Below header

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା: ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ୫ ମୃତ ୧୦ ନିଖୋଜ

ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ସିରାଜରେ ଭୂସ୍ଖଳନ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ନିଖୋଜ ରହିଛନ୍ତି । ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ।

ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ସିରାଜରେ ଭୂସ୍ଖଳନ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ନିଖୋଜ ରହିଛନ୍ତି । ସିମଲାର ବଲଦେୟାରେ ଭୂସ୍ଖଳନ ହେବାକୁ ଯୋଗୁଁ ଦମ୍ପତିଙ୍କ ଜୀବନ ଚାଲିଯାଇଛି । ଏହାଛଡା ସିରାଜର ଗୋଶାଳା ଗଳିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଏପର୍ଯ୍ୟନ୍ତ ୨ ଜଣଙ୍କ ମୃତଦେହ ଜବତ କରିଛି ।

ଭୂସ୍ଖଳନ ଯୋଗୁଁ ମାଟିତଳେ ପ୍ରବାସୀ ଦମ୍ପତି ମାଟି ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଏମାନେ ଏକ ନିର୍ମାଣାଧୀନ କୋଠାରେ ଶ୍ରମିକ ଭାବେ କାମ କରୁଥିଲେ । ଦୁହେଁ ଝାରଖଣ୍ଡର ବୋଲି ଜଣାପଡିଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ।

ହିମାଚଳରେ ପ୍ରବଳ ବର୍ଷା ଲାଗି ରହିଛି । ତେଣୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଏଠାରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଖରାପ ରହିଛି । ହିମାଚଳ ପ୍ରଦେଶରେ ଭୟଙ୍କର ବିପତ୍ତି ଆଣିଛି ବାଦଲ ଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନ । ସିମଲା ସମରହିଲ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.