Below header

ନୂଆବର୍ଷରେ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ

ନୂଆବର୍ଷରେ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆ। ଏହି ଅବସରରେ ସଭିଙ୍କୁ ସମ୍ବୋଧିତ କରି ସେ କହିଲେ ନିଜେ ନିଜକୁ ଚିହ୍ନନ୍ତୁ। ମଣିଷର ପ୍ରତିପତ୍ତି ଆଗକୁ କାମରେ ଆସିବନି, କାମରେ ଆସିବ ମଣିଷର ମିଠା କଥା।

ସମସ୍ତଙ୍କ ଭିତରେ ପଜେଟିଭ ଭାବ ରହିଛି ତେଣୁ ନିଜ ଭିତରର ଭଲ ଗୁଣକୁ ଚିହ୍ନିବା ସହିତ ଚାରିପଟେ ଖୁସିର ମାହୋଲ ବନାନ୍ତୁ। ଆମ ଗୁରୁଜନଙ୍କ ଭଲ କର୍ମ ଆମକୁ ସଫଳ କରାଏ। ସେହି ଅନୁସାରେ ଆମେ ଯେଉଁ କାମ କରିବା ତାକୁ ନେଇ ଆମ ଆଗାମୀ ପିଢି ବାଟ ଚାଲିବେ।

ଜୀବନରେ ଭୁଲ ହୁଏ କିନ୍ତୁ ତାକୁ ସୁଧାରିବା କାମ ନିଜର। କର୍ମ ଅନୁସାରେ ଫଳ ନିଶ୍ଚୟ ମିଳିବ ତେଣୁ କର୍ମକ୍ଷେତ୍ର ହେଉ ଅବା ଘର ସବୁଠି ନିଜ ଅସ୍ତିତ୍ବ ବଜାୟ ରଖି ଆଗକୁ ବଢିବାକୁ ହେବ। ବିରକ୍ତି ଭାବ ନିଜ ଭିତରୁ ବାହାର କରି ଧୈର୍ଯ୍ୟ ସହ କାମ କରିବା ହିଁ ପ୍ରକୃତ ମଣିଷର କର୍ତ୍ତବ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.