍ୟର୍ନ୍ତ ଟ୍ରେନ୍‌ ପହଞ୍ଚିବା ପରେ ଲୋକଙ୍କ ଯାତ୍ରା ସୁଗମ ହୋଇଯାଇଛି। ଜମ୍ମୁ ରେଲେଓ୍ଵ ଷ୍ଟେଶନ ଧାର୍ମିକ ପଯ୍ୟର୍ଟନ ହିସାବରେ ବଡ଼ ରେଲେଓ୍ଵ ଷ୍ଟେଶନ ବନିଯାଇଛି। ପ୍ରଥମ ଟ୍ରେନ୍‌ ଚାଲିବା ପରଠାରୁ ଜମ୍ମୁ ପାଇଁ ଦେଶର ବିଭିନ୍ନ ରାଜ୍ୟରୁ ସିଧା ଟ୍ରେନ୍‌ ସେବା ଆରମ୍ଭ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ବିହାର: ଶ୍ରାଦ୍ଧକର୍ମ ବେଳେ ଜମିଲା ମଦର ଆସର, ଅଶ୍ଳୀଳ ନୃତ୍ୟରେ କମ୍ପିଲା ଷ୍ଟେଜ୍‌

ବର୍ଷ ୧୯୬୯ରେ ପ୍ରଥମ ଥର ରେଲେଓ୍ଵ ଲାଇନ୍‌କୁ ଜମ୍ମୁ ପଯ୍ୟର୍ନ୍ତ ପହଞ୍ଚାଇବା ପାଇଁ ତୃଣମୂଳ ସ୍ତରରେ ଉଦ୍ୟମ ହୋଇଥିଲା। ସେହି ବର୍ଷ କଠୁଆ-ଜମ୍ମୁ ରେଲେଓ୍ଵ ଲାଇନ୍‌ ବିଛାଇବା କାମ ଆରମ୍ଭ ହୋଇଥିଲା, ଯାହାକୁ ୩ ବର୍ଷ ଭିତରେ ପୂରଣ କରାଯାଇଥିଲା। ଏପରି କି, ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବି ଏହି ରେଳ ପ୍ରୋଜେକ୍ଟ କାମ ଅଟକି ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.