ହାଇ-ୱେ ପାଲଟିଲା ରନ-ୱେ, ପାକିସ୍ତାନ ସୀମାରେ ଓହ୍ଲାଇଲା ଲଢ଼ୁଆ ବିମାନ

ପାକିସ୍ତାନ ସୀମାରେ ଓହ୍ଲାଇଲା ସୁଖୋଇ, ଜାଗୁଆର ଭଳି ଲଢ଼ୁଆ ବିମାନ । ହାଇ-େଓ୍ଵ ପାଲଟିଲା ରନ-େଓ୍ଵ । ରାଜସ୍ଥାନର ଜାଲୋର ବାରମେର ଜାତୀୟ ରାଜପଥରେ ଉଦଘାଟିତ ହେଲା ଏୟାରଷ୍ଟ୍ରିପ। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ଉପସ୍ଥିତିରେ ଏହି ଏୟାରଷ୍ଟ୍ରିପର ଶୁଭାରମ୍ଭ ହୋଇଛି । ସୁଖୋଇ ଓ ଜାଗୁଆର ପରି ବାୟୁସେନା ଯୁଦ୍ଧ

ବିମାନ ଏହି ଏୟାରଷ୍ଟ୍ରିପରେ ଅବତରଣ କରିବା ସହ ଶକ୍ତି ପ୍ରଦର୍ଶନ କରିଛି। ୪କିମି ଲମ୍ବା ଏହି ଏୟାରଷ୍ଟ୍ରିପରେ ଯୁଦ୍ଧବିମାନ ଅବତରଣ କରିପାରିବ। ବାୟୁସେନାର ବିମାନର ଜରୁରୀ ଅବତରଣ ପାଇଁ ପ୍ରଥମ ଥର ପାଇଁ ଏହି ଜାତୀୟ ରାଜପଥ ବ୍ୟବହାର ହୋଇପାରିବ । ଏହି ଏୟାରଷ୍ଟ୍ରିପ ଭାରତ- ପାକିସ୍ତାନ ସୀମା ନିକଟରେ ଅବସ୍ଥିତ ଥିବାରୁ ଏହାର ଗୁରୁତ୍ୱ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.