ଫଟାଫଟ ସାରିଦିଅନ୍ତୁ ବ୍ୟାଙ୍କ କାମ, ଅକ୍ଟୋବରରେ ୧୬ ଦିନ ବ୍ୟାଙ୍କ ଛୁଟି

ଅକ୍ଟୋବର ମାସରେ ବ୍ୟାଙ୍କ କାମ ରଖିଥିଲେ, ତୁରନ୍ତ ସାରିଦିଅନ୍ତୁ । ଅକ୍ଟୋବରରେ ୫ଟି ରବିବାର ସହିତ ୨ଟି ଶନିବାର ପଡୁଛି । ଏହାଛଡା ଗାନ୍ଧି ଜୟନ୍ତୀ ଏବଂ ଦଶହରା ସମେତ ୧୬ଟି ଛୁଟି ରହିଛି ।

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି ବିଶେଷ କାମ ରହିଛି, ତେବେ ତୁରନ୍ତ କାମ ସାରି ଦିଅନ୍ତୁ । ସେପ୍ଟେମ୍ବର ମାସ ଶେଷ ହେବା ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏହାପରେ ଅକ୍ଟୋବର ମାସ ଆରମ୍ଭ ହୋଇଯିବ । ଏହି ମାସରେ ଅନେକ ପୂଜାପାର୍ବଣ ରହିଥିବାରୁ ଅଧିକାଂଶ ଦିନ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ । ଅକ୍ଟୋବର ମାସରେ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ କରି ଦଶହରା ଛୁଟି ସାମିଲ ରହିଛି । ଲଗାତାର ଛୁଟି ଯୋଗୁଁ ବ୍ୟାଙ୍କ ଗ୍ରାହକଙ୍କ କାମ ଉପରେ ଫରକ ପଡିପାରେ । କିନ୍ତୁ ବ୍ୟାଙ୍କର ଅନଲାଇନ ସେବା ଜାରି ରହିବ ।

କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ?

୧ ଅକ୍ଟୋବର – ରବିବାର
୨ ଅକ୍ଟୋବର – ମହାତ୍ମା ଗାନ୍ଧି ଜୟନ୍ତୀ
୮ ଅକ୍ଟୋବର – ରବିବାର
୧୪ ଅକ୍ଟୋବର – ମହାଳୟା (ଦ୍ୱିତୀୟ ଶନିବାର)
୧୫ ଅକ୍ଟୋବର – ରବିବାର
୨୧ ଅକ୍ଟୋବର – ଦୁର୍ଗାପୂଜା(ସପ୍ତମୀ) ଅବସରରେ ଅଗରତାଲା, ଗୁଆହାଟୀ, ଇମ୍ଫାଲ ଏବଂ କୋଲକତା
୨୨ ଅକ୍ଟୋବର – ରବିବାର
୨୩ ଅକ୍ଟୋବର – ଦୁର୍ଗା ପୂଜା(ନବମୀ)
୨୪ ଅକ୍ଟୋବର- ଦୁର୍ଗା ପୂଜା (ଦଶହରା)
୨୬ ଅକ୍ଟୋବର- ଦୁର୍ଗା ପୂଜା ପାଇଁ ଗ୍ୟାଙ୍ଗଟକ, ଜାମ୍ମୁ ଏବଂ ଶ୍ରୀନଗର
୨୭ ଅକ୍ଟୋବର- ଗ୍ୟାଙ୍ଗଟକରେ ଦୁର୍ଗା ପୂଜା ପାଇଁ ଖୋଲିବନି ବ୍ୟାଙ୍କ
୨୮ ଅକ୍ଟୋବର- ଚତୁର୍ଥ ଶନିବାର
୨୯ ଅକ୍ଟୋବର- ରବିବାର
୩୧ ଅକ୍ଟୋବର- ସର୍ଦ୍ଦାର ଭାଲାଭଭାଇ ପଟେଲଙ୍କ ଜନ୍ମଦିନ ପାଇଁ ଅହମ୍ମଦାବାଦରେ ବ୍ୟାଙ୍କ ଛୁଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.