Below header

ଭିଡ଼ ହିଂସାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୋଲା ଚିଠି, ୫୦ଜଣ ବ୍ୟକ୍ତିତ୍ୱଙ୍କ ବିରୋଧରେ ମାମଲା ରୁୁଜୁ

ମୁମ୍ବାଇ : ବଲିଉଡ୍‌ ଏବଂ ଅନ୍ୟ ପେସାର ବଡ଼ ବଡ଼ ବ୍ୟକ୍ତିତ୍ୱ ଭିଡ଼ ହିଂସାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୋଲା ଚିଠି ଲେଖିଥିଲେ । ପ୍ରାୟ ୫୦ଜଣ ଏହି ଚିଠି ଲେଖିଥିବା ବେଳେ ଏବେ ସମସ୍ତଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣା ପଡ଼ିଛି । ଏଥିରେ ଅନୁରାଗ କଶ୍ୟପ,ମଣି ରତ୍ନମ୍‌, ଅପର୍ଣ୍ଣା ସେନ୍‌ ଓ ରାମଚନ୍ଦ୍ର ଗୁହାଙ୍କ ଭଳି ବ୍ୟକ୍ତିତ୍ୱ ମଧ୍ଯ ସାମିଲ ଅଛନ୍ତି । ସୂଚନା ମୁତାବକ, ମୋଦୀଙ୍କୁ ଖୋଲା ଚିଠି ପଠାଯିବା ପରେ ଏ ନେଇ ଓକିଲ ସୁଧୀର କୁମାର ଓଝା କୋର୍ଟ ରେ ଏକ ପିଟିସନ୍‌ ଦାୟର କରିଥିଲେ ।

ଏହାସହ ପଢନ୍ତୁ:

ସୋସିଆଲ ମିଡିଆରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଦୁଇ ଅଭିଯୁକ୍ତ ଗିରଫ, ଜାଣନ୍ତୁ ଏମାନେ କିଏ?

ପିଟିସନ୍‌ରେ ଖୋଲା ଚିଠିରେ ଦେଶର ଭାବମୂର୍ତ୍ତି ଖରାପ କରିବା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାମକୁ ନିନ୍ଦା କରାଯାଇଥିବାର ଅଭିଯୋଗ କରିଥିଲେ ଓକିଲ ସୁଧୀର କୁମାର ଓଝା । ଯାହାର ଶୁଣାଣି କରି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଚିଠି ଲେଖିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ଆଦେଶ ଦେଇଥିଲେ । ଅଗଷ୍ଟ ୨୦ରେ ଅଦାଲତ ଏହି ଆଦେଶ ଦେଇଥିବା ବେଳେ ଏବେ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.