Below header

ଏସୀୟ କ୍ରୀଡ଼ା : ଭାରତକୁ ୫ମ ସ୍ୱର୍ଣ୍ଣ, ସୁଟିଂରେ ସିପ୍ତ କୌର ସାମ୍ରା ଜିତିଲେ ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ାର ଚତୁର୍ଥ ଦିନରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ମିଳିଛି । ଦୁଇଟି ଯାକ ସ୍ୱର୍ଣ୍ଣ ପଦକ ସୁଟିଂରେ ମିଳିଛି । ଭାରତକୁ ୫ମ ସ୍ୱର୍ଣ୍ଣ ୫୦ ମିଟର ରାଇଫଲ ସୁଟିଂରେ ମିଳିଛି ।

ଏସୀୟ କ୍ରୀଡ଼ାରେ ଭାରତକୁ ୫ମ ସ୍ୱର୍ଣ୍ଣ । ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତକୁ ମହିଳା ସୁଟିଂରେ ପଞ୍ଚମ ସ୍ୱର୍ଣ୍ଣ ମିଳିଛି। ମହିଳା ସୁଟିଂରେ ସୁଟର ସିପ୍ତ କୌର ସାମ୍ରା ସ୍ୱର୍ଣ୍ଣ ଜିତିଛନ୍ତି । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା । ସମାନ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ଆଶି ଚୋକସି । ୫ ସ୍ୱର୍ଣ୍ଣ, ୫ ରୌପ୍ୟ, ୮ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୮ରେ ପହଞ୍ଚିଛି ।

ଚତୁର୍ଥ ଦିନ ଆରମ୍ଭରୁ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛି । ମାନୁ ଭାକର, ଇଶା ସିଂହ ଓ ଆର. ସାଙ୍ଗୱାନ ଶୁଟିଂରେ ସ୍ୱର୍ଣ୍ଣ ହାସଲ କରିଥିଲେ । ୩ଟି ‘ରାପିଡ୍‌ ରାଉଣ୍ଡ୍‌’ରେ ମନୁ ଭାକର୍‌ ୯୯, ୯୯ ଓ ୧.୯୮ ସ୍କୋର୍‌ କରି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଛନ୍ତି।  ସେହିପରି ମହିଳା ୫୦ମି ରାଇଫଲ ୩ ପୋଜିସନ ଟିମ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୬ରେ ପହଞ୍ଚିବା ସହ ଭାରତର ପଏଣ୍ଟ ଟେବୁଲରେ ୬ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.