ଇକୋ ଥେରାପି କଣ ? ଜାଣନ୍ତୁ ମେଣ୍ଟାଲ ହେଲ୍ଥ ପାଇଁ କିପରି ହୋଇଥାଏ ଲାଭଦାୟକ

ଅନେକ ସମୟରେ କିଛି ଲୋକଙ୍କୁ ଚିନ୍ତା ଏବଂ ଡିପ୍ରେସନ ଭଳି ଅନେକ ମାନସିକ ସମସ୍ୟା ହୋଇଥାଏ, ସେତେବେଳେ ତାଙ୍କୁ ଜଳ ବାୟୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଏ । ଇକୋ ଥେରାପି ଏହି ସମସ୍ୟା ପାଇଁ ହିଁ ନିଆଯାଏ ।

ମେଣ୍ଟାଲ ହେଲ୍ଥ ଖରାପ ହେବା ମାମଲା ଅନେକ ଲୋକଙ୍କ ମଧ୍ୟରେ ଦେଖାଯାଉଛି । ଏହା ପଛରେ ଅନେକ କାରଣ ରହିଛି । ସାଧାରଣତଃ କାମକୁ ନେଇ କିମ୍ବା ଅନ୍ୟ କୌଣସି ଜିନିଷକୁ ନେଇ ଚିନ୍ତା କରିବା ଦ୍ୱାରା ମେଣ୍ଟାଲ ହେଲ୍ଥ ଖରାପ ହୋଇଥାଏ । ଅନେକ ଥର କିଛି ମାମଲାରେ ସ୍ଥିତି ଖରାପ ହୋଇଯାଏ । ମେଣ୍ଟାଲ ହେଲ୍ଥକୁ ଠିକ ରଖିବା ପାଇଁ ଭଲ ଲାଇଫଷ୍ଟାଇଲ ଠାରୁ ଆରମ୍ଭ କରି କାଉନସିଲିଂ ଏବଂ ଅନେକ ପ୍ରକାରର ମେଡିକାଲ ଟ୍ରିଟମେଣ୍ଟ ମଧ୍ୟ କରାଯାଇଥାଏ । ଇକୋ ଥେରାପି ବିଷୟରେ ଆପଣମାନେ ହୁଏତ କମ ଶୁଣିଥିବେ । କିନ୍ତୁ ମେଣ୍ଟାଲ ହେଲ୍ଥକୁ ଠିକ କରିବା ପାଇଁ ଏହା ଏକ ଭଲ ଉପାୟ ।

ଇକୋ ଥେରାପିର ଏକ ସମ୍ପୂର୍ଣ୍ଣ ସିରିଜ ଅଛି, ଯେଉଁଥିରେ ଭିନ୍ନ ଭିନ୍ନ ଆକ୍ଟିଭିଟିଜ କରାଯାଇଥାଏ । ଯଦି ଜଣଙ୍କର ଅଳ୍ପ ଷ୍ଟ୍ରେସର ସମସ୍ୟା ଥାଏ, ତେବେ ସେ ଔଷଧ ନଖାଇ ଏହି ଥେରାପି ଦ୍ୱାରା ମେଣ୍ଟାଲ ହେଲ୍ଥ ବା ମାନସିକ ସ୍ୱାସ୍ଥ୍ୟକୁ ଠିକ କରି ପାରିବ । ଡିପ୍ରେସନ ଭଳି ଗମ୍ଭୀର ସମସ୍ୟା ଠାରୁ ମଧ୍ୟ ବଞ୍ଚି ପାରିବ । ତେବେ ଆସନ୍ତୁ ଜାଣିବା ଏହି ଥେରାପି ବିଷୟରେ ।

ଇକୋ ଥେରାପି କଣ ?
ଅନେକ ସମୟରେ କିଛି ଲୋକଙ୍କୁ ଚିନ୍ତା ଏବଂ ଡିପ୍ରେସନ ଭଳି ଅନେକ ମାନସିକ ସମସ୍ୟା ହୋଇଥାଏ, ସେତେବେଳେ ତାଙ୍କୁ ଜଳ ବାୟୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଏ । ଇକୋ ଥେରାପି ଏହି ସମସ୍ୟା ପାଇଁ ହିଁ ନିଆଯାଏ । ଏହି ଥେରାପିରେ ବଗିଚା ଓ ପ୍ରକୃତି ଭିତରେ ଧ୍ୟାନ ଲଗାଇବାକୁ ହୋଇଥାଏ । ସମୟ ବିତାଇବା, ପାହାଡ଼ ଏବଂ ଜଙ୍ଗଲରେ ଟ୍ରାକିଂ ଭଳି କାମ ଏହି ଥେରାପିରେ ସାମିଲ ରହିଛି । ଏହି କାରଣରୁ ଏହାକୁ ଗ୍ରୀନ ଏକ୍ସରସାଇଜ, ଗ୍ରୀନ କେୟାର, ଗ୍ରୀନ ଥେରାପି, ହାର୍ଟିକଲ୍ଚର ଥେରାପି ମଧ୍ୟ କୁହାଯାଏ ।

କିଭଳି ପଡ଼େ ପ୍ରଭାବ :
ଅନେକ ଥର ବ୍ୟସ୍ତବହୁଳ ଜୀବନରୁ ମନ ଭରି ଗଲେ ମଣିଷକୁ ବ୍ରେକ ନେବାର ଆବଶ୍ୟକତା ହୋଇଥାଏ । ଏହି ସମୟରେ ଇକୋ ଥେରାପି ଆପଣଙ୍କୁ ପ୍ରକୃତିର ନିକଟତର କରିବାକୁ ସୁଯୋଗ ଦେଇଥାଏ । ଏଥିରେ ଏନିମାଲ ଥେରାପି ରହିଥାଏ ଯେଉଁଥିରେ ଜୀବଯନ୍ତୁଙ୍କ ନିକଟରେ ରହି ସେମାନଙ୍କ ଗତିବିଧିକୁ ଆପଣ ଅନୁଭବ କରି ପାରିବେ । ଏହା ବ୍ୟତୀତ ଆଡଭେନ୍ଚରରେ ପ୍ରାକୃତିକ ସ୍ଥାନ ଗୁଡ଼ିକରେ ସାଧାରଣ ଭାବେ ଚାଲିବା ଠାରୁ ଆରମ୍ଭ କରି ରକ୍‌ କ୍ଲାଇମ୍ବିଙ୍ଗ, ରାଫ୍ଟିଙ୍ଗ୍ ଭଳି ଆକ୍ଟିଭିଟିଜ୍‌ ସାମିଲ ଥାଏ । ଏହା ଦ୍ୱାରା ଶରୀରରେ ହ୍ୟାପି ହରମୋନ୍ ରିଲିଜ ହୁଏ ଏବଂ ମଣିଷ ଭିତରୁ ଖୁସି ଅନୁଭବ କରେ । ଯାହା ମାନସିକ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ । ଏହି ଥେରାପି ବିଷୟରେ ଜାଣିବା ପରେ ଆପଣଙ୍କୁ ଲାଗୁଥିବ ଯେ ଏହା ନିଜେ କରିହେବ, କିନ୍ତୁ ଇକୋ ଥେରାପିର ଆକ୍ଟିଭିଟିଜ ଏକ୍ସପର୍ଟଙ୍କ ପରାମର୍ଶରେ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.