ଲଞ୍ଚ ହେଲା ବ୍ଲୁଟୁଥ୍‌ ସିଷ୍ଟମ TVS-Apache-RTR-200-4V, ଦୁର୍ଘଟଣା ପୂର୍ବରୁ ପଠାଇବ ସତର୍କ ସୂଚନା

ଟିଭିଏସ୍‌ ମୋଟର୍ସ ଭାରତର ପପୁଲାର ବାଇକ apache rtr 200 4vକୁ ଲଞ୍ଚ କରିଛି। SmartXonnect ଟେକ୍ନୋଲୋଜି ଠାରୁ ଲେସ୍‌ ଏହି ବାଇକ ଏକ୍ସ-ଶୋରୁମ ଦାମ ୧.୧୪ ଲକ୍ଷ ଟଙ୍କା ରହିଛି। କ୍ୟାବୁରେଟର ଏବଂ ଡ୍ୟୁଲ-ଚ୍ୟାନେଲ ଏବିଏସ୍‌ ସିଷ୍ଟମ ସହିତ ଆସିଥିବା ଏହି ବାଇକର ସବୁଠାରୁ ଖାସିୟତ ଏୟା ଯେ ଏହାର ବ୍ଲୁଟୁଥ୍‌ କନେକ୍ଟିଭିଟି।।

SmartXonnect ନାମକ ମୋବାଇଲ ଆପ୍‌ ସାହାଯ୍ୟରେ ରାଇଡାରକୁ ଫୋନର ଡିସପ୍ଲେ ଉପରେ ମୋଟରସାଇକେଲ ସହିତ ଜଡିତ ସୂଚନା ମିଳିପାରିବ। ଏହି ଆପରେ ଅନେକ ଫିଚର୍ସ ଯଥା ନେଭିଗେସନ, ରେସ୍‌ ଟେଲିମେଟ୍ରୀ, ଟୂର ମୋଡ, ଲୀନ ଆଙ୍ଗଲ ମୋଡ୍‌, କ୍ରାସ୍‌ ଆଲର୍ଟ ଏବଂ କଲ୍‌ ଆଣ୍ଡ ଏସଏମଏସ ନୋଟିଫିକେସନ ମିଳିବ।

ଦୁର୍ଘଟଣା ହେବାର ସମ୍ଭାବନା ହେବ କମ୍‌

new tvs apacheବାଇକରେ ଦିଆଯାଇଥିବା କ୍ରାଶ ଆଲର୍ଟ ସିଷ୍ଟମ ଏହାର ସେଫ୍ଟିକୁ ବଢ଼ାଇଥାଏ। ଏହି ଫିଚର ବହୁତ ଗୁରୁୁତ୍ୱପୂର୍ଣ୍ଣ ମଧ୍ୟ। କୌଣସି ପ୍ରକାରର ଫଲ୍‌ ସେନସ୍‌ କରିବାରେ ସିଷ୍ଟମ କ୍ରାସ୍‌ ଆଲର୍ଟ ମୋଡ ଆକ୍ଟିଭ କରିଦେଇଥାଏ। ଏହାସହିତ କ୍ରାଶ ଆଲର୍ଟ ୧୮୦ ସେକେଣ୍ଡରେ ରାଇଡରକୁ ସୂଚନା ପଠାଇବ। ସେହିପରି ଗାଡି ଦୁର୍ଘଟଣା କରିବା ସ୍ଥିତିରେ ଥିଲେ ତାହା ଏମରଜେନ୍ସୀ ନମ୍ବରକୁ ଡାଏଲ କରିଦେବ, ଯାହାଦ୍ୱାରା ଜରୁରିକାଳୀନ ସ୍ଥିତିରେ ଦୁର୍ଘଟଣାଗ୍ରସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ ମିଳିପାରିବ। ଏହାସହିତ ଏଥିରେ ମୋଟରସାଇକେଲ ବ୍ରେକ ପାଇଁ ଡୁଆଲ ଚ୍ୟାନେଲ ଏବିଏସ୍‌ ମିଳିବ।

ଏହାସହ ପଢନ୍ତୁ : କେବଳ ପେଟ୍ରୋଲ ନୁହେଁ ଆପଣଙ୍କୁ ଚାଲାଣ କଟିବା ଠାରୁ ମଧ୍ୟ ରକ୍ଷା କରିବ ହିରୋର ଏହି ନୂଆ ସ୍କୁଟର

apache-rtr-200-4vରେ ୧୯୭.୭୫ସିସି ସିଙ୍ଗଲ-ସିଲିଣ୍ଡର ମୋଟରର ବ୍ୟବହାର କରାଯାଇଛି, ଯାହା ୮,୫୦୦ rpmରେ ମ୍ୟାକ୍ସିମମ୍‌ ୨୦.୫psର ପାଓ୍ଵାର ପ୍ରଡ୍ୟେୁସ୍‌ କରିଥାଏ। ସେହିପରି ୭,୦୦୦ rpm ରେ ଏହା ୧୮.୧ nm ପିକ୍‌ ଟର୍କ ଜେନେରେଟ୍‌ କରିଥାଏ। ବାଇକରେ ୫ ସ୍ପୀଡ୍‌ ଟ୍ରାନ୍ସମିସନ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.