ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମିଳିଲା ନାହିଁ ଟିକେଟ୍‌, ସମର୍ଥକଙ୍କୁ ଦେଖି କାନ୍ଦିବାକୁ ଲାଗିଲେ ପୂର୍ବତନ ଡେପୁଟି ସିଏମ୍‌

ବିଧାନସଭା ନିର୍ବାଚନ ପାଇଁ ଟିକେଟ୍‌ ନ ମିଳିବାରୁ କାନ୍ଦି ପକାଇଥିଲେ ତେଲେଙ୍ଗାନାର ପୂର୍ବତନ ଡେପୁଟି ସିଏମ୍‌। ଘଟଣା ତେଲେଙ୍ଗାନାର ଜନଗାଁ ଅଞ୍ଚଳର। ପୂର୍ବତନ ଡେପୁଟି ସିଏମ୍‌ ତଥା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା ଥତିକୋଣ୍ଡା ରାଜୈୟା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଘନପୁର ନିର୍ବାଚନ ମଣ୍ଡଳୀରୁ ଟିକେଟ୍‌ ଚାହୁଁଥିଲେ।

ରାଜୈୟା ଘନପୁର (ଷ୍ଟେସନ) ଆସନରୁ ବର୍ତ୍ତମାନର ବିଧାୟକ ଅଛନ୍ତି। କିନ୍ତୁ ବିଆର୍‌ଏସ୍‌ ପ୍ରମୁଖ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅନ୍ୟ ଜଣେ ବରିଷ୍ଠ ନେତା କାଦିୟାମ ଶ୍ରୀହରିଙ୍କୁ ଏହି ମଇଦାନରେ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଯେମିତି ହିଁ ରାଜୈୟା ଆମ୍ବେଦକର ପ୍ରତିମା କେନ୍ଦ୍ର ପହଞ୍ଚିଥିଲେ, ତାଙ୍କ ସମର୍ଥକମାନେ ଜୟ ରାଜୈୟା, ଜୟ ତେଲେଙ୍ଗାନା ସ୍ଲୋଗାନ୍‌ ଦେଇଥିଲେ। ଏହାପରେ ଭାବୁକ ହୋଇପଡ଼ିଥିଲେ ରାଜୈୟା ଏବଂ ସେଠାରେ ସେ ଆଣ୍ଠୁମାଡ଼ି ବସି ସମର୍ଥକଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଥିଲେ।

ରାଜୈୟା ସମର୍ଥକମାନଙ୍କ ସାମ୍ନାରେ କାନ୍ଦିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ ହାତ ଯୋଡ଼ି ଆଣ୍ଠୁ ମାଡ଼ି ବସିଥିବାର ଦେଖିବାକୁ ମିଳୁଛି। ସୂଚନାଥାଉ କି, ସୋମବାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମୋଟ ୧୧୯ଟି ଆସନ ପାଇଁ ୧୧୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।