ବୋଲଡ ସିନ୍ ପାଇଁ ଦିନେ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ଏବେ ଗଲେ କୁଆଡ଼େ?

ଟିଭିରେ ନିକଟରେ ଏକ ଚ୍ୟାନେଲରେ ଭୂତ ଫିଲ୍ମ ବିରାନାର ପ୍ରସାରଣ ହୋଇଛି। ଫିଲ୍ମରୁ ଅଧିକ ଚର୍ଚ୍ଚା ଏହାର ହିରୋଇନକୁ ନେଇ ହୋଇଛି। କାରଣ ଏହି ଫିଲ୍ମର ହିରୋଇନ ରାତାରାତି କୁଆଡେ ଗାଏବ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଫ୍ୟାନମାନେ ଏହି ହିରୋଇନଙ୍କ ବିଷୟରେ ଜାଣିବାକୁ ଚାହିଁଛନ୍ତି। ଫିଲ୍ମରେ ଭୂତ ଚରିତ୍ରରେ ଅଭିନୟ କରିଥିଲେ ମଧ୍ୟ ଅଭିନେତ୍ରୀ ଜଣକ ରାତାରାତି ଷ୍ଟାର ବନିଯାଇଥିଲେ। ଏହି ହିରୋଇନଙ୍କ ନାଁ ହେଉଛି ଜସ୍ମିନ।

ବିରାନା ଫିଲ୍ମ ପରେ ଜସ୍ମିନଙ୍କୁ ଅନେକ ଗୁଡ଼ିଏ ହରର ଫିଲ୍ମରେ ସୁଯୋଗ ମିଳିଥିଲା। ସେ ବନ୍ଦ ଦରୱାଜା, ଡାକ ବଙ୍ଗଳା, ପୁରାନୀ ହୱେଲି ଭଳି ଫିଲ୍ମରେ କାମ କରିଛନ୍ତି। କିନ୍ତୁ ଏବେ ସେ କୁଆଡ଼େ ହଜିଯାଇଛନ୍ତି।

birana

କୁହାଯାଏ ଯେ ଅଣ୍ଡରୱାର୍ଲଡ ଡନ୍ ଜସ୍ମିନ ଉପରେ ପୂରା ଫିଦା ହୋଇଯାଇଥିଲେ। ପ୍ରତିଦିନ ଜସ୍ମିନଙ୍କୁ ଡନଙ୍କ ଫୋନ ଆସୁଥିଲା। କୁହାଯାଏ ଯେ ଡନଙ୍କ ଫୋନ ଯୋଗୁ ଜସ୍ମିନ ଏହି ବିରକ୍ତ ହୋଇଯାଇଥିଲେ ଯେ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ ସବୁଦିନ ପାଇଁ ଦେଶ ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି। ଏମିତିକି ତାଙ୍କ ବନ୍ଧୁମାନେ ମଧ୍ୟ ଜାଣିନାହାନ୍ତି ଜସ୍ମିନ ଗଲେ କୁଆଡ଼େ। ସୂଚନାଯୋଗ୍ୟ ଯେ ଏହି ହିରୋଇନଙ୍କ ପ୍ରକୃତ ନାଁ ଜସ୍ମିନ ନଥିଲା। ଫିଲ୍ମରେ ବୋଲଡ ସିନ କରୁଥିବାରୁ ସେ ନିଜ ନାଁକୁ ଜସ୍ମିନ ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.