ପୁଲୱାମା ଆକ୍ରମଣ ପଛର ପ୍ରକୃତ ରହସ୍ୟ କଣ ଥିଲା, ଜାଣନ୍ତୁ କଣ କହୁଛନ୍ତି ଆଦିଲର ବାପା

ପୁଲୱାମାରେ ସିଆରପିଏଫ ଜବାନଙ୍କୁ ଆକ୍ରମଣ କରିଥିବା ଆତ୍ମଘାତୀ ଆତଙ୍କୀ ଆଦିଲଙ୍କ ବାପା ଗୁଲାମ ଡାର ପଅର ଆତଙ୍କୀ ଗତବିଧି ବିଷୟରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ତାଙ୍କର କହିବା କଥା ଯେ ପୁଅ ଆତଙ୍କବାଦୀ ହେବା ଏବଂ ତାର ସୁଇସାଇଡ ମିଶନ ବିଷୟରେ ତାଙ୍କୁ ଆକ୍ରମଣ ପରେ ପୋଲିସ ପାଖରୁ ହିଁ ସୂଚନା ମିଳିଲା।
ସୋସିଆଲ ମିଡିଆରେ ଆତଙ୍କୀର ବାପାଙ୍କର ଭିଡିଓ ଭାଇରାଲ ହେଉଛି। ଗୁଲାମଙ୍କ କହିବାନୁଯାୟୀ ତାଙ୍କ ପୁଅ ଆଦିଲ ଦ୍ବାଦଶ ପରୀକ୍ଷା ଦେବାର ଥିଲା। ସେ ଘରୁ ଜମ୍ମୁ ଯାଉଛି ବୋଲି କହି ଯାଇଥିଲା।ତାଙ୍କୁ ଏହା ବିଷୟରେ ଟିକେ ବି ଜଣାନଥିଲା ଯେ ତାଙ୍କ ପୁଅ ଏହିଭଳିର ଆତଙ୍କୀ ଗତି ବିଦ୍ଧିରେ ସାମିଲ ହେବ।
ତାଙ୍କ ବାପାଙ୍କ କହିବାନୁଯାୟୀ ଥରେ ଆଦିଲ୍ ସ୍କୁଲରୁ ଫେରିଲାବେଳେ ପୋଲିସ ତାକୁ ଅଟକାଇଥିଲା ଏବଂ କହିଥିଲା ଯେ ଭୂଇଁରେ ନାକ ଘଷିବା ସହ ଜିପ ଚାରିପଟେ ନାକ ଧରି ବୁଲିବା ପାଇଁ ବାଧ୍ୟ କରିଥିଲେ। ସେବେଠାରୁ ପ୍ରତିଶୋଧ ପରାୟଣ ହୋଇପଡିଥିଲା ଆଦିଲ। ଯେଉଁ କାରଣ ପାଇଁ ସେ ଆତଙ୍କବାଦୀ ସଂଗଠନ ଜୈସ-ଇ-ଅହମ୍ମଦ ଜୟନ କରିଥିଲା।
ଆଦିଲ ପୁଲୱାମା ଗୁଡିବାଗରୁ ଗାୟବ ହୋଇଯାଇଥିଲା। ତାର ଦୁଇ ସାଥି ତୌସିଫ ଏବଂ ଓସିମ ମଧ୍ୟ ଗାୟବ ହୋଇଯାଇଥିଲେ। ତୌସିଫର ବଡ ଭାଇ ମଞ୍ଜୁର ଅହମଦ ଡାର ମଧ୍ୟ ଆତଙ୍କବାଦୀ ଥିଲା ଯାର ୨୦୧୬ ମସିହାରେ ମୃତ୍ୟୁ ହୋଇଥିଲା। ଆଦିଲ ଏକ ସ୍ଥାନିୟ ମସଜିଦରେ ଅଜାନ ଦେଉଥିଲା।
ଘାଟିରେ କଡା ସୁରକ୍ଷା
ଶ୍ରୀନଗର ପୁଲୱାମା ଆକ୍ରମଣ ପରେ ଘାଟିରେ ଅନ୍ୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ପୂରା ଘାଟିରେ ସୁରକ୍ଷା ପ୍ରତିଷ୍ଠାନ, ପୋଲିସ ଥାନା ଆଦି ସ୍ଥାନରେ ଛିଡା ହେବାର ଅନୁମତି ଦିଆଯାଉନାହିଁ। ସବୁ ସ୍ଥାନରେ କଡା ଯାଞ୍ଚ କରାଯାଉଛି।