Below header

ଅନୁଗୁଳ: ବିଚ୍‌ ରାସ୍ତାରେ ୪ ଦୁର୍ବୃତ୍ତଙ୍କ ଆତଙ୍କରାଜ, ସିସିଟିଭିରେ କଏଦ ହେଲା ଯୁବକଙ୍କୁ ଆକ୍ରମଣ କରୁଥିବାର ଭିଜୁଆଲ୍‌

ଅନୁଗୁଳ(କେନ୍ୟୁଜ୍): ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଦୁର୍ବୃତ୍ତ । କ୍ରିକେଟ ଷ୍ଟମ୍ପ ଓ କୋଲ୍ଡ ଡ୍ରିଙ୍ଗସ୍‌ ଟ୍ରେରେ ଆକ୍ରମଣ। ଇଏ ହେଉଛି ସିସିଟିଭିରେ କଏଦ ଭିଜୁଆଲ୍‌। ଗତକାଲି ଅପରାହ୍ନରେ ୪ ଜଣ ଦୁର୍ବୃତ୍ତ ଏଭଳି ଗୁଣ୍ଡାରାଜ ଚଳାଇଥିଲେ। ଗାନ୍ଧିମାର୍ଗରେ ଏହି ଘଟଣା ଘଟିଥିଲା। ଜଣେ ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କୁ ପିଟି ଲହୁ ଲୁହାଣ କରିଥିଲେ ମୁଖାପିନ୍ଧା ଦୁର୍ବୃତ୍ତ। ବୁଲେଟରେ ଯାଉଥିବା ବେଳେ ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କୁ ବାଟ ଓଗାଳିଥିଲେ ୫ ଜଣ ଦୁର୍ବୃତ୍ତ। ମୁହଁକୁ କପଡ଼ାରେ ଘୋଡ଼ାଇଥିବା ବେଳେ ବାଇକ୍‌ର ନମ୍ବର ପ୍ଲେଟକୁ ବି ଘୋଡ଼ାଇ ଦେଇଥିଲେ। ଜଣେ ବାଇକ୍‌ ପାଖରେ ରହିଥିବା ବେଳେ ଅନ୍ୟ ତିନି ଜଣ କ୍ରିକେଟ ଷ୍ଟମ୍ପରେ ନିର୍ଦ୍ଦୟ ଭାବରେ ତାଙ୍କୁ ପିଟି ଚାଲିଥିଲେ। ଜୀବନ ବଞ୍ଚାଇବାକୁ ପାଖରେ ଥିବା ଏକ ଦୋକାନ ଭିତରେ ପଶି ଯାଇଥିଲେ ଫାଇନାନ୍ସ ଏଜେଣ୍ଟ। ସେଠାରୁ ବି ତାଙ୍କୁ ଟାଣି ଆଣି କୋଲ୍ଡ ଡ୍ରିଙ୍ଗସ୍‌ ଟ୍ରେ ବି ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ବେଶ କିଛି ସମୟ ପାଇଁ ଗାନ୍ଧିମାର୍ଗରେ ଏଭଳି ଆତଙ୍କରାଜ ଚଳାଇଥିଲେ ୪ ଜଣ। ତେବେ ପୋଲିସକୁ ଖବର ଦେଇଥିଲେ ବି କେହି ଆସି ନଥିବା ଅଭିଯୋଗ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.