Below header

ଜାତିସଂଘରେ ଜୟଶଙ୍କରଙ୍କ କଡ଼ା ଭର୍ତ୍ସନା, କହିଲେ ଅପରାଧୀଙ୍କ ପେଣ୍ଠସ୍ଥଳୀ ପାଲଟିଛି କାନାଡା

କାନାଡା ଉପରେ ବର୍ଷିଲେ ଜୟଶଙ୍କର । ଭାରତ ଓ କାନାଡା ମଧ୍ୟରେ କୂଟନୀତିକ ବିବାଦ ଚାଲିଥିବା ବେଳେ ଆମେରିକାରେ କାନାଡାକୁ କଡା ସନ୍ଦେଶ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ସିଧା ଟାର୍ଗେଟ କରିଛନ୍ତି ଜୟଶଙ୍କର ।

ନୂଆଦିଲ୍ଲୀ : କାନାଡା ଉପରେ ବର୍ଷିଲେ ଜୟଶଙ୍କର । ଭାରତ ଓ କାନାଡା ମଧ୍ୟରେ କୂଟନୀତିକ ବିବାଦ ଚାଲିଥିବା ବେଳେ ଆମେରିକାରେ କାନାଡାକୁ କଡା ସନ୍ଦେଶ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ସିଧା ଟାର୍ଗେଟ କରିଛନ୍ତି ଜୟଶଙ୍କର । କହିଛନ୍ତି କାନାଡା ଏବେ ଅପରାଧୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ପୂର୍ବରୁ କାନାଡା ଅପରାଧ ଓ ହିଂସାର ଶୀକାର ହୋଇଛି । ଏବେ କାନାଡରେ ବହୁ ଆତଙ୍କବାଦୀ ଆଡ୍ଡା ଜମାଇଛନ୍ତି । ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡାରେ ଧମକ ମିଳିବା ଦୁଭାଗ୍ୟଜନକ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ଜାତିସଂଘ ସାଧାରଣ ପରିଷଦ ବୈଠକରେ କାନାଡକୁ ଟାର୍ଗେଟ କରିଥିଲେ ଜୟଶଙ୍କର । କିଛି ଦେଶର ଏଜେଣ୍ଡାରେ ବିଶ୍ବ ଚାଲିବ ନାହିଁ ବୋଲି କହିଥିଲେ । ଆତଙ୍କାବାଦ ଓ ହିଂସା ପ୍ରସଙ୍ଗରେ ରାଜନୈତିକ ସୁବିଧାବାଦରୁ ଦୂରତା ରଖିବାକୁ ୟୁଏନ ସଦସ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଥିଲେ । କିଛି ଦିନ ହେଲା ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତତା ବଢିବାରେ ଲାଗିଛି । କାନାଡାର ନାଗରିକତ୍ବ ନେଇଥିବା ହରଦୀପର ହତ୍ୟା ପାଇଁ କାନାଡା ନୂଆଦିଲ୍ଲୀକୁ ଦାୟୀ କରି ଆସୁଥିବାବେଳେ ଭାରତ ଏହାକୁ ଖଣ୍ଡନ କରି ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.