Below header

ପାଓ୍ଵାରଷ୍ଟାର ପୁନୀତଙ୍କ ମୃତ୍ୟୁପରେ ସାଙ୍ଗ ବିଶାଲ ପୂରଣ କରିବେ ତାଙ୍କ ସ୍ୱପ୍ନ, ନେଲେ ୧୮୦୦ ପିଲାଙ୍କ ଦାୟିତ୍ୱ

ପାୱାର ଷ୍ଟାର ପୁନୀତଙ୍କ ଅକାଳ ବିୟୋଗ ପରେ ସମସ୍ତ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇପଡିଛି। ୪୬ ବର୍ଷୀୟ ଅଭିନେତାଙ୍କ ମୃତ୍ୟୁ ପରେ ଅନେକ ପିଲାଙ୍କ ଗରିବ ପିଲାଙ୍କ ଅସହାୟ ହୋଇପଡିଛନ୍ତି। ପୁନୀତଙ୍କ ଆଶାରେ ଚଳୁଥିବା ସବୁଲୋକ ଏବେ ପୁରାପୁରି ବେସାହାରା ପାଲଟି ଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି କେତେ ଜଣ ଫ୍ୟାନ ନିଜ ଜୀବନ ହାରି ଦେଇଥିବା ବେଳେ କିଏ ଏବେ ଯାଏଁ ମଧ୍ୟ ବିଶ୍ୱାସ କରିପାରୁ ନାହିଁ ।

କିନ୍ତୁ ଏବେ ଏମାନଙ୍କର ସାହାର ହୋଇ ଠିଆ ହୋଇଛନ୍ତି ଅଭିନେତା ବିଶାଲ । ନିଜ ଫିଲ୍ମ ‘ଏନିମି’ ର ପ୍ରିରିଲିଜ ଇଭେଣ୍ଟରେ ସେ ଏକ ବଡ ଘୋଷଣା କରିଛନ୍ତି । ପୁନୀତ ରାଜକୁମାରଙ୍କ ଅନୁଦାନରେ ପାଠ ପଢୁଥିବା ପୁରା ୧୮୦୦ ପିଲାଙ୍କ ଶିକ୍ଷାରେ ଯେପରି ବାଧା ନ ଉପୁଜେ ସେଥିପାଇଁ ଆଗେଇ ଆସିଛନ୍ତି ବିଶାଲ । ଆଉ ଏବେ ସମସ୍ତ ୧୮୦୦ ପିଲାଙ୍କ ପାଠପଢା ଦାୟିତ୍ଵ ସେ ନିଜେ ବହନ କରିବେ ବୋଲି କହିଛନ୍ତି।

ବିଶାଲ ଭାବବିହ୍ଵଳ ହୋଇ ପୁନୀତଙ୍କ ସହିତ ବିତାଇଥିବା ସବୁ ଭଲ ସମୟକୁ ପ୍ରକାଶ କରିବା ସହ ତାଙ୍କ ବିଭିନ୍ନ ଭଲ କାମ ବିଷୟରେ କହିଛନ୍ତି । ବିଶାଲ ଏହି ଇଭେଣ୍ଟରେ କହିଥିଲେ, ପୁନୀତ କେବଳ ଜଣେ ଅଭିନେତା ନଥିଲେ ବରଂ ଲୋକଙ୍କ ମାନଙ୍କୁ ବୁଝୁଥିବା ଜଣେ ଦରଦୀ ମଣିଷ ଥିଲେ । ୪୫ଟି ଫ୍ରି ସ୍କୁଲ, ୨୪ଟି ଅନାଥ ଆଶ୍ରମ, ୧୬ଟି ଜରାଶ୍ରମ, ୧୯ଟି ଗୋଶାଳାକୁ ସାହାଯ୍ୟ କରିବା ସହ ମୃତ୍ୟୁ ପରେ ସେ ଚକ୍ଷୁଦାନ ମଧ୍ୟ କରିଛନ୍ତି ।

ଗରିବ ପିଲାମାନେ ଯେପରି ପାଠପଢାରୁ ବଞ୍ଚିତ ନ ରୁହନ୍ତୁ ଏଥିପାଇଁ ସେ ସବୁବେଳେ କାର୍ଯ୍ୟ ଜାରି ରଖିଥିଲେ । ପୁନୀତ ଦାୟିତ୍ଵ ନେଇଥିବା ପିଲାଙ୍କ ପାଠାପଢାରେ ଯେପରି କୌଣସି ସମସ୍ୟା ନହୁଏ ଏହାକୁ ଚିନ୍ତା କରି ତାମିଲ ଅଭିନେତା ବିଶାଲ ଏବେ ସେହି ସମସ୍ତ ପିଲାଙ୍କ ପାଠପଢା ଦାୟିତ୍ଵ ନେବେ ବୋଲି କହିଛନ୍ତି ।

ସୂଚନାନୁଯାୟୀ, କନ୍ନଡ ସୁପରଷ୍ଟାର ସୁପରଷ୍ଟାର ପୁନୀତ୍‌ ରାଜକୁମାର ୪୬ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ପରଲୋକରେ ସମଗ୍ର କର୍ଣ୍ଣାଟକ ସହିତ ଦେଶରେ ଶୋକର ଛାୟା ଖେଳିଯାଇଛି। ଅଭିନେତା ପୁନିତ ତାଙ୍କ ବାପାଙ୍କ ପରି ଆଖି ଦାନ କରିଥିଲେ। ଜଣାଶୁଣା ଅଭିନେତା ଡ. ରାଜକୁମାର ନିଜେ ୧୯୯୪ ରେ ତାଙ୍କ ପରିବାରର ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୬ ମସିହାରେ ଡକ୍ଟର ରାଜକୁମାର ମଧ୍ୟ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ପୁନିତଙ୍କ ବାପା ଡକ୍ଟର ରାଜକୁମାର ୨୦୦୬ ମସିହାରେ ଏବଂ ମା’ ପାର୍ବତମ୍ମା ୨୦୧୭ରେ ଚକ୍ଷୁ ଦାନ କରିଥିଲେ। ପରିବାରର ତୃତୀୟ ସଦସ୍ୟ ଭାବେ ପୁନିତ ତାଙ୍କ ଚକ୍ଷୁ ଦାନ କରିଛନ୍ତି । ପୁନିତଙ୍କର ଦୁଇଟି ଫିଲ୍ମ ‘ଜେମ୍ସ ଏବଂ ଦିବିତ୍ୱ’ ପ୍ରସ୍ତୁତ ହୋଇସାରିଛି । ଯାହା ତାଙ୍କ ମୃତ୍ୟୁ ପରେ ମୁକ୍ତିଲାଭ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.