Below header

ଆଉ କିଛି ସମୟ ପରେ ଚନ୍ଦ୍ରରେ ପାଦ ଥାପିବ ଇସ୍ରୋର ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ-୩

ଚନ୍ଦ୍ରଯାନ-୩ ଜହ୍ନ ରାଇଜରେ ପାଦ ଥାପିବା ପରେ ଭାରତକୁ ମିଳିବ ବଡ ସଫଳତା । ଆଉ ମାତ୍ର ୨ ଘଣ୍ଟାର ଅପେକ୍ଷା । ସନ୍ଧ୍ୟା ୫ ଟା ୪୪ରୁ ଆରମ୍ଭ ହେବ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା । ୫ଟା ୪୫ରୁ ୬ଟା ୪, ପ୍ରାୟ ୨୦ ମିନିଟ୍ ଚନ୍ଦ୍ରଯାନ ପାଇଁ ଜଟିଳ ସମୟ ।

ଆଉ ମାତ୍ର ୨ ଘଣ୍ଟାର ଅପେକ୍ଷା । ଜହ୍ନ ରାଇଜରେ ପାଦ ଥାପିବା ପରେ ଭାରତକୁ ମିଳିବ ବଡ ସଫଳତା । ୪୦ ଦିନର ଯାତ୍ରା ପରେ ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ମିଶନ ସଫଳ ହେଲେ ଜହ୍ନରେ ନୂଆ ଇତିହାସ ଲେଖିବ ଇସ୍ରୋ । ଆଉ କିଛି ସମୟ ପରେ ପାଦ ଥାପିବ ଇସ୍ରୋର ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ-୩ । କେବଳ ସେହି ଐତିହାସିକ ମୁହୂର୍ତ୍ତକୁ ଅନାଇ ବସିଛି ସାରା ଦେଶ । ବିଶ୍ବର ବିଭିନ୍ନ ଦେଶ ବି ଭାରତର ମୁନ୍ ମିଶନ ଉପରେ ନଜର ରଖିଛନ୍ତି ।

ସନ୍ଧ୍ୟା ୫ ଟା ୪୪ରୁ ଆରମ୍ଭ ହେବ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା । ଏଥିପାଇଁ ଅଟୋମେଟିକ୍ ଲ୍ୟାଣ୍ଡିଂ ସିକ୍ବେନ୍ସ ବା ALS ପ୍ରସ୍ତୁତ ରହିଛି । ALS କମାଣ୍ଡ ପାଇବା ପରେ ଲ୍ୟାଣ୍ଡର ମଡ୍ୟୁଲର ଇଞ୍ଜିନ କାର୍ଯ୍ୟକ୍ଷମ ହେବ । ପ୍ରାୟ ୨୫ କି.ମି. ଉଚ୍ଚତାରୁ ତଳକୁ ଖସିବ ବିକ୍ରମ ଲ୍ୟାଣ୍ଡର । ସେତେବେଳେ ବେଗ ପ୍ରତି ସେକେଣ୍ଡରେ ୧.୬୮ କି.ମି ରହିବ । ଚନ୍ଦ୍ରପୃଷ୍ଠକୁ ପାଖେଇବା ବେଳକୁ ଲ୍ୟାଣ୍ଡରକୁ ଟାଣିବ ଚନ୍ଦ୍ରର ଗୁରୁତ୍ୱାକର୍ଷଣ ବଳ । ତାକୁ ପ୍ରତିହତ କରିବାକୁ ୪ଟି ଥ୍ରଷ୍ଟ ଇଞ୍ଜିନ ରେଟ୍ରୋ ଫାୟର କରିବ । ଚନ୍ଦ୍ରପୃଷ୍ଠର ୨୫ କି.ମି ଉଚ୍ଚତାରୁ ଖସି ପର୍ଯ୍ୟାୟ କ୍ରମେ ଚନ୍ଦ୍ର ପୃଷ୍ଠଠାରୁ ୧୫୦ ମିଟର ଉଚ୍ଚରେ ରହିବ । ସେତେବେଳକୁ ଭୂଲମ୍ବ ହୋଇ ସାରିଥିବ । ଲ୍ୟାଣ୍ଡର କିଛି ସମୟ ସ୍ଥିର ହୋଇ ଚନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିବ ।

ପରିବେଶ ଅନୁକୂଳ ଥିଲେ, ସନ୍ଧ୍ୟା ୬ଟା ୪ରେ ଲ୍ୟାଣ୍ଡ କରିବ ବିକ୍ରମ । ୫ଟା ୪୫ରୁ ୬ଟା ୪, ପ୍ରାୟ ୨୦ ମିନିଟ୍ ଚନ୍ଦ୍ରଯାନ ପାଇଁ ଜଟିଳ ସମୟ । ଯାହାକୁ ଟ୍ବେଣ୍ଟି ମିନିଟ୍ସ ଅଫ ଟେରର୍ ବୋଲି କୁହାଯାଉଛି । ଚନ୍ଦ୍ରଯାନ ୨ରେ ଶେଷ ଅଢେଇ କିଲୋମିଟରରେ ତ୍ରୁଟି ଦେଖା ଦେଇଥିଲା। ସେହି ତ୍ରୁଟିକୁ ଏଥର ସଜଡା ଯାଇଛି । ଏଥର ସଫଳ ଲ୍ୟାଣ୍ଡିଂ ନେଇ ଇସ୍ରୋ ଦୃଢ ଆଶାବାଦୀ ରହିଛି ।

ଚନ୍ଦ୍ରଯାନ-୩ରେ ଖର୍ଚ୍ଚ ହୋଇଛି ୬୧୫ କୋଟି ଟଙ୍କା । ଚନ୍ଦ୍ରଯାନ-୨ର ବଜେଟ୍ ଆକାର ଥିଲା ୯୭୮ କୋଟି ଟଙ୍କା । ଏଥିରୁ ୬୦୩ କୋଟି ଅର୍ବିଟର, ଲ୍ୟାଣ୍ଡର, ରୋଭର ନିର୍ମାଣରେ ଖର୍ଚ୍ଚ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.