Below header

ଓ୍ଵାଲମାର୍ଟ ଷ୍ଟୋରକୁ ଉଡାଇବାକୁ ଧମକ ଦେଉଥିବା ବିମାନ ପାଇଲଟ ଗିରଫ, ଇନ୍ଧନ ସରିଯିବାରୁୁ ବାଧ୍ୟ ହୋଇ ଲ୍ୟାଣ୍ଡ କଲା ବିମାନ

ମିସିସିପିର ଟୁପେଲୋରେ ବିମାନ ଦ୍ୱାରା ଓ୍ଵାଲମାର୍ଟ ଷ୍ଟୋରକୁ ଉଡାଇବାକୁ ଧମକ ଦେଉଥିବା ପାଇଲଟକୁ ଗିରଫ କରିଛି ପୋଲିସ । ବିମାନରେ ଇନ୍ଧନ କମ୍‌ ହେବା କାରଣରୁ ପାଇଲଟ ସାମ୍ନାରେ ଥିବା ଏକ ପଡିଆ ଲ୍ୟାଣ୍ଡ କରାଇଥିଲା। ଲ୍ୟାଣ୍ଡିଂ କରିବା ପରେ ପୋଲିସ ତାଙ୍କୁ ଗିରଫ କରିନେଇଛି।

ମିଳିଥିବା ସୂଚନା ଅନୁସାରେ, ଶନିବାର ଦିନ ସକାଳ ୫ଟା ବେଳେ ବିମାନଟି ଆମେରିକାର ଟୁପେଲୋ ସହରର ଆକାଶରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ିଥିଲା। ସପିଂ ମଲ୍ରେ ବିମାନ କ୍ରାସ୍ କରିବା ନେଇ ପାଲଇଟ ଧମକ ଦେବା ପରେ ପ୍ରଶାସନ ଟୁପେଲୋର କେତେକ ସପିଂ ମଲ୍ ଖାଲି କରିବା ସହ ସ୍ଥାନୀୟ ଲୋକଙ୍କୁ ଗୋଟିଏ ସ୍ଥାନରେ ଠୁଳ ହେବାକୁ ମନା କରିଥିଲା। ବିମାନଟି ଅଧିକ ସମୟ ପର୍ଯ୍ୟନ୍ତ ଆକାଶରେ ଚକ୍କର କାଟିଥିଲା। ପାଇଲଟ ଜଣକ ଜାଣିଶୁଣି ଓ୍ଵାଲମାର୍ଟକୁ ଉଡାବାକୁ ଧମକ ଦେଉଥିଲେ।

ତାପରେ ସମସ୍ତ ପ୍ରଶାସନ ଆଲର୍ଟରେ ରହିଥିଲେ। ଏବେ ଗିରଫ ହେବା ପରେ ବିମାନ ଚାଳକ ପରିଚୟ ଜଣାପଡ଼ିଛି। ଗିରଫ ପାଇଲଟ ଜଣଙ୍କ ଟୁପେଲୋ ଆଞ୍ଚଳିକ ବିମାନବନ୍ଦର କର୍ମଚାରୀ ହୋଇଥିବା ବେଳେ ୯ ଆସନ ବିଶିଷ୍ଟ ବିମାନଟି ଥିଲା ୧୯୮୭ ବିଚ୍ ସି୯୦ଏ ।

ସୂଚନାଯୋଗ୍ୟ, ଆମେରିକା ଉତ୍ତରପଶ୍ଚିମ ମିସିସିପ୍ପି ଅଞ୍ଚଳର ଟୁପେଲୋ ସହରରେ ଏକ ବିମାନ ଲଗାମ ଛଡ଼ା ହୋଇ ଉଡୁଥିଲା। ସହରରେ ଥିବା ୱାଲ୍ମାର୍ଟ ସପିଂମଲ୍ରେ କ୍ରାସ କରିବାକୁ ଧମକ ଦେଉଥିଲା ବିମାନ ଚଳାଉଥିବା ପାଇଲଟ। ଦୁର୍ଘଟଣାକୁ ଆଖି ଆଗରେ ରଖି ଏଥିପାଇଁ ପ୍ରଶାସନ ସପିଂ ମଲ୍ରୁ ଲୋକ ଖାଲି କରିବା ସହ ଆଖାପାଖ ଅଞ୍ଚଳର ଲୋକଙ୍କୁ ସତର୍କ କରାଇଥିଲା। ଏନେଇ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.