ଇଂଜିନିୟରିଂ କରିଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଦରମା ମାସକୁ ୧ ଲକ୍ଷରୁ ଅଧିକ

ସିଜି ବ୍ୟାପମରେ ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଜୁନିଅର ଇଂଜିନିୟର ପଦବୀରେ ବମ୍ପର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୧୪ ଅକ୍ଟୋବର ୨୦୨୩ ପୂର୍ବରୁ କରନ୍ତୁ ଆବେଦନ ।

ଛତିଶଗଡ ପ୍ରଫେସନାଲ ଏଗଜାମିନେସନ ବୋର୍ଡ, ରାୟପୁରରେ ଇଂଜିନିୟରିଂ ପଦରେ ବମ୍ପର ଭର୍ତ୍ତି ପାଇଁରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଯେଉଁମାନେ ଇଚ୍ଛା ରଖିଛନ୍ତି, ସେମାନେ ତୁରନ୍ତ ଯାଇ ଆବେଦନ କରିପାରିବେ । ଆବେଦନ ପାଇଁ ଆପ୍ଲିକେସନ ଲିଙ୍କ ଓପନ ହୋଇସାରିଛି ।

ପଦବୀ ବିବରଣୀ : ୪୨୯

ଜୁନିଅର ଇଂଜିନିୟର : ୩୭୭(ସିଭିଲ, ଇଲେକ୍ଟ୍ରିକାଲ, ମେକାନିକାଲ ଏବଂ ଇଲେକ୍ଟ୍ରୋନିକ୍ସ)

ଆସିଷ୍ଟାଣ୍ଟ ଇଂଜିନିୟର : ୫୨ (ଇଲେକ୍ଟ୍ରିକାଲ)

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୪ ଅକ୍ଟୋବର ୨୦୨୩ ପୂର୍ବରୁ ଆବେଦନ କରିଦିଅନ୍ତୁ ।

ଶିକ୍ଷାଗତ ଯୋଗ୍ୟତା : ଜୁନିଅର ଇଂଜିନିୟର ପଦ ପାଇଁ ଇଂଜିନିୟରିଂରେ ଡିପ୍ଲୋମା କିମ୍ବା ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ । ସେହିପରି ଆସିଷ୍ଟାଣ୍ଟ ଇଂଜିନିୟ ପଦ ପାଇଁ ବିଇ, ବିଟେକ, ବିଏସସି ଇଂଜିନିୟରିଂ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ବୟସ ସୀମାରେ ଛାଡ ମିଳିବ ।

ଦରମା : ଚୟନିତ ଜୁନିଅର ଇଂଜିନିୟର ପ୍ରାର୍ଥୀ ମାସିକ ୩୫,୪୦୦ରୁ ୧,୧୨,୪୦୦ ଟଙ୍କା ଦରମା ମିଳିବ । ସେହିପରି ଆସିଷ୍ଟାଣ୍ଟ ଇଂଜିନିୟର ପଦ ପାଇଁ ୫୬,୧୦୦ରୁ ୧,୪୪,୩୦୦ ମାସିକ ଦରମା ମିଳିବ ।

କେମିତି କରିବେ ଆବେଦନ : ଆବେଦନ କରିବା ପାଇଁ ସିଜି ବ୍ୟାପମର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । cgyapam.choice.gov.in ସବୁକିଛି ଡିଟେଲ୍ସ ପାଇପାରିବେ ।

ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.