କଟକ କନ୍ଦରପୁରରେ ଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଗୁଳିମାଡ

କଟକ (କେନ୍ଯୁଜ୍): କଟକ କନ୍ଦରପୁର ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ । ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଆହତ । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ୟବସାୟୀ ଜଣଙ୍କ ଏକ ଅଟୋରେ କଟକ ଆସୁଥିଲେ ।

ଦୁଇ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଗୁଳିମାଡ଼ ପରେ ସେମାନେ ଫେରାର ହୋଇଯାଇଛନ୍ତି । ସଂପୃକ୍ତ ବ୍ୟବସାୟୀଙ୍କ ଜଂଘରେ ଏକ ଗୁଳି ବାଜିଛି । ଗୁଳିକାଣ୍ଡର କାରଣ କଣ ତାହା ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.