ପୁଅ ହୋଇଛି କହି ଝିଅ ଧରାଇ ଦେବା ଘଟଣା, DNA ଟେଷ୍ଟ ପାଇଁ ଦାବି

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ତଦନ୍ତ। ତଦନ୍ତ କରୁଛନ୍ତି ୩ ଜଣିଆ ଟିମ୍। ଅଭିଯୋଗକାରୀ DNA ଟେଷ୍ଟ ପାଇଁ ଦାବି କରିଛନ୍ତି। ଏମିତିକି ଡିଏନଏ ଟେଷ୍ଟ ରିପୋର୍ଟ ନଆସିବା ଯାଏଁ, ସେ ମେଡିକାଲ ଛାଡ଼ି ଯିବେ ନାହିଁ କି ଶିଶୁକନ୍ୟାକୁ ନେବେନି ବୋଲି ସଫା ସଫା ଶୁଣାଇଛନ୍ତି ପ୍ରାଣକୃଷ୍ଣ ।

ଭୁବନେଶ୍ୱର (କେନ୍ୟୁଜ): କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ତଦନ୍ତ। ତଦନ୍ତ କରୁଛନ୍ତି ୩ ଜଣିଆ ଟିମ୍। ପ୍ରାଣକୃଷ୍ଣ ବିଶ୍ବାଳଙ୍କ ଝିଅ ହୋଇଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ହେଲେ ଅଭିଯୋଗକାରୀ ଏହାକୁ ଗ୍ରହଣ କରିନଥିବାରୁ ମାମଲା ପୋଲିସକୁ ଦିଆଯାଇଛି। କ୍ୟାପିଟାଲ ଥାନା ପୋଲିସ ଘଟଣା ର ତଦନ୍ତ କରୁଛି।

ଅନ୍ୟପଟେ ଅଭିଯୋଗକାରୀ DNA ଟେଷ୍ଟ ପାଇଁ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ। କିନ୍ତୁ ପରେ ତାଙ୍କୁ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିଲା। ଏମିତିକି ଡିଏନଏ ଟେଷ୍ଟ ରିପୋର୍ଟ ନଆସିବା ଯାଏଁ, ସେ ମେଡିକାଲ ଛାଡ଼ି ଯିବେ ନାହିଁ କି ଶିଶୁକନ୍ୟାକୁ ନେବେନି ବୋଲି ସଫା ସଫା ଶୁଣାଇଛନ୍ତି ପ୍ରାଣକୃଷ୍ଣ । ସେପଟେ ଶିଶୁ ଅଦଳବଦଳ ସନ୍ଦେହକୁ ଆସିଥିବା ଅନ୍ୟ ଜଣେ ପ୍ରସୂତୀଙ୍କ ସ୍ୱାମୀ ମଧ୍ୟ ଡିଏନଏ ଟେଷ୍ଟ ଦାବିକୁ ସ୍ୱାଗତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.