Below header

“ତାଣ୍ଡବ”କୁ ନେଇ ବିବାଦ ପରେ ନିଜ ମା’ଙ୍କୁ ଏମିତି କଥା ଦେଲେ ସୈଫ

ୱେବ ସିରିଜ ତାଣ୍ଡବକୁ ନେଇ ବିବାଦ ଉପୁଜିବା ପରେ ଏହାର ଲେଖକ ଗୌରବ ସୋଲଙ୍କି, ନିର୍ଦ୍ଦେଶକ, ନିର୍ମାତାଙ୍କ ସମେତ କଳାକାର ମହମ୍ମଦ ଜିସନ ଆୟୁବ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି । ମୁମ୍ବାଇର ସିନିୟର ଆଡ଼ଭୋକେଟ ଓ ପ୍ରାଇମ ଭିଡିଓର ଆଇନ ପରାମର୍ଶଦାତା ମୁକୁଳା ରୋହତଗୀ ପ୍ରଥମ ଥର ପାଇଁ ଏହି ମାମଲାକୁ ସାର୍ବଜନିକଙ୍କ ଭାବେ ନିଜ ମତ ରଖିଛନ୍ତି | ସେପଟେ ନିଜ ପୁଅ ସୈଫ ଅଲ୍ଲିଖାନନଙ୍କୁ ବିବାଦ ଭିତରେ ପଶୁଥିବା ଦେଖି ବିଗତ ଦିନର ବରିଷ୍ଠ ଅଭିନେତ୍ରୀ ମା’ ଶର୍ମିଲା ଟାଗୋର ଅସୁସ୍ଥ ହୋଇ ପଡିଛନ୍ତି । କହିରଖୁଛୁକି ସୈଫ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆଉ ଏହାକୁ ନେଇ ବିବାଦ ଘନେଇବା ପରେ ମା ଶର୍ମିଲା ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଖାଲି ସେତିକି ନୁହେଁ ପୁଅକୁ ବି କୌଣସି ବିବାଦୀୟ ମନ୍ତବ୍ୟ ନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।

saif kareena

ଆଗକୁ କୌଣସି ପ୍ରୋଜେକ୍ଟରେ ସାଇନ କରିବା ପୂର୍ବରୁ ତାଙ୍କ ସହ ଆଲୋଚନା କରିବା ପାଇଁ ପୁଅକୁ କହିଛନ୍ତି । ଖାଲି ଏଥର ନୁହେଁ ପ୍ରାୟ ଅଧିକାଂଶ ସମୟରେ ନିଜ ପିଲାମାନଙ୍କୁ ଏପରି ପରାମର୍ଶ ଦେଇଥାନ୍ତି ଶର୍ମିଲା । ଏକ ଇଣ୍ଟରଭିଉରେ ମୁକୁଲ ରୋହତଗୀ କହିଛନ୍ତିକି “ତାଣ୍ଡବ”କୁ ବିରୋଧ କରାଯିବା ପରେ ଏହାର ନିର୍ମାତା ମାନେ ବିବାଦୀୟ ଦୃଶ୍ୟ ଗୁଡିକୁ ସିରିଜରୁ ବାହାର କରି ଦେଇଛନ୍ତି । ତେଣୁ ଏହାକୁ ନେଇ କୌଣସି ପ୍ରକାର ମାମଲା ଦାୟର ହେବାର ଆଶଙ୍କା ନାହିଁ । କିଛି ଲୋକ ଶସ୍ତା ଲୋକପ୍ରିୟତା ପାଇବା ପାଇଁ ହିଁ ଏହା ଉପରେ କେଶ କରୁଥିବା ଆଉ କିଛି ଲୋକ ମିଛ ଧମକଚମକ ଦେଉଛନ୍ତି ।

ଆଉ କିଛି ଜଣ ରାଜନୀତି କରୁଛନ୍ତି । ଯେଉଁ ମାନଙ୍କୁ ପସନ୍ଦ ଆସୁନି ସେମାନେ ସିରିଜ ନ ଦେଖନ୍ତୁ । ଏଥିପାଇଁ କାହାରିକୁ ବାଧ୍ୟ କରାଯାଉନାହିଁ । ଏହା ସହ ସେ କହିଛନ୍ତିକି, ବାରମ୍ବାର କେଶ କରିବା ଦ୍ୱାରା ସାଧାରଣ ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଲାଗୁନିକି । ଶସ୍ତା ପବ୍ଲିସିଟି ପାଇବା ପାଇଁ ଏହା ହେଉଛି ସବୁଠୁ ଭଲ ମାଧ୍ୟମ । ଅତୀତରେ ଲୋକେ ତ ଏମ ଏଫ ହୁସେନଙ୍କ ଚିତ୍ରକୁ ନେଇ ବି ମୋକଦ୍ଧମା ଦାୟର କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.