Below header

ଇଣ୍ଡୋନେସିଆର ତାଙ୍ଗରେଙ୍ଗ ଜେଲରେ ଭୟାବହ ଅଗ୍ନିକାଣ୍ଡ: ପୋଡି ହୋଇ ୪୧ କଏଦୀ ମୃତ, ୮୦ ଆହତ

ଇଣ୍ଡୋନେସିଆର ରାଜଧାନୀରେ ଥିବା ଏକ ଜେଲରେ ଭୀଷଣ ଅଗ୍ନିକାଣ୍ଡରେ ୪୧ କଏଦୀଙ୍କ ପ୍ରାଣ ହରାଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଖବର ମୁତାବକ, ଜେଲରେ ସଜା କାଟୁଥିବା କଏଦୀଙ୍କ ମଧ୍ୟରେ ୪୧ ଜଣ କଏଦୀ ମାଦକ ଦ୍ରବ୍ଯ ମାମଲାରେ ଦୋଷୀ ସାବ୍ଯସ୍ତ ହୋଇ ସଜା ଭୋଗୁଥିଲେ। ଏମାନଙ୍କ ମଧ୍ୟରେ ଜଣେ ଦକ୍ଷିଣ ଆଫ୍ରିକା ଆଉ ଜଣେ ପର୍ତ୍ତୁଗାଲର ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଶହଶହ ପୋଲିସ କର୍ମୀ ଏବଂ କଏଦୀ ଫେରାର ନ ହୋଇଯାଆନ୍ତୁ, ସେଥିପାଇଁ ଅନେକ ସୈନିକ ଜେଲ ଆଖପାଖରେ ରହିଥିଲେ।

ନ୍ଯାୟ ଏବଂ ମାନବାଧିକାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଗମ୍ଭୀର ଭାବେ ନିଆଁରେ ପୋଡି ହୋଇଛନ୍ତି ଏବଂ ଅଳ୍ପ ଆହତ ହୋଇଥିବା ଲୋକଙ୍କୁ ଜେଲ କ୍ଲିନିକରେ ଆଡମିଟ୍ ହୋଇଛନ୍ତି। ଅନ୍ଯ ୬୪ ଲୋକଙ୍କ ଫୁସଫୁସରେ ଦୂଆ ପସିଥିବାରୁ ତାଙ୍କୁ ଅନ୍ଯ ଏକ ହସପିଟାଲକୁ ସ୍ତାନାନ୍ତର କରାଯାଇଛି।

ସୂଚନାଯୋଗ୍ଯ, ତାଙ୍ଗରେଙ୍ଗ ନାମକ ଏହି ଜେଲରେ ୧,୨୨୫ କଏଦୀ ରହିବାର କ୍ଷମତା ରହିଥିବା ବେଳେ ଏଠାରେ ୨ ହାଜରରୁ ଅଧିକ କଏଦୀ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.