Below header

BMWର ନୂଆ ଦମଦାର ଇଲେକଟ୍ରିକ ସାଇକେଲ, ସିଙ୍ଗିଲ ଚାର୍ଜରେ ଯିବ ୩୦୦ କିଲୋମିଟର

ଲଗାତାର ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଯାଉଛି। ଏଥିପାଇଁ ଗ୍ରାହକ ଏବେ ତେଲ ଚାଳିତ ଗାଡ଼ି ଅପେକ୍ଷା ଇଲେକ୍ଟ୍ରି ହ୍ଵିକିଲ୍ସ ପ୍ରତି ଆଗ୍ରହ ଦେଖାଉଛନ୍ତି। ସମସ୍ତେ ପ୍ରାୟ ତେଲ ଦର ମାଡ଼ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏବେ ଇଲେକ୍ଟି୍ର ବାହାନ ଉପରେ ବେଶି ନିର୍ଭର କରୁଛନ୍ତି। ସରକାରଙ୍କ ସମେତ ଏବେ ଗାଡ଼ି ନିର୍ମାତା କମ୍ପାନୀ ମଧ୍ୟ ଏହି ବାହନ ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି। ଏହି କ୍ଷେତ୍ରରେ ଅନେକ ନୂଆ ନୂଆ ଡିଜାଇନ ଗାଡ଼ିର ମଧ୍ୟ ବଜାର ପ୍ରବେଶ କରାଯାଉଛି।

ଲୋକଙ୍କ ପସନ୍ଦ ଏବଂ comfortzone କୁ ଦୃଷ୍ଟିରେ ରଖି ଗାଡ଼ିଟିର ଡିଜାଇନ କରାଯାଉଛି। ବିଶେଷ କରି ଏହି ଜୋନରେ ଜର୍ମାନୀର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ ଆଗକୁ ଆସିଛି। ସୂଚନା ଅନୁଯାୟୀ, BMW Motorrad, Munich ଏରିଆରେ ଇଣ୍ଟରନ୍ୟାସନାଲ ମୋଟର ସୋରେ ନିଜର ନୂଆ ଇଲେକଟ୍ରିକ ହ୍ଵିକିଲର ବଜାର ପ୍ରବେଶ କରାଇଛି। ନିଉ ଜେନେରେସନକୁ ଧ୍ୟାନରେ ରଖି bmw ତରଫରୁ ନୂଆ ଇଲେକ୍ଟ୍ରି ବାଇସାଇକେଲ ବାହାରିଛି। ଏହାର ନାମ ରହିଛି BMW I vision amby। ଏହା ସମ୍ପୂର୍ଣ୍ଣ ରୂପେ ଇଲେକ୍ଟ୍ରି ମୋଟର ସାଇକେଲ ନୁହେଁ କିମ୍ବା ସାଇକେଲ ମଧ୍ୟ ନୁହେଁ। ଏହା ଏକ ନୂଆ ଟାଇପର ଇଲେକ୍ଟି୍ର ବାହନ, ଯାହା ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି। ଏହା ଏକ ହାଇ –ସ୍ପିଡ ଇଲେକ୍ଟ୍ରିକ ବାଇକ, ଯାହାର ଲଞ୍ଚ ବିଦେଶରେ ହୋଇସାରିଛି।

ସିଙ୍ଗିଲ ଚାର୍ଜରେ ଏହା ୩୦୦ କିମି ଯିବାର କ୍ଷମତା ରଖିଛି। ଏହି ବାଇକରେ ୨୦୦୦ ଓ୍ଵାଟ କ୍ଷମତା ବିଶିଷ୍ଟ ବ୍ୟାଟେରୀ ପ୍ୟାକ ଦିଆଯାଇଛି। ଏହାକୁ ସାଇକେଲର ଫ୍ରେମରେ ଫିଟ କରାଯାଇଛି। ଏହି ଇଲେକଟ୍ରିକ ବାଇକରେ ପେଡଲିକ ରାଇଡିଂ ମୋଡ ରହିଛି। ଫାଷ୍ଟ ଚାର୍ଜିଂ ମୋଡରେ ଏହି ବ୍ୟାଟେରୀ ମାତ୍ର ୩ ଘଣ୍ଟାରେ ଫୁଲ ଚାର୍ଜ ହୋଇଯାଇଥାଏ। ସବୁଠୁ ବଡ଼ କଥା ହେଉଛି ସାଇକେଲର ଟପ ସ୍ପିଡ ଘଣ୍ଟା ପ୍ରତି ୬୦ କିଲୋମିଟର ରହିଛି।

bike
pc : amarujala

ଡିଜିଟାଲ ଯୁଗରେ ଇ-ସାଇକେଲ ସ୍ମାର୍ଟ ଆପ ଜରିଆରେ ଆପଣ ମୋବାଇଲରେ ଏହାକୁ କନେକ୍ଟ କରିପାରିବେ। ଆପ ସାହାଯ୍ୟରେ ସାଇକେଲରେ ଦିଆଯାଇଥିବା ସ୍ପିଡ ମୋଡକୁ ବଦଳାଇ ପାରିବେ। ଏହାର ଟପ୍‌ ସ୍ପିଡକୁ ମାନୁଆଲ କିମ୍ବା ଜିଓ ଫେସିଙ୍ଗ ଜରିଆରେ ଆଡଜେଷ୍ଟ କରିପାରିବେ। ଏହି ସାଇକେଲରେ ଏକ ବିଶେଷ ଆଡପ୍ଟିଭ ମୋବିଲିଟି ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଏହାଦ୍ୱାରା ଡ୍ରାଇଭ ସିଷ୍ଟମ ସାଇକେଲ ଟ୍ରାକରେ ଘଣ୍ଟା ପ୍ରତି ୨୫ କିମି, ସିଟି ସେଣ୍ଟର ରୋଡରେ ଘଣ୍ଟାକୁ ୪୫ କିମି ଏବଂ ମଲ୍ଟି ଲେନ ରୋଡରେ ଘଣ୍ଟାକୁ ୬୦ କିମି ସ୍ପିଡରେ ଯାଇଥାଏ। କିନ୍ତୁ ଏଥିପାଇଁ ରାଇଡରଙ୍କୁ ଲଗାତାର ଭାବେ ପେଡଲ ମାରିବାକୁ ପଡିଥାଏ ।

ତେବେ ଏହି ବାଇକ ପାଇଁ କୌଣସି ରେଜିଷ୍ଟ୍ରର କିମ୍ବା ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ। ଏହି ବାଇକର ଦୁଇଟି ଚକା ୨୪ ଇଞ୍ଚର ରହିଥିବାର ଶୁଣିବାକୁ ମିଳିଛି। ଏହାର ମୋଟ ଓଜନ ୬୫ କିଲୋଗ୍ରାମ ରହିଛି। ତେବେ ଏହା ଏକ କନ୍ସେପ୍ଟ ପ୍ରଡକ୍ଟ, ଭାରତରେ ଏହାର ବିକ୍ରିକୁ ନେଇ କୌଣସି ତାରିଖ ବା ସମୟର ସୂଚନା ଦିଆଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.