Below header

ଗିରଫ ଆଶଙ୍କାରେ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେ,ବମ୍ବେ ହାଇକୋର୍ଟଙ୍କୁ ମାଗିଛନ୍ତି ଅନ୍ତରୀଣ ସୁରକ୍ଷା

କେନ୍ୟୁଜ୍(ବ୍ୟୁରୋ): ବନ୍ଧା ହେବେ କି ବାନ୍ଧୁଥିବା ଅଧିକାରୀ ? ବଢ଼ିଲା ଏନସିବି ଅଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେଙ୍କ ଗିରଫଦାରୀ ଆଶଂକା। ବମ୍ବେ ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ଲୋଡ଼ିଲେ ଓ୍ଵାଙ୍ଖଡ଼େ। ମହାରାଷ୍ଟ୍ର ସରକାର ତାଙ୍କୁ ବ୍ୟକ୍ତିଗତ ଆକ୍ରମଣ କରୁଥିବା କୋର୍ଟଙ୍କୁ ଜଣାଇଛନ୍ତି ସମୀର ଓ୍ଵାଙ୍ଖଡେ । କହିଛନ୍ତି, ଯେ କୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯାଇପାରେ । ଏଥିସହ ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ସିବିଆଇ କିମ୍ବା କୌଣସି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବାକୁ ଆବେଦନ କରିଛନ୍ତି ସମୀର ଓ୍ଵାଙ୍ଖଡେ । ତେବେ ଗିରଫର ୩ ଦିନ ପୂର୍ବରୁ ନୋଟିସ ଦିଆଯିବ ବୋଲି କୋର୍ଟଙ୍କୁ ଜଣାଇଥିଲେ ମହାରାଷ୍ଟ୍ର ସରକାରଙ୍କ ଓକିଲ।

ମୁମ୍ବାଇ ପୋଲିସ ସ୍କାନରେ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ । ତଦନ୍ତ କରୁଥିବା ଅଧିକାରୀଙ୍କ ବିରୋଧରେ ତଦନ୍ତ ହେବ । ଓ୍ଵାଙ୍ଖଡେଙ୍କ ବିରୋଧରେ ଆସିଛି ଜୋରଜବରଦସ୍ତ ଟଙ୍କା ଆଦାୟ ଭଳି ୪ ଗୁରୁତର ଅଭିଯୋଗ । ଏହାର ତଦନ୍ତ କରିବେ ମୁମ୍ବାଇର ୪ ପୋଲିସ ଅଫିସର । ଆସିଷ୍ଟାଣ୍ଟ କମିଶନର ମିଲିନ୍ଦ ଖେତଲେ, ଇନସପେକ୍ଟର ଅଜୟ ସାଓ୍ଵନ୍ତ, ଆସିଷ୍ଟାଣ୍ଟ ଇନସପେକ୍ଟର ଶ୍ରୀକାନ୍ତ କରକର ଓ ସବ୍‌ ଇନସପେକ୍ଟର ପ୍ରକାଶ ଗୌଲି ମାମଲାର ତଦନ୍ତ କରିବେ। ଏହା ସହ ୨ ବରିଷ୍ଠ ଅଧିକାରୀ ତଦନ୍ତର ତଦାରଖ କରିବେ। ଏମାନେ ହେଲେ ଆଡିସନାଲ କମିଶନର ଅଫ ପୋଲିସ ଦିଲ୍ଲୀପ ସ୍ୱାଓନ୍ତ ଓ ଡେପୁଟି କମିଶନର ହେମରାଜ ସିଂ ରାଜପୁତ ।

ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ଓ୍ଵାଙ୍ଖଡେ । ଜନ୍ମ ସାର୍ଟିଫିକେଟ୍‌ରୁ ନିକାହନାମା । ଓ୍ଵାଙ୍ଖଡେ ହିନ୍ଦୁ ନା ମୁସଲିମ୍‌ ? ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଓ୍ଵାଙ୍ଖଡେଙ୍କ ପ୍ରଥମ ପତ୍ନୀଙ୍କ ବାପା ଡକ୍ଟର ଜାହିଦ କୁରେସୀ । ଓ୍ଵାଙ୍ଖଡେଙ୍କ ବାର୍ତ ସାର୍ଟିଫିକେଟ୍‌କୁ ନେଇ ବିବାଦ ଆରମ୍ଭ ହେବା ପରେ ସେମାନେ ହିନ୍ଦୁ ବୋଲି ଓ୍ଵାଙ୍ଖଡେଙ୍କ ପରିବାର ଦାବି କରି ଆସୁଛନ୍ତି । କୁରେସୀ କହିଛନ୍ତି ଓ୍ଵାଂଖଡେ ପରିବାର ମୁସଲିମ ବୋଲି ସେ ଜାଣିଥିଲେ । ମୁସଲିମ ପରିବାର ଭାବେ ତାଙ୍କ ଘରକୁ ଆସିଥିଲେ ଓ୍ଵାଙ୍ଖଡେ ପରିବାର । ମୁସଲିମ ରୀତିନୀତିରେ ମଧ୍ୟ ବିବାହ ହୋଇଥିଲା । ଏବେ ତାଙ୍କ ପରିବାରର ପ୍ରତିଷ୍ଠାକୁ ନେଇ ପ୍ରଶ୍ନ ଉଠିବା ପରେ ସେ ଗଣମାଧ୍ୟମକୁ ଆସିବାକୁ ବାଧ୍ୟ ହୋଇଛନ୍ତି ।

ପ୍ରଥମେ ଲାଞ୍ଚ ଅଭିଯୋଗ। ପରେ ସାର୍ଟିଫିକେଟ୍‌ ଜାଲିଆତି ଓ ବିବାହ ବିବାଦ । ଓ୍ଵାଙ୍ଖଡେଙ୍କ ଅଡ଼ୁଆ ବଢ଼ିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଛନ୍ତି ପତ୍ନୀ କ୍ରାନ୍ତି ରେଡକର । ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ସାକ୍ଷାତ ପାଇଁ ସମୟ ମାଗିଛନ୍ତି । ପ୍ରତିଦିନ ତାଙ୍କୁ ଲାଞ୍ଛିତ କରାଯାଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଛତ୍ରପତି ଶିବାଜୀ ମହାରାଜାଙ୍କ ରାଜ୍ୟରେ ମହିଳାଙ୍କ ମର୍ଯ୍ୟାଦା ସହ ଖେଳାଯାଉଛି । ଯଦି ବାଲା ସାହେବ ଥାଆନ୍ତେ ଏପରି ହେବାକୁ ଦେଇନଥାନ୍ତେ । ଜଣେ ମରାଠୀ ଭାବେ ସେ ବାଲାସାହେବଙ୍କ ଉତ୍ତରାଧିକାରୀ ଉଦ୍ଧବଙ୍କ ଠାରୁ ନ୍ୟାୟ ପାଇବା ଆଶା ରଖିଛି ବୋଲି ଲେଖିଛନ୍ତି କ୍ରାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.