ସାବଧାନ ! ଆପଣଙ୍କ ବାଇକ୍ ସିଟ୍ ତଳେ ମଧ୍ୟ ଲୁଚିଥାଇପାରେ ନାଗ, ଦେଖନ୍ତୁ ଭିଡିଓ
ବର୍ଷା ଦିନରେ ଗାଡି ସିଟ୍ ତଳେ ଲୁଚି ରହୁଛନ୍ତି ବିଷାକ୍ତ ସାପ । ଯାହା ଆପଣଙ୍କ ଜୀବନକୁ ବିପଦରେ ପକାଇପାରନ୍ତି । ତେଣୁ ବାଇକ୍ ଚଲାଇବା ପୂର୍ବରୁ ସଠିକ୍ ଭାବେ ଦେଖିନିଅନ୍ତୁ ।

ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ହୋଇ ଦୌଡି ପଳାନ୍ତି । ଆଉ ଯଦି ଏହି ସାପ ଆପଣଙ୍କ ଗାଡି ସିଟ୍ରେ ଲୁଚି ରହିଥାଏ, ତେବେ ଆପଣ କ’ଣ କରିବେ । ନିଶ୍ଚିତ ଭୟରେ ଛାନିଆ ହୋଇଯିବେ । ବର୍ଷାଦିନରେ ସାପ ଚାରିଆଡେ ବୁଲୁଥିବାର ଦେଖିଥିବେ । ଗାଡିର ହେଡଲାଇଟ କିମ୍ବା ବନେଟ ଭିତରେ ସାପ ପଶିଥିବା ଆପଣ ଅନେକ ଥର ଦେଖିଥିବେ କିନ୍ତୁ ସାପ ଗାଡି ସିଟ୍ ତଳେ ରହିଥିବା ହୁଏତ କେହି ଜାଣିନଥିବେ । ଆଉ ଭୁଲବଶଃତ ଆପଣ ଏହା ଉପରେ ବସିପଡିଲେ ଆପଣଙ୍କ ଅବସ୍ଥା କ’ଣ ହେବ ତାହା ଆପଣ ନିଶ୍ଚିତ ଭାବିପାରୁଥିବେ । ତେବେ ଏମିତି ଏକ ଘଟଣା ମଧ୍ୟପ୍ରଦେଶ ଦତ୍ତିଆରୁ ଦେଖିବାକୁ ମିଳିଛି ।
ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ନିଜ ବାଇକକୁ ସର୍ଭିସିଂ କରିବା ପାଇଁ ଗ୍ୟାରେଜ ନେଇଥିଲେ । ବାଇକ୍ ସର୍ଭିସିଂ କରିବା ସମୟରେ ମେକାନିକ ସିଟ୍ ଖୋଲିବା ବେଳେ ଏହା ତଳୁ ଏକ ବିଷାକ୍ତ ସାପଥିବା ଦେଖିବାକୁ ପାଇଥିଲେ । ସାପ ଦେଖିବା ମାତ୍ରେ ଭୟରେ ମେକାନିକ ଜଣକ ବାଇକକୁ ଛାଡି ଦେଇଥିଲେ । ଏହାପରେ ବାଇକ୍କୁ ଗ୍ୟାରେଜ ବାହାରକୁ ନେବା ପରେ ସାପଟି ଆପେ ଆପେ ବାହାରକୁ ଚାଲିଯାଇଥିବାର ଭିଡିଓରେ ଦେଖିବାକୁ ମିଳିଛି ।
ତେବେ ଯଦି ଆପଣଙ୍କ ସହିତ କେବେ ବି ଏମିତି ଘଟଣା ଘଟେ, ତେବେ ସାବଧାନତାର ସହିତ ଏହାକୁ ସମ୍ଭାଳିନେବେ । ଆଉ ବର୍ଷାଦିନରେ ବାହାରେ କେଉଁଠି ଗାଡି ରଖିଥିଲେ, ଗାଡି ନେବା ପୂର୍ବରୁ ନିଶ୍ଚିତ ଭାବେ ଭଲକରି ପରଖି ନେବେ ।