ଘନଉଛି କାନାରା ବ୍ୟାଙ୍କ ମ୍ୟାନେଜର ନିଖୋଜ ରହସ୍ୟ, ୪୫ ଘଣ୍ଟା ପରେ ବି କୌଣସି ଖୋଜଖବର ନାହିଁ

ଘନଉଛି କଟକ ବଡମ୍ବା  କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ନିଖୋଜ ରହସ୍ୟ । ୪୫ ଘଣ୍ଟା  ପରେ ବି ମିଳୁନି ବ୍ରାଞ୍ଚ ମ୍ୟାନେଜର ତପନ ସାହୁଙ୍କ ପତ୍ତା।  କୁଆଡେ ଗଲେ ତପନ। କିଏ ତାଙ୍କୁ ଅପହରଣ କରିନେଇଛି  ନା ସିଏ କେଉଁଆଡ଼େ ଚାଲିଯାଇଛନ୍ତି? କେଉଁଠି ଓ କେମିତି ଅଛନ୍ତି  ? ଏଯାଏ କୌଣସି କୌଣସି ଖୋଜଖବର ନାହିଁ । ଆଶା ଓ ଆଶଙ୍କାରେ ରହିଛନ୍ତି ପରିବାରଲୋକ। 

ବାଙ୍କି (କେନ୍ୟୁଜ) : ଘନଉଛି କଟକ ବଡମ୍ବା  କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ନିଖୋଜ ରହସ୍ୟ । ୪୫ ଘଣ୍ଟା  ପରେ ବି ମିଳୁନି ବ୍ରାଞ୍ଚ ମ୍ୟାନେଜର ତପନ ସାହୁଙ୍କ ପତ୍ତା।  କୁଆଡେ ଗଲେ ତପନ। କିଏ ତାଙ୍କୁ ଅପହରଣ କରିନେଇଛି  ନା ସିଏ କେଉଁଆଡ଼େ ଚାଲିଯାଇଛନ୍ତି? କେଉଁଠି ଓ କେମିତି ଅଛନ୍ତି  ? ଏଯାଏ କୌଣସି କୌଣସି ଖୋଜଖବର ନାହିଁ । ଆଶା ଓ ଆଶଙ୍କାରେ ରହିଛନ୍ତି ପରିବାରଲୋକ।

ଗତ ସୋମବାର ଛୁଟି ସାରି ବ୍ରହ୍ମପୁର ସ୍ଥିତ ଘରୁ ବ୍ୟାଙ୍କ ଆସୁଥିବା ବେଳେ ନିଖୋଜ ଅଛନ୍ତି  ତପନ ସାହୁ। ବଡମ୍ବା ନିକଟ ପତନି ଛକ ପରଠୁ ତପନଙ୍କ ମୋବାଇଲ୍ ଫୋନ୍ ସୁଇଚ୍  ଅଫ୍ ହୋଇଯାଇଥିଲା । ବାଙ୍କୀ କଳାପଥର କାର୍ଯ୍ୟାଳୟକୁ ଆସିଥିଲେ ତପନ।  ବଡମ୍ବା ବ୍ରାଞ୍ଚରେ ପହଞ୍ଚିବାରେ ବିଳମ୍ବ ହେବାରୁ କର୍ମଚାରୀମାନେ ବହୁ ଖୋଜାଖୋଜି କରିଥିଲେ ।   କିନ୍ତୁ ତପନଙ୍କର କୌଣସି ସନ୍ଧାନ ନଥିଲା ।  ଏନେଇ କଳାପଥର ବ୍ରାଞ୍ଚ ମ୍ୟାନେଜର ଥାନାରେ ଏତଲା ଦେଇଛନ୍ତି ।  ପରିବାରଲୋକେ ମଧ୍ୟ ବୈଦେଶ୍ବର ଥାନାରେ ଏତଲା ଦେଇଛନ୍ତି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ଏପଟେ ଦିନ ବଢିବା ସହ ଘନଉଛି ତପନଙ୍କ ନିଖୋଜ ରହସ୍ୟ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.