Below header

ଟଳିଲା ବଡ଼ ରେଳ ଦୁର୍ଘଟଣା, ହଠାତ୍‌ ପ୍ଲାଟଫର୍ମ ଉପରକୁ ଚଢିଗଲା ଟ୍ରେନ : ଭିଡିଓ ଭାଇରଲ

ମଥୁରା ଷ୍ଟେସନରେ ଟଳିଲା ବଡ ଦୁର୍ଘଟଣା । ମଥୁରା ଜଙ୍କସନରେ ଟ୍ରେନଟି ଟ୍ରାକରୁ ହଠାତ୍‌ ପ୍ଲାଟଫର୍ମ ଉପରକୁ ଚଢିଆସିଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଟ୍ରେନଟି କିଭଳି ପ୍ଲାଟଫର୍ମରେ ଚଢିଛି, ତାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଉତ୍ତରପ୍ରଦେଶ ମଥୁରାରେ ଅଳ୍ପକେ ଟଳିଗଲା ବଡ଼ ରେଳ ଦୁର୍ଘଟଣା । ଶକୁରବସ୍ତିରୁ ଆସୁଥିବା ଏକ ଇଏମୟୁ ଟ୍ରେନ ମଥୁରା ଜଙ୍କସନରେ ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରେନ ହଠାତ୍‌ ଟ୍ରାକରୁ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ଦୁର୍ଘଟଣା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ । କିନ୍ତୁ ପ୍ଲାଟଫର୍ମରେ ଯାତ୍ରୀ ଠିଆ ହୋଇଥିବା ଯୋଗୁଁ ଚାରିଆଡେ ଲୋକେ ଦୌଡ ଧାପଡ କରିଥିଲେ । ତେବେ ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଟ୍ରେନ କିଭଳି ହଠାତ୍‌ ପ୍ଲାଟଫର୍ମକୁ ଚଢିଆସିଲା, ତାହା ବିଷୟରେ ଯାଞ୍ଚ ଚାଲିଛି ।

ଖବର ମୁତାବକ, ଗତ ରାତି ୧୦.୪୯ ମିନିଟରେ ମଥୁରା ଜଙ୍କସନରେ ଇଏମୟୁ ଟ୍ରେନ ପହଞ୍ଚିଥିଲା । ଟ୍ରେନରେ ଥିବା ଯାତ୍ରୀ ସବୁ ପ୍ଲାଟଫର୍ମରେ ଓହ୍ଲାଇ ପଡିଥିଲେ । ଏହାପରେ ଟ୍ରେନ ଟ୍ରାକରୁ ହଠାତ୍‌ ପ୍ଲାଟଫର୍ମ ଉପରେ ଚଢିଯାଇଥିଲା । ଯାହାର ଭିଡିଓ ଦେଖିବାକୁ ମିଳିଛି ।

କିଭଳି ଟ୍ରେନଟି ପ୍ଲାଟଫର୍ମ ଉପରେ ଚଢିଯାଇଛି । ଫଳରେ ପ୍ଲାଟଫର୍ମ ଭାଙ୍ଗିଯାଇଛି । ଟ୍ରେନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ଯୋଗୁଁ କିଛି ଟ୍ରେନ ପ୍ରଭାବିତ ହୋଇଛି ।

ଏହା ବିଷୟରେ ସୂଚନା ଦେଇ ମଥୁରା ରେଲେଓ୍ଵ ଷ୍ଟେସନର ଡାଇରେକ୍ଟର ଏକକେ ଶ୍ରୀବାସ୍ତବ କହିଛନ୍ତି, ଟ୍ରେନର ଶକୁରବସ୍ତିରୁ ଆସି ମଥୁରା ଜଙ୍କସନରେ ଠିଆ ହୋଇଥିଲା । ଏହାପରେ ସବୁ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡିଥିଲେ । ପରେ ଟ୍ରେନଟି କିଭଳି ଟ୍ରାକ୍‌ ଛାଡି ପ୍ଲାଟଫର୍ମ ଉପରକୁ ଚଢି ଆସିଥିଲା, ତା’ର ଯାଞ୍ଚ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.