ଭାରତୀୟ ହେଲେ ମଧ୍ୟ ଦେଶର ଏସବୁ ଜାଗାରେ ଆପଣ ଜମି କିଣି ରହିପାରିବେ ନାହିଁ, କାରଣ ରହିଛି ଏମିତି କିଛି

ଭାରତୀୟ ହୋଇ ମଧ୍ୟ ଆପଣ ଭାରତର କିଛି ନିର୍ଦିଷ୍ଟ ଜାଗା ରହିଛି ଯାହାକୁ ଆପଣ କିଣି ପାରିବେ ନାହିଁ । ଦେଶର ଲୋକ ମାନଙ୍କୁ ଭାରତ ର ଏସବୁ ସ୍ଥାନ କୁ କିଣିବାକୁ ବ୍ୟାନ କରାଯାଇଛି କହିଲେ ଚଳେ । ଆଉ ଏ ସ୍ଥାନ ଏତେ ସୁନ୍ଦର ଯାହାକୁ ଦେଖିଲେ ଆପଣ ଏଠି ଜମି କିଣିବାକୁ ନିହାତି ଚାହିଁବେ । ଆଜି ଆମେ କହିବୁ ସେହି ସ୍ଥାନ ସମ୍ପର୍କରେ , ଯେଉଁଠି ଆମ ସମସ୍ତଙ୍କୁ ଜାଗା କିଣିବା ପାଇଁ ମନା କରାଯଇଛି । ଏହା ସରକାରଙ୍କ କିଛି ନିୟମ ନ ଅନ୍ୟ କିଛି କଥା ଲୁଚି ରହିଛି ଜାଣନ୍ତୁ

ଜମି କିଣିବା ଆଉ ଘର କରାଇବା ଆପଣ ସମସ୍ତଙ୍କର ଏକ ବଡ ସ୍ବପ୍ନ ଥାଏ । ପୁଅ ବାହାଘରଠୁ ଆରମ୍ଭ କରି ଝିଅ ବାହାଘର କାମ ସରିଲେ ଯଦି ନିଜ ଜମିରେ ଘର ଖଣ୍ଡିଏ ହୋଇଯାଏ ତେବେ ମୁଣ୍ଡରୁ ପୁରା ଚିନ୍ତା ଗଲା ବୋଲି ଜାଣିବେ। ସେମିତିରେ ଏ ମହଙ୍ଗା ଯୁଗରେ ଘର ତାହା ଛାଡ ଜମି ମିଳିବା ଭାରି ମୁସ୍କିଲ । ଜାଗାର ମୂଲ୍ୟ ସ୍ୱର୍ଗକୁ ଛୁଇଁଲାଣି , ତଥାପି ଲୋକମନେ ନିଜ ସ୍ବପ୍ନ ପୁରା କରିବା ପାଇଁ ମନ ପସନ୍ଦ ସ୍ଥାନରେ ଜାଗା ଜିଣିବାକୁ ଇଛା ରଖିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତୀୟ ହୋଇ ମଧ୍ୟ ଆପଣ ଭାରତର କିଛି ନିର୍ଦିଷ୍ଟ ଜାଗା ରହିଛି ଯାହାକୁ ଆପଣ କିଣି ପାରିବେ ନାହିଁ । ଦେଶର ଲୋକ ମାନଙ୍କୁ ଭାରତ ର ଏସବୁ ସ୍ଥାନ କୁ କିଣିବାକୁ ବ୍ୟାନ କରାଯାଇଛି କହିଲେ ଚଳେ । ଆଉ ଏ ସ୍ଥାନ ଏତେ ସୁନ୍ଦର ଯାହାକୁ ଦେଖିଲେ ଆପଣ ଏଠି ଜମି କିଣିବାକୁ ନିହାତି ଚାହିଁବେ । ଆଜି ଆମେ କହିବୁ ସେହି ସ୍ଥାନ ସମ୍ପର୍କରେ , ଯେଉଁଠି ଆମ ସମସ୍ତଙ୍କୁ ଜାଗା କିଣିବା ପାଇଁ ମନା କରାଯଇଛି । ଏହା ସରକାରଙ୍କ କିଛି ନିୟମ ନ ଅନ୍ୟ କିଛି କଥା ଲୁଚି ରହିଛି ଜାଣନ୍ତୁ ..

ଭାରତ ବର୍ଷରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଭାରତୀୟଙ୍କୁ ଜମି କିଣିବାକୁ କିମ୍ବା ଅନ୍ୟ କୌଣସି ସମ୍ପତ୍ତି ନେବାକୁ ଅନୁମତି ଦିଆଯାଇ ନଥାଏ। ଯଦି ଆପଣ ସେହି ସ୍ଥାନରେ ଜମି କିମ୍ବା ସମ୍ପତ୍ତି କ୍ରୟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ପ୍ରଥମେ ଆପଣଙ୍କୁ ସେଠାକାର ସ୍ଥାନୀୟ ବାସିନ୍ଦା ହେବା ଆବଶ୍ୟକ। ଯେମିତିକି :-

କାଶ୍ମୀର: ପୃଥିବୀର ସ୍ୱର୍ଗ କହିଲେ କାଶ୍ମୀରକୁ ବୁଝାଏ। କାଶ୍ମୀର ଘାଟିରେ ବସବାସ କରିବାକୁ ଚାହୁଁଥିବା ଲୋକଙ୍କ ମନରେ ଏକ ସ୍ୱପ୍ନ ରହିଥାଏ। ଯଦିଓ ବର୍ତ୍ତମାନ ଆପଣ କାଶ୍ମୀର ଘାଟିରେ ଆପଣଙ୍କର ସ୍ୱପ୍ନର ଘର ଦେଖିବାକୁ ପାଇପାରିବେ। ହେଲେ କାଶ୍ମୀର ଘାଟିରୁ ୩୭୦ ଧାରା ହଟିବା ପୂର୍ବରୁ ବାହାର ଲୋକ କିମ୍ବା ଅଣ କାଶ୍ମୀର ବାସିନ୍ଦାଙ୍କୁ ଘାଟିରେ ସମ୍ପତ୍ତି ରଖିବାର ଅନୁମତି ଦିଆଯାଇନଥିଲା।

ହିମାଚଳ ପ୍ରଦେଶ: ଯେଉଁମାନେ ଶାନ୍ତି ତଥା ସୁନ୍ଦର ପ୍ରାକୃତିକ ପରିବେଶ କୁ ଉପଭୋଗ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ହିମାଚଳ ପ୍ରଦେଶ ହେଉଛି ଉପଯୁକ୍ତ ସ୍ଥାନ । ବୁଲିବା ଉଦ୍ଦେଶ୍ୟରେ ଆପଣ ହିମାଚଳ ପ୍ରଦେଶ ଆସିପାରିବେ। ମାତ୍ର ଦେଶର ଏହି ପାହାଡ଼ି ରାଜ୍ୟରେ ଜମି କିମ୍ବା ସମ୍ପତ୍ତି କିଣିବାକୁ ସମସ୍ତଙ୍କୁ ଅନୁମତି ମିଳେନାହିଁ।

ଶିଲଂ: ଦେଶର ପୂର୍ବୋତ୍ତର ରାଜ୍ୟ ମେଘାଳୟର ରାଜଧାନୀ ଶିଲଂ। ଯେଉଁଠାରେ ଆପଣ ପ୍ରକୃତିର କୋଳରେ ମୂଲ୍ୟବାନ ସମୟ ବିତାଇ ପାରିବେ। ଏଠାକାର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବାକୁ ଅନେକ ଅପ୍ସନ ଆପଣ ପାଇଯିବେ । ହେଲେ ଆପଣ ଏଠାକୁ କେବଳ ବୁଲିବା ଉଦ୍ଦେଶ୍ୟରେ ହିଁ ଆସିପାରିବେ। କାରଣ ଶିଲଂ ଅଞ୍ଚଳରେ ବାହାର ଲୋକଙ୍କୁ ସମ୍ପତ୍ତି କ୍ରୟ କରିବାର ଅନୁମତି ନାହିଁ।

ସିକ୍କିମ୍: ଦେଶର ଏହି ପୂର୍ବୋତ୍ତର ରାଜ୍ୟରେ ଆପଣ ବରଫ ଆଚ୍ଛାଦିତ ପାହାଡ଼, ଅନେକ ମଠ ଏବଂ ସୁନ୍ଦର ସନ୍ଧ୍ୟା ଉପଭୋଗ କରିପାରିବେ। ହେଲେ ଆପଣ ଏଠାରେ ସମ୍ପତ୍ତି କିଣି ପାରିବେ ନାହିଁ କିମ୍ବା ଜମି କ୍ରୟ କରିପାରିବେ ନାହିଁ।

ଅରୁଣାଚଳ ପ୍ରଦେଶ: ଦେଶର ଏହି ପୂର୍ବୋତ୍ତର ରାଜ୍ୟ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବରେ ଜଣାଶୁଣା। ହେଲେ କୌଣସି ବାହାର ଲୋକ ଅରୁଣାଚଳ ପ୍ରଦେଶ ଠାରେ ସମ୍ପତ୍ତି କିମ୍ବା ଜମି କ୍ରୟ କରିବାର ଅନୁମତି ନାହିଁ।