ହୋଣ୍ଡା ଲଞ୍ଚ କଲା SP125 ସ୍ପୋର୍ଟସ ଆଡିସନ ବାଇକ୍‌, ମୂଲ୍ୟ ରହିଛି ଖୁବ କମ୍‌

ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଭାରତରେ SP125 ସ୍ପୋର୍ଟସ ଆଡିସନ ଲଞ୍ଚ କରିଛି । ଏହି ମୋଟର ସାଇକେଲକୁ ସୀମିତ ସମୟ ପାଇଁ ଦେଶର ସମସ୍ତ ହୋଣ୍ଡା ରେଡ ୱିଙ୍ଗ ଡିଲରସିପରେ କିଣାଯାଇ ପାରିବ । ଯାହାର ବୁକିଂ ପୂର୍ବରୁ ଚାଲିଛି ।

ହୋଣ୍ଡା ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସମୟ ସମୟରେ କିଛି ମଡେଲ ଲଞ୍ଚ କରିଥାଏ । ଗ୍ରାହକମାନେ ମଧ୍ୟ ଏହି ବାଇକ ଚଲାଇବାକୁ ଖୁବ ପସନ୍ଦ କରନ୍ତି । ତେବେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଭାରତରେ SP125 ସ୍ପୋର୍ଟସ ଆଡିସନ ଲଞ୍ଚ କରିଛି । ଏହାର ଦିଲ୍ଲୀର ଏକ୍ସ ଶୋ ରୁମ ମୂଲ୍ୟ ୯୦,୫୬୭ ଟଙ୍କା ରହିଛି । ଏହି ମୋଟର ସାଇକେଲକୁ ସୀମିତ ସମୟ ପାଇଁ ଦେଶର ସମସ୍ତ ହୋଣ୍ଡା ରେଡ ୱିଙ୍ଗ ଡିଲରସିପରେ କିଣାଯାଇ ପାରିବ । ଯାହାର ବୁକିଂ ପୂର୍ବରୁ ଚାଲିଛି । ଏଥିରେ ଏକ ସାର୍ପ ଏବଂ ସ୍ପୋର୍ଟି ଡିଜାଇନ ଦିଆଯାଇଛି । ଏହି ବାଇକ୍‌ 123.94cc ସିଙ୍ଗଲ ସିଲିଣ୍ଡର BS 6, OBD2 କମ୍ପଲିଏଣ୍ଟ PGM-FI ଇଞ୍ଜିନ୍ ସହିତ ଆସୁଛି । ଏହି ବାଇକ୍ ଟିଭିଏସ୍ ରାଇଡର୍ 125 ଏବଂ ବଜାଜ ପଲସର 125 ସହିତ ପ୍ରତିଦ୍ୱନ୍ଦିତା କରିବ ।

ଡିଜାଇନ୍:
ବାଇକର ସ୍ପୋର୍ଟି ଲୁକ ବୋଲ୍ଡ ଟ୍ୟାଙ୍କ, ମ୍ୟାଟ ମଫଳର କଭର ଏବଂ ଆଡଭାନ୍ସ ଗ୍ରାଫିକ୍ସ ଦ୍ୱାରା ଏହାର ଡିଜାଇନ୍‌ କରାଯାଇଛି । ଯାହା ବଡି ପ୍ୟାନେଲ ଏବଂ ଆଲୋଇ ହ୍ଵିଲ୍ସରେ ଫ୍ରେସ ଭାଇବ୍ରେଣ୍ଟ ଧାର ସହିତ ଦମଦାର ଦେଖାଯାଉଛି । ଏହା ଦୁଇଟି କଲର ଅପ୍ସନରେ ଆସିବ, ଯେଉଁଥିରେ ଡିସେଣ୍ଟ ବ୍ଲୁ ମେଟାଲିକ ଏବଂ ହେଭି ଗ୍ରେ ମେଟାଲିକ ସାମିଲ ଅଛି । ସ୍ପୋର୍ଟସ ଆଡିସନ ମଡେଲରେ ଏକ ଭିଭିଡ୍‌ ଏଲଇଡି ହେଡଲ୍ୟାମ୍ପ ଏବଂ ଏକ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍ ରହିଛି ଯାହା ଗିଅର ଷ୍ଟାଟସ୍‌ ଇଣ୍ଡିକେଟର ଏବଂ ଅନ୍ୟାନ୍ୟ ଇନଫରମେସନ ଦେଖାଇଥାଏ ।

ଇଞ୍ଜିନ୍
ଏହି ବାଇକ୍ ଏକ 123.94cc ସିଙ୍ଗଲ୍ ସିଲିଣ୍ଡର BS 6, OBD2 କମ୍ପଲିଏଣ୍ଟ PGM-FI ଇଞ୍ଜିନ୍ ସହିତ ଆସିଥାଏ । ଯାହାକି 8kW ର ପାଓ୍ଵାର ଏବଂ 10.9 Nmର ଟର୍କ ଜେନେରେଟ କରିଥାଏ । ଏହି ବାଇକ ପାଇଁ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏକ ଖାସ୍‌ ୧୦ ବର୍ଷର ୱାରେଣ୍ଟି ପ୍ୟାକେଜ୍‌ ପ୍ରଦାନ କରୁଛି । ଯେଉଁଥିରେ ୩ ବର୍ଷର ଷ୍ଟାଣ୍ଡାର୍ଡ ୱାରେଣ୍ଟି ଏବଂ ଇଚ୍ଛାଧୀନ ସାତ ବର୍ଷର ୱାରେଣ୍ଟି ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.