ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ଚାଲିବ ମାମଲା : ବମ୍ବେ ହାଇକୋର୍ଟ

ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ଚାଲିବ ମାମଲା । ଜାଭେଦ ଅଖତାର କରିଥିବା ମାନହାନୀ ମାମଲା ଚାଲିବ । ବମ୍ବେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଜାଭେଦଙ୍କ ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ଏହି ମାମଲା ରୁଜୁ ହୋଇଛି । ଜାଭେଦ ଅଖତାର IPC ୪୯୯ ଓ ୫୦୦ ଧାରା ଆଧାରରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ଏକ ଟିଭି ଚ୍ୟାନେଲକୁ ଦେଉଥିବା ସାକ୍ଷାତକାର ସମୟରେ ବଲିଉଡ ର ଆଗଧାଡିର ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଜାଭେଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେଥିରେ ଜାଭେଦଙ୍କ ସମ୍ମାନ ହାନି ଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଗତ ୧ ତାରିଖରେ ବମ୍ବେ ହାଇକୋର୍ଟ କଙ୍ଗନାଙ୍କ ମାମଲାର ଶୁଣାଣି କରିଥିଲେ । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.