କେଶ ମୂଳ ଦରଜ ହେଉଥିଲେ ଆପଣାନ୍ତୁ ଏହି ଟିପ୍ସ, ମିଳିବ ଆରାମ

ଆଜିକାଲି କେଶ ଝଡିବା ସବୁ ଯୁବତୀଙ୍କ ଏକ ବଡ ସମସ୍ୟା ହୋଇଯାଇଛି। ତେଣୁ କେଶ ମୂଳରେ ତେଲ ମାଲିସ କରନ୍ତି। କେଶ ମାଲିସ କରିବା ସମୟରେ କେଶ ମୂଳ ଦରଜ ହୋଇଥାଏ। କିନ୍ତୁ ବେଳେ ବେଳେ କେଶ ମୂଳରେ ତେଲ ମାଲିସ କରିବା ବିନା ମଧ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଆଉ କେବେ କେବେ ଏହି ଯନ୍ତ୍ରଣା ଏତେମାତ୍ରାରେ ବଢିଯାଏ ଯେ, କେଶକୁ ଛୁଇଁବା ମଧ୍ୟ ଯନ୍ତ୍ରଣାଦାୟକ ହୋଇଯାଏ। ତେଣୁ ଏପରି ଯନ୍ତ୍ରଣାରୁ କିପରି ବଞ୍ଚିବେ, ତାହା ନିଶ୍ଚିତ ଜାଣି ରଖିବା ଉଚିତ।
କେଶ ମୂଳ ଦରଜ ହେବା ପଛରେ ଅନେକ କାରଣ ରହିଥାଏ। ଯଦି ଆପଣ ଟାଇଟ ହେୟାର ଷ୍ଟାଇଲ କରୁଛନ୍ତି, ତେବେ କେଶ ମୂଳ ଦରଜ ହୋଇପାରେ। ଏହାଛଡା କେଶ ମୂଳ ସଂକ୍ରମଣ ହୋଇଥିଲେ ମଧ୍ୟ ଦରଜ ହୋଇଥାଏ। କେଶ ମୂଳ ସଂକ୍ରମଣ ହୋଇଥିଲେ ସ୍କିନରେ ରକ୍ତ ବାହିକା ଫୁଲିଯାଏ ଏବଂ ଆଖପାଖର ଶିରା ପ୍ରସିରା ପ୍ରଭାବ ପଡିଥାଏ। ତେଣୁ କେଶ ମୂଳ ଦରଜ ବଢିଯାଏ।
କେଶ ମୂଳ ଦରଜ ହେଲେ କ’ଣ କରିବେ :
– ପ୍ରଥମେ କେଶ କେବେ ବି ଟାଇଟ୍ କରି ବାନ୍ଧନ୍ତୁ ନାହିଁ। କେଶକୁ ଅଧିକ ଜୋରରେ ବାନ୍ଧିବା ଦ୍ୱାରା କେଶ ମୂଳ ଦରଜ ହୋଇଥାଏ। ତେବେ ସବୁବେଳେ ଚେଷ୍ଟା କରିବେ କେଶକୁ ଢିଲାରେ ବାନ୍ଧିବା ପାଇଁ।
– ଏହାଛଡା ବଜାରରେ ମିଳୁଥିବା ହେୟାର ପ୍ରଡକ୍ଟ କେଶକୁ କ୍ଷତି ପହଞ୍ଚାଇଥାଏ, ଯାହା କେଶମୂଳ ଦରଜ ହେବାର କାରଣ ପାଲଟିଥାଏ । ଚୁଟି ଓଦା ଥିଲେ ମଇଳା ସହିତ ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଥାନ୍ତି।
– କେଶ ମୂଳକୁ ସବୁବେଳେ ସଫା ରଖନ୍ତୁ। ଯଦି କେଶ ମୂଳ ସଫା ନ ରଖିବେ, ତେବେ କେଶ ମୂଳ ଦରଜ ହୋଇଥାଏ।
– ଅନେକ ଥର ଡ୍ରାଏନେସ ଏବଂ ଅଧିକ ସମୟ ପର୍ଯ୍ୟନ୍ତ କେଶ ମୂଳ ଝାଳେଇବା ଦ୍ୱାରା କେଶ ମୂଳ ଦରଜ ହୁଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆଲୋଭେରା ଜେଲକୁ ଆପଣ ବ୍ୟବହାର କରିପାରିବେ।