Below header

ଦେଶରେ ହଲମାର୍କ ସୁନା ହେବ ବାଧ୍ୟତାମୂଳକ, ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ବହୁତ ଜଲଦି ପୁରା ଦେଶରେ ସୁନାର ହଲମାର୍କ ବାଧ୍ୟତା ମୂଳକ ହୋଇଯିବ। ବାଣିଜ୍ୟ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବା ସହ ଏଥିପାଇଁ ସୂଚନା ଜାରି କରାଯିବ କଥା କହିଛନ୍ତି। ଏହି ସୂଚନା ଜାରି ହେବା ପୂର୍ବରୁ ବିଶ୍ୱ ବ୍ୟାପାର ସଂଗଠନରୁ ଏହାର ମଞ୍ଜୁରୀ ଦିଆଯିବ। ଗତ ଶୁକ୍ରବାର ଦିନ ମନ୍ତ୍ରୀ ରାମବିଳାସ ପାସଓ୍ଵାନ ଏହି ସୂଚନା ଜାରି କରିଛନ୍ତି। ବୈଶ୍ୱିକ ବ୍ୟାପାର ନିୟମ ଅନୁସାରେ ଏହି ପକ୍ରିୟା ଲାଗୁ ହେବା ପାଇଁ ଦୁଇ ମାସ ସମୟ ଲାଗିବ।

ବର୍ତ୍ତମାନ ଦେଶରେ ସୁନା ଗହଣା ଉପରେ ହଲମାର୍କିଂ କରିବା ସ୍ୱେଚ୍ଚାକୃତ ଅଟେ। ନିୟମ ଲାଗୁ ହେବା ପରେ ସମସ୍ତ ଜୁଏଲାରୀ ଦୋକାନରେ ଗହଣା ବିକିବା ପୂର୍ବରୁ ହଲମାର୍କିଂ ବାଧ୍ୟତାମୂଳକ ହୋଇଯିବ। କାରଣ ଅନେକ ସମୟରେ ଅଜଣା ବ୍ୟକ୍ତିମାନଙ୍କୁ ୨୨ କ୍ୟାରେଟ ପରିବର୍ତ୍ତେ ୨୧ କିମ୍ବା ଅନ୍ୟ ଅନ୍ତରାଷ୍ଟ୍ରୀୟ ଗୁଣବତା ଠାରୁ କମ କ୍ୟାରେଟର ସୁନା ବିକ୍ରି କରିଥାନ୍ତି। ହଲମାର୍କ ଠିକ୍‌ ନଥିବା ସ୍ଥିତିରେ ପ୍ରଥମେ ଦୋକାନୀମାନଙ୍କୁ ନୋଟିସ୍‌ ଜାରି କରାଯିବ। ଜାରି କରାଯାଇଥିବା ହଲମାର୍କ କେନ୍ଦ୍ର ଖୋଲିବା ପାଇଁ ଦୋକାନୀଙ୍କୁ ୧୦,୦୦୦ ଟଙ୍କା ଦେ ବାକୁ ପଡ଼ିବ। ଏହା ପ୍ରତ୍ୟେକ ଗହଣା ଉପରେ ୩୫ ଟଙ୍କା ଶୁଳ୍କ ନେଇଥାନ୍ତି। 

gold -ଦେଶରେ ପାଖାପାଖି ୮୦୦ ହଲମାର୍କିଂ କେନ୍ଦ୍ର ରହିଛି ଏବଂ କେବଳ ୪୦ ପ୍ରତିଶତ ଗହଣାର ହଲମାର୍କିଂ କରାଯାଇଥାଏ। ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଦ୍ୱାରା ହଲମାର୍କ ସୁନା ଗହଣା ଉପରେ ଏହା ଲାଗୁ କରାଯିବ। ଏହାଦ୍ୱାରା ଲାଇସେନ୍ସଧାରକ ଲ୍ୟାବରେ ସୁନାର ଶୁଦ୍ଧତା ଉପରେ ଯାଞ୍ଜ କରାଯାଇଛି।

ଏହାସହ ପଢନ୍ତୁ: Amazon ଫେଷ୍ଟିଭ ସେଲର ପ୍ରଥମ ଦିନରେ ବିକ୍ରି ହେଲା ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ

ବିଆଇଏସ୍‌ ୱେବସାଇଟ୍‌ ଅନୁସାରେ ଏହା ଦେଶରେ ଏକମାତ୍ର ଏଜେନ୍ସି, ଯାହାକୁ ସୁନା ଗହଣା ଉପରେ ହଲମାର୍କିର୍ଂ ପାଇଁ ସାକାର ମଞ୍ଜୁରୀ ପ୍ରାପ୍ତ କରିଛନ୍ତି। ବିଆଇଏସ ଅନୁଯାୟୀ ତିନଟି ସ୍ତର ୨୨ କ୍ୟାରେଟ, ୧୮ କ୍ୟାରେଟ ଏବଂ ୧୪ କ୍ୟାରେଟ ପାଇଁ ହଲମାର୍କିଂ କରାଯିବ। ଗହଣା ଉପରେ ବିକ୍ରେତାଙ୍କର ପରିଚୟ ମଧ୍ୟ ରହିବ। ଏହା ବିଆଇଏସ୍‌ ପକ୍ଷରୁ ଗହଣା ଦୋକାନ କିମ୍ବା ଗହଣା ତିଆରି କରୁଥିବା ବ୍ୟକ୍ତିଙ୍କୁ ସ୍ୱିକୃତୀ ପ୍ରଦାନ କରାଯିବ। ରିପୋର୍ଟ ଅନୁଯାୟୀ ବିଆଇଏସ୍‌ ୱେବସାଇଟ୍‌ରେ ସ୍ୱିକୃତୀପ୍ରାପ୍ତ ଗହଣା ଦୋକାନର ଲିଷ୍ଟ୍‌ ମଧ୍ୟ ଜାରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.