ନେପାଳ ଟିମ୍ ରଚିଲା ବିଶ୍ୱ ରେକର୍ଡ: ୧୬ ବର୍ଷ ପରେ ଭାଙ୍ଗିଲା ଯୁବରାଜଙ୍କ ରେକର୍ଡ, ୯ଟି ବଲରେ ଅର୍ଦ୍ଧଶତକ ମାରିଲେ ଦିପେନ୍ଦ୍ର
ଏସୀୟ କ୍ରୀଡ଼ାରେ ବିଶ୍ୱ ରେକର୍ଡ କରିଛି ନେପାଳ । ଟି-୨୦ ମ୍ୟାଚରେ ନେପାଳ ଟିମ୍ ୩୧୪ ରନ୍ କରି ରେକର୍ଡ କରିଛି । ଏହି ମ୍ୟାଚରେ ନେପାଳ ଟିମର ଖେଳାଳି ଦିପେନ୍ଦ୍ର ସିଂହ ୯ଟି ବଲରେ ଅର୍ଦ୍ଧଶତକ କରି ଯୁବରାଜଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଏସୀୟ କ୍ରୀଡ଼ାରେ ଚାଲିଥିବା ଟି-୨୦ରେ ନେପାଳ ରଚିଛି ବିଶ୍ବରେକର୍ଡ । ଏସୀୟ କ୍ରୀଡାରେ ଇତିହାସ ରଚିଲା ନୋପାଳ ଟିମ । ମଙ୍ଗୋଲିଆ ବିପକ୍ଷରେ ସର୍ବାଧିକ ଦଳଗତ ସ୍କୋର, ଦ୍ରୁତ ଅର୍ଦ୍ଧଶତକ ଓ ଦ୍ରୁତ ଶତକର ନୂଆ ରେକର୍ଡ କରିଛି ନେପାଳ। ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ଟିମ ୩ ୱିକେଟ ହରାଇ ୩୧୪ ରନ କରିଥିଲା । ଯାହା କି ଟି-୨୦ ଇତିହାସରେ ସର୍ବାଧିକ ସ୍କୋର।
ଦଳ ପକ୍ଷରୁ ଦିପେନ୍ଦ୍ର ସିଂହ ୯ବଲରେ ଦ୍ରୁତ ଅର୍ଦ୍ଧଶତକ କରିଥଲେ । ଦୀର୍ଘ ୧୬ ବର୍ଷ ପରେ ଯୁବରାଜଙ୍କ ରେକର୍ଡ ଭାଙ୍ଗିଛି । ନେପାଳ ଟିମର ଦିପେନ୍ଦ୍ର ଟି-୨୦ରେ ଥିବା ଯୁବରାଜଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଯୁବରାଜ ସଂହଙ୍କ ୧୨ଟି ବଲରେ ଦ୍ରୁତ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗିଛି । ଦିପେନ୍ଦ୍ରଙ୍କ ଇନିଂସରେ ଥିଲା ୮ ଟି ବିଶାଳ ଛକା । ଷ୍ଟ୍ରାଇକ ରେଟ ୫୨୦ ରହିଥିଲା । ଦଳ ପକ୍ଷରୁ କୁସଲ ମଲ୍ଲା ସର୍ବାଧିକ ୧୩୭ ରନ କରିଛନ୍ତି । ୩୪ ବଲରୁ ଦ୍ରୁତ ଶତକ କରିଥିଲେ କୁସଲ ମଲ୍ଲା । ରୋହିତ ଶର୍ମା ଓ ଡେଭିଡ ମିଲରଙ୍କ ରେକର୍ଡ ଭାଙ୍ଗିଛି ।
🏆 Match Day 01 🇳🇵🇲🇳 🏏
DS Airee gets his half century 🔥#weCAN #AsianGames pic.twitter.com/QXsJFe9yxZ— CAN (@CricketNep) September 27, 2023
ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟରେ ୩୧୪ ରନ୍ ସଂଗ୍ରହ କରିଥିଲା । ୩୧୫ ରନ ଟାର୍ଗେଟକୁ ମଙ୍ଗୋଲିଆ ୪୧ ରନରେ ଅଲଆଉଟ ହୋଇଛି । ଫଳରେ ନେପାଳ ୨୭୩ ରନର ଏକ ବୃହତ ବ୍ୟବଧାନରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ନେପାଳ ମୋଟ ୨୬ଟି ଛକା ମାରି ରେକର୍ଡ କରିଥିଲା ।
Nepal Cricket team creates history: Nepal scored a massive 314/3 in T20I against Mongolia in 19th Asian Games. Kushal Malla smashed a Century in 34 balls and Dipendra Singh Airee smashed 50 in 9 balls! T20I WORLD RECORD.#AsianGames pic.twitter.com/5MXMNP2YdS
— AsianCricketCouncil (@ACCMedia1) September 27, 2023