Below header

ଅର୍ଜୁନଙ୍କୁ କିସ୍‌ ଦେଇ ନୂଆବର୍ଷକୁ ସ୍ୱାଗତ କଲେ ମଲାଇକା ଆରୋରା, ଦେଖନ୍ତୁ ଫଟୋ

ନୂଆବର୍ଷକୁ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ର ନୂଆ ଯୋଡ଼ି ମଲାଇକା ଆରୋରା ଓ ଅର୍ଜୁନ କପୁର। ଏହି ଲଭବାର୍ଡ ଏବେ ଗୋଆରେ ଛୁଟି ମନାଉଛନ୍ତି। ସେଠାରେ ସେମାନେ ସାଙ୍ଗମାନଙ୍କ ସହ ନୂଆବର୍ଷକୁ ସ୍ୱାଗତ କରିଛନ୍ତି।

ଉଭୟଙ୍କ ପ୍ରେମକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ଅର୍ଜୁନ୍‌ ମଲାଇକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ଫଟୋ ସେୟାର କରି ସମସ୍ତ ଗୁଜବକୁ ସତ ବୋଲି ପ୍ରମାଣିତ କରିଥିଲେ।

 

View this post on Instagram

 

Sun,star,light,happiness…….2020✨

A post shared by Malaika Arora (@malaikaaroraofficial) on

ଫିଟ୍‌ନେସ୍‌ ପାଇଁ ଚର୍ଚ୍ଚାରେ ଥିବା ମଲାଇକା ଆରୋରା ଅର୍ଜୁନଙ୍କ ସହ ନୂଆବର୍ଷକୁ ସ୍ୱାଗତ କରିବା ବେଳର ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଫଟୋରେ ମଲାଇକା ଅର୍ଜୁନଙ୍କ ଗାଲକୁ କିସ୍‌ କରୁଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି କ୍ୟାପସନ୍‌ରେ ମଲାଇକା ଲେଖିଛନ୍ତି ‘ସନ୍‌, ଷ୍ଟାର, ଲାଇଟ୍‌, ହାପିନେସ୍‌…..୨୦୨୦’।

 

View this post on Instagram

 

Happy new year ♥️♥️

A post shared by Malaika Arora (@malaikaaroraofficial) on

ଏହାସହ ମଲାଇକା ସାଙ୍ଗମାନଙ୍କ ସହ ମଧ୍ୟ ଫଟୋ ସେୟାର କରିଛନ୍ତି। ସେହି ଫଟୋରେ କ୍ୟାପସନ୍‌ ଲେଖିଥିଲେ ଶୁଭ ନବବର୍ଷ।
ସୂଚନାଯୋଗ୍ୟ ଯେ, ଅର୍ଜୁନଙ୍କୁ ଶେଷ ଥର ପାଇଁ ଆଶୁତୋଷ ଗୋବାରିକରଙ୍କ ଫିଲ୍ମ ପାନିପତ୍‌ରେ ଦେଖିବାକୁ ମିଳିଥିଲା। ମାତ୍ର ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା। ଫିଲ୍ମରେ କୃତି ସନନ୍‌ ଓ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.