Below header

ଦୀପିକାଙ୍କ ସହ ଛାଡ଼ପତ୍ର ଗୁଜବକୁ ନେଇ ଏମିତି କହିଲେ ରଣବୀର, ସେୟାର କଲେ ଫଟୋ

ପତ୍ନୀ ଦୀପିକାଙ୍କ ସହ ଛାଡ଼ପତ୍ର ଗୁଜବକୁ ନେଇ ଏମିତି କହିଲେ ରଣବୀର। ସୋସିଆଲ ସେୟାର କଲେ ଉଭୟଙ୍କ ଫଟୋ ।

ମୁମ୍ବାଇ: ଅଭିନେତା ରଣବୀର ସିଂ ଆଜିକାଲି କିଛି ନା କିଛି କାରଣକୁ ନେଇ ଚର୍ଚ୍ଚା ପରିସରକୁ ଆସୁଛନ୍ତି। କେତେବେଳେ ତାଙ୍କ ନଗ୍ନ ଫଟୋସୁଟ ବଲିଉଡ୍‌ରେ ନିଆଁଲଗାଇ ଥାଏ ତ କେତେବେଳେ ଦିପିକାଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ। ଅନେକ କାରଣ ଯୋଗୁ ଅଭିନେତା ଲାଇମଲାଇଟକୁ ଆସିଥାନ୍ତି। ତେବେ ବଲିଉଡ଼ର ହଟ କପଲ୍ ରଣବୀର ସିଂ ଓ ଦୀପିକା ପାଦୁକୋନ ପର୍ଶୋନାଲିଟି ପାଇଁ ଖୁବ୍ ଜଣାଶୁଣା। ଏମିତିକି ତାଙ୍କ ଅଭିନୟ ପାଇଁ ଅନେକ ପ୍ରଶଂସା ପାଆନ୍ତି।

ସୂଚନା ଥାଉକି, ରଣବୀର ସିଂଙ୍କ ୩୮ତମ ଜନ୍ମଦିନରେ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ କୌଣସି ପୋଷ୍ଟ କରିନଥିବା କାରଣକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏଥିସହିତ ନିକଟରେ ଦୀପିକା ତାଙ୍କ ପିତା ତଥା ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ଓ ରଣବୀର ସିଂଙ୍କ ସହ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ସେଠାରେ ରଣବୀର ତାଙ୍କ ହାତକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଦୀପିକା ତାଙ୍କ ଶାଢ଼ି ସଜାଡ଼ିବାର ବାହାନ କରି ରଣବୀରଙ୍କୁ ଅଣଦେଖା କରିଥିଲେ। ଯାହା ଲୋକଲୋଚନ ଆସିଯାଇଥିଲା ।

ଏମିତି କିଛି ଘଟଣାକୁ ନେଇ ସୋସିଆଲମିଡିଆ ବ୍ୟବହାରକାରୀମାନେ ଅନେକ କିଛି ଅନୁମାନ ଲାଗାଇଥିଲେ । କମେଣ୍ଟ ଉପରେ କମେଣ୍ଟ ଆସିବାକୁ ଲାଗିଥିଲା କି ରଣବୀର ଓ ଦୀପିକଙ୍କ ମଧ୍ୟରେ ସମ୍ପର୍କ କିଛି ଠିକ୍ ଠାକ୍ ନାହିଁ। ତେଣୁ ଦୁହିଁଙ୍କର ଛାଡ଼ପତ୍ର ହୋଇଯାଇପାରେ। ଏମିତି ଅନେକ କିଛି ଗୁଜବ ଦୁହିଁଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା। ଯାହାକୁ ନେଇ ଉଭୟ ପାଟି ଖୋଲିନଥିଲା ।

Photo: Ranveer/Instagram

କିନ୍ତୁ ରଣବୀର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଦୀପିକାଙ୍କ ସହିତ ସେ ଖୁସି ଥିବାର ଏକ ପୋଷ୍ଟ ସେୟାର କରିଛନ୍ତି । ଏସବୁ ଖବର ଉପରେ ପୁନଃଛେଦ ପକାଇଛନ୍ତି ରଣବୀର। ରଣବୀର କହିଛନ୍ତି, ଅଯଥାରେ ଲୋକେ ମିଥ୍ୟା ପ୍ରଚାର କରି ସମୟ ନଷ୍ଟ କରନ୍ତୁ ନାହିଁ। ସେହି ସମୟକୁ ଭଲ କାମ‌ରେ ଲଗାନ୍ତୁ। ଦୀପିକାଙ୍କ ସହିତ ତାଙ୍କ ସମ୍ପର୍କ ଅତି ନିବିଡ଼।

ଏହି ଫଟୋକୁ ଦେଖି ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି କି ରଣବୀର ଓ ଦୀପିକା ତାଙ୍କ ବୈବାହିକ ଜୀବନରେ ବେଶ ଖୁସି ଅଛନ୍ତି। ତେଣୁ ଏହି ଫଟୋ ସେୟାର କରି ରଣବୀର ସୋସିଆଲ ମିଡିଆରେ ଛାଡ଼ପତ୍ରକୁ ନେଇ ଭାଇରାଲ ହେଉଥିବା ଖବର ଉପରେ ପୂର୍ଣ୍ଣଛେଦ ଲାଗାଇ ଦେଇଛନ୍ତି।

ଏପଟେ ରଣବୀର ଙ୍କ ଓ୍ଵାର୍କ ଫ୍ରଣ୍ଟ୍‌ ଦେଖିଲେ, ରଣବୀର ସିଂ ବହୁତ ଜଲ୍‌ଦି ଆଲିଆ ଭଟ୍ଟଙ୍କ ସହ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କାହାନୀ’ରେ ନଜର ଆସିବେ। ଏହା ବ୍ୟତୀତ ସେ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସର୍କସ’ରେ ମଧ୍ୟ ଦେଖାଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.