Below header

୪ର୍ଥ ଦିନରେ ସ୍ୱାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ, ସୁରୁଖୁରୁରେ ଚାଲିଛି ଗୃହକାର୍ଯ୍ୟ

୩ ଦିନ ପରେ ସ୍ବାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ। ସୁରୁଖୁରୁରେ ଚାଲିଛି ଗୃହକାର୍ଯ୍ୟ। ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ପ୍ରଶ୍ନକାଳରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ୩ ଦିନ ଧରି ଅଚଳ ହୋଇଯାଇଥିଲା ଗୃହକାର୍ଯ୍ୟ।

ଭୁବନେଶ୍ୱର (କେନ୍ୟୁଜ): ୩ ଦିନ ପରେ ସ୍ବାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ। ସୁରୁଖୁରୁରେ ଚାଲିଛି ଗୃହକାର୍ଯ୍ୟ। ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ପ୍ରଶ୍ନକାଳରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ୩ ଦିନ ଧରି ଅଚଳ ହୋଇଯାଇଥିଲା ଗୃହକାର୍ଯ୍ୟ।

ଧୋଇଯାଇଥିବା ପ୍ରଶ୍ନକାଳ ଓ ଶୂନ୍ୟକାଳ। ଗୃହ ନଚାଲିବାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି, ବିଜେପି ଓ କଂଗ୍ରେସ। ଗୃହ କାର୍ଯ୍ୟ ଚାଲିନପାରିବାରୁ ବିଜେପି ବିଧାୟକଙ୍କ ଅଭିଯୋଗକୁ ନେଇ ରୁଲିଂ ଦେଇଥିଲେ ବାଚସ୍ପତି। ଏହାପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି।

ଗତକାଲି ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବିଭିନ୍ନ ପ୍ରସଙ୍ଗକୁ ନେଇ ହାତରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ହଟ୍ଟଗୋଳ କରିଥିଲେ ବିରୋଧୀ । ବିଜେଡି ବିଧାୟକ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା ଓ ପରେ ଅପରାହ୍ନ ୪ ଯାଏଁ ମୁଲତବି କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.