Below header

ଦୁନିଆର ସବୁଠାରୁ ମହଙ୍ଗା ୱେଡିଂ ପ୍ଲାନର, ଗୋଟେ ବିବାହ ଆୟୋଜନ କରିବାକୁ ନିଅନ୍ତି ୧୦ କୋଟି ଟଙ୍କା

ଆଜିକାଲି ସମୟରେ ୱେଡିଂ ପ୍ଲାନରଙ୍କ ଚାହିଦା ବେଶ୍‌ ଅଧିକ ରହିଛି। ଯେଉଁ ପରିବାର ପାଖରେ କମ୍‌ ସମୟ ରହିଥାଏ କିମ୍ବା କମ୍‌ ଲୋକ ରହିଥାନ୍ତି ସେମାନେ ସବୁ କାମ ସଠିକ୍‌ ସମୟରେ କରିପାରନ୍ତି ନାହିଁ। ସେମାନଙ୍କ ପାଇଁ ୱେଡିଂ ପ୍ଲାନର ଏକ ବିକଳ୍ପ। ବିବାହ ସମୟରେ ମଣ୍ଡପ ଠାରୁ ଆରମ୍ଭ କରି ଖାଇବା, ଲାଇଟିଂ, ଡିଜେ ଆଦି ଇତ୍ୟାଦି କାମକୁ ଜଣେ ୱେଡିଂ ପ୍ଲାନର ସଠିକ୍‌ ଭାବେ କାମ କରିପାରନ୍ତି। ଏଭଳି ଜଣେ ୱେଡିଂ ପ୍ଲାନର ହେଉଛନ୍ତି ସାରାହ ହେବୁଡ, ଯିଏ ଦୁନିଆର ସବୁଠାରୁ ମହଙ୍ଗା ୱେଡିଂ ପ୍ଲାନର ଜଣାଶୁଣା। କୁହାଯାଏ, ବଡ ବଡ ସେଲିବ୍ରିଟ୍‌ ମଧ୍ୟ ସାରାହଙ୍କ ଖର୍ଚ୍ଚ ବହନ କରିପାରନ୍ତି ନାହିଁ।

wedding

ସାରାହ ଅନେକ ବିଜନେସମ୍ୟାନ ଏବଂ ହଲିଉଡ ଷ୍ଟାରଙ୍କ ୱେଡିଂ ପ୍ଲାନ କରିସାରିଛନ୍ତି। ଏହାଛଡା ସାରାହ ବ୍ରିଟିଶ ରାଜକୁମାର ପ୍ରିନ୍ସ ଓ୍ଵିଲିୟମ ଏବଂ ତାଙ୍କ ଭଉଣୀ, ହ୍ୟାରୀ ଏବଂ ମେଗନ ମର୍କେଲଙ୍କ ବିବାହ କରିସାରିଛନ୍ତି। ସାରାହ ଗୋଟେ ବିବାହ ପ୍ଲାନିଂ କରିବା ପାଇଁ ୧୦ କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି।

santorini-wedding

ରିପୋର୍ଟ ମୁତାବକ, ସାରାହ ଏପରି କେତେକ ବିବାହ କରିଛନ୍ତି, ଯେଉଁଥିରେ ଗୋଟେ ଦିନ ବିବାହ ପାଇଁ ବଜେଟ ୪୮ ରୁ ୫୦ କୋଟି ଟଙ୍କା ନେଇଥାନ୍ତି।
ସାରାହଙ୍କ ସବୁ ସମ୍ପତ୍ତି ମୂଲ୍ୟ ୧୬୫ କୋଟି ଟଙ୍କା। ଏହାଛଡା ସେ ଏକ ପାରାନର୍ମାଲ ୱେଡିଂ ଶୋ ମଧ୍ୟ କରିବାକୁ ଯାଉଛନ୍ତି। ଏହି ଶୋ ପାଇଁ ବ୍ରିଟେନର ୟୁକୋଟିଭି ସାରାହଙ୍କୁ ସାଇନ କରିଛନ୍ତି। ଏହା ଦୁନିଆର ପ୍ରଥମ ପାରାନର୍ମାଲ ୱେଡିଂ ଶୋ ହେବ।

ଏହାସହ ପଢ଼ନ୍ତୁ ; ଇଟାଲୀର ଏହି ଗାଁରେ ମିଳୁଛି ୮୦ ଟଙ୍କାରେ ଘର, ଆପଣ ମଧ୍ୟ କିଣିପାରିବେ

2

କୌଣସି ଡେଷ୍ଟିନେସନ ୱେଡିଂ ସମୟରେ ସାରାହଙ୍କ ଟିମ୍‌ ପାଇଁ ୧୭୨ଟି ହୋଟେଲ ରୁମ ବୁକ୍‌ କରାଯାଏ। ନିଜର ସମସ୍ତ ଟିମ୍‌ ସଦସ୍ୟଙ୍କ ସହିତ ସାରା ଲଗାତାର ୫ ଦିନ କାମ କରିଥାନ୍ତି। କେଉଁ ବିବାହରେ କେତେ ଟଙ୍କା ଖର୍ଚ୍ଚ ହେବ, ଏହ ଟଙ୍କା କେଉଁ କେଉଁ ସ୍ଥାନରେ ଖର୍ଚ୍ଚ ହେବ ତା ପୂର୍ବରୁ ସାରାହ ପ୍ଲାନ କରିଥାନ୍ତି।

Wedding-Planner-1

ବିବାହର ସଂପୂର୍ଣ୍ଣ ବଜେଟକୁ ସାରାହ ୪୫ ପ୍ରତିଶତ ବିବାହ ସ୍ଥାନ, ଖାଇବା ଏବଂ ସ୍ନାକ୍ସ ଉପରେ ଖର୍ଚ୍ଚ କରୁଥିବା ବେଳେ ୧୫ ପ୍ରତିଶତ ଛୋଟ ଖର୍ଚ୍ଚ, ୧୨ ପ୍ରତିଶତ ଭିଡିଓ କରିବାରେ, ୧୦ ପ୍ରତିଶତ ଫଟୋଗ୍ରାଫି ପାଇଁ ଏବଂ ୮ ପ୍ରତିଶତ ଫୁଲ ସାଜସଜାରେ ଏବଂ ୫ ପ୍ରତିଶତ ଟ୍ରାନ୍ସପୋର୍ଟରେ ଖର୍ଚ୍ଚ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.