ନବବର୍ଷରେ ମା ନୀଳିମା ରାଣୀ ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

କଟକ (କେନ୍ୟୁଜ୍):  କଟକ ଜିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କରେ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା । କଲରାବାଙ୍କ ଗାଁର ସୁପୁତ୍ର ଡକ୍ଟର ଅଚ୍ୟୁତ ସାମନ୍ତ ନୂତନ ବର୍ଷରେ ମା ନୀଳିମା ରାଣୀ ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ବିଭିିନ୍ନ ଅନୁଷ୍ଠାନର ସଦସ୍ୟମାନେ ଡକ୍ଟର ସାମନ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏଥିସହ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ଗାଁର ଦୁଇ ସ୍କୁଲର ପ୍ରଧାନ ଶିକ୍ଷକ, ଗ୍ରାମ କମିଟିର ସଦସ୍ୟ, ବିିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ସ୍କୁଲ କମିଟିର ସଭାପତି ତଥା କାଦମ୍ବିନୀ ଓ କୁନିକଥାର ସଂପାଦିକା ଡକ୍ଟର ଇତି ସାମନ୍ତ, ନୀଳିମା ରାଣୀ ଚାରିଟେବୁଲ ଟ୍ରଷ୍ଟର ସଭାପତି ଅନ୍ତର୍ଯାମୀ ସାମନ୍ତ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.