ପଞ୍ଜାବ ନିକଟ ଭାରତ-ପାକ ସୀମାରେ ଆଉ ଜଣେ ଅନୁପ୍ରବେଶକାରୀକୁ ଗିରଫ କଲେ ସୀମା ସୁରକ୍ଷା ବାହିନୀ
ପଞ୍ଜାବ ନିକଟ ଅନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବାହିନୀ ଆଜି ଆଉ ଜଣେ ଅନୁପ୍ରବେଶକାରୀକୁ ଗିରଫ କରିଛି | ଅନୁପ୍ରବେଶକାରୀ ଜଣକ ପାକିସ୍ତାନ ଖ୍ୟବର ଜିଲ୍ଲାର ବୋଲି ଜଣାପଡିଛି | ବ୍ୟକ୍ତି ଜଣକ 9 ତାରିଖ ମଧ୍ୟ ରାତ୍ରରେ ଫିରୋଜ ସେକ୍ଟର ସୀମା ପୋଷ୍ଟ 'ତୀରଥ' ଅତିକ୍ରମ କରିଥିଲା | ସୀମା ସୁରକ୍ଷା ବାହିନୀର ଯବାନମାନେ ତାକୁ ଯାଞ୍ଚ କରିବା ସହ ଗିରଫ କରିଥିଲେ |

ନୂଆଦିଲ୍ଲୀ : ପଞ୍ଜାବ ନିକଟ ଅନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବାହିନୀ ଆଜି ଆଉ ଜଣେ ଅନୁପ୍ରବେଶକାରୀକୁ ଗିରଫ କରିଛି | ଅନୁପ୍ରବେଶକାରୀ ଜଣକ ପାକିସ୍ତାନ ଖ୍ୟବର ଜିଲ୍ଲାର ବୋଲି ଜଣାପଡିଛି | ବ୍ୟକ୍ତି ଜଣକ 9 ତାରିଖ ମଧ୍ୟ ରାତ୍ରରେ ଫିରୋଜ ସେକ୍ଟର ସୀମା ପୋଷ୍ଟ ‘ତୀରଥ’ ଅତିକ୍ରମ କରିଥିଲା | ସୀମା ସୁରକ୍ଷା ବାହିନୀର ଯବାନମାନେ ତାକୁ ଯାଞ୍ଚ କରିବା ସହ ଗିରଫ କରିଥିଲେ |
ପ୍ରାଥମିକ ତଦନ୍ତ ବେଳେ ସେ ଖ୍ୟବର ଜିଲ୍ଲାର ବୋଲି କହିଥିଲା | ତାକୁ ଏବେ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ସୀମା ସୁରକ୍ଷା ବାହିନୀର ଯବାନମାନେ କହିଛନ୍ତି | ସୀମା ସୁରକ୍ଷା ବାହିନୀର ଯବାନମାନେ ଗୁରୁବାର ଅପରାହ୍ନରେ ପଞ୍ଜାବ ଗୁର୍ଦାସପୁର ସେକ୍ଟରରୁ ମଧ୍ୟ ଅମୀର ରାଜା ନାମକ ଆଉ ଜଣେ ଅନୁପ୍ରବେଶକାରୀକୁ ଗିରଫ କରିଥିଲେ | ତଦନ୍ତରୁ ସେ ପାକିସ୍ତାନ ସିଆଲକୋଟ ଅଂଚଳର ବୋଲି ଜଣାପଡିଥିଲା |