Below header

ଭାରତୀୟ ଓ ଚୀନ ସୈନିକ ମଧ୍ୟରେ ସଂଘର୍ଷ, ଦୁଇପକ୍ଷ ଯବାନ ଆହତ

ଉତ୍ତର ସିକିମର ଭାରତ-ଚୀନ୍ ସୀମାରେ ବହୁସଂଖ୍ୟକ ଭାରତୀୟ ଓ ଚୀନ୍ ମଧ୍ୟରେ ସଂଘର୍ଷ ଘଟି ଭାରତର ୪ ଜଣ ଏବଂ ଚୀନର ୭ ଜଣ ସୈନିକ ଆହତ ହୋଇଛନ୍ତି। ଦୁଇ ଦେଶର ସେନାଙ୍କ ମଧ୍ୟରେ ଏହି ଆକ୍ରମଣାତ୍ମକ ପରିସ୍ଥିତି ୫୦୦୦ ମିଟର ଉଚ୍ଚରେ ଥିବା ନାକୁ ଲା ସେକ୍ଟର୍ ଘାଟିରେ ଉପୁଜିଛି।

india

ଏହି ସଂଘର୍ଷ ସମୟରେ ୧୫୦ ଜଣ ସୈନିକ ସାମିଲ ରହିଥିଲେ। ମିଳିଥିବା ସୂଚନା ଅନୁସାରେ, ଏହି ସଂଘର୍ଷ ସ୍ତାନୀୟ ସ୍ତରରେ ସମାଧାନ କରିଦିଆଯାଇଛି। ଏହାପରେ ଦୁଇପକ୍ଷର ସୈନିକ ନିଜ ନିଜର ପୋଷ୍ଟକୁ ଫେରିଯାଇଛନ୍ତି। ଉଲ୍ଳେଖନୀୟ ଯେ, ସୀମା ବିବାଦ କାରଣରୁ ସୈନିକଙ୍କ ଭିତରେ ଏଭଳି ଛୋଟ ଛୋଟ ବିବାଦ ହୋଇଥାଏ। ଘଟଣାସ୍ଥଳରେ ମୀମାଂଶା କରାଯାଇ ବିବାଦ ମେଣ୍ଟାଇ ଦିଆଯାଇଛି।

ଏ ସଂକ୍ରାନ୍ତରେ କୌଣସି ଖବର ମିଳିନାହିଁ ବୋଲି ସେନାମୁଖ୍ୟାଳୟ ଗଣମାଧ୍ୟମକୁ କହିଛି। ଜଣେ ପୂର୍ବତନ ଶୀର୍ଷସ୍ତରୀୟ କମାଣ୍ଡର୍ କହିଛନ୍ତି ଯେ ନକୁଲା ଅଞ୍ଚଳରେ ସାଧାରଣତଃ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୁଏନାହିଁ। କିନ୍ତୁ ଏଭଳି ଘଟଣା ଦୀର୍ଘ ସମୟ ପରେ ଘଟିଛି। କିଛି ସମୟ ପରେ ଇଷ୍ଟର୍ନ କମାଣ୍ଡ ପକ୍ଷରୁ ଅଫିସିଆଲ ସୂଚନା ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.