Below header

ସାରା ଦୁନିଆ କରୋନା ସହ ଲଢ଼ୁଥିବା ବେଳେ, ଉତ୍ତର କୋରିଆ ଛାଡ଼ିପାରୁନି ନିଜ ପ୍ରକୃତି; କରୁଛି ମିସାଇଲ ଟେଷ୍ଟ

ସାରା ଦୁନିଆ ଏବେ କରୋନା ଭାଇରସ ସହ ଲଢ଼େଇ କରୁଥିବା ବେଳେ ଉତ୍ତର କୋରିଆ ଏଭଳି ସ୍ଥିତିରେ ମିସାଇଲ ପରୀକ୍ଷଣ କରିବାରେ ଲାଗିଛି। ଆଜି ଉତ୍ତର କୋରିଆ ପୂର୍ବ ସାଗର ଆଡ଼କୁ ଦୁଇଟି କମ ଦୂରଗାମୀ ବାଲାଷ୍ଟିକ ମିସାଇଲ କ୍ଷେପଣ କରିଛି। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ ଅଫ ଷ୍ଟାଫ ଏହି ସୂଚନା ଦେଇଛନ୍ତି।

South Korea, US plan military exercises despite North Korean ...

ସିଓଲ ସ୍ଥିତ ଏକ ନ୍ୟୁଜ ମିଡିଆ ସୂଚନା ଦେଇଛି ଯେ ଦୁଇଟି ଯାକ ମିସାଇଲ ସକାଳ ୬.୧୦ରେ ପୂର୍ବତଟୀୟ ସହର ୱାନସାନରୁ ୨୦ ସେକେଣ୍ଡ ବ୍ୟବଧାନରେ ଉତ୍ତର-ପୂର୍ବ ଆଡ଼କୁ କ୍ଷେପଣ କରାଯାଇଛି।

ମିଡିଆ ତରଫରୁ କୁହାଯାଇଛି ଯେ ବର୍ତ୍ତମାନ ସ୍ଥିତିରେ ସାରା ବିଶ୍ୱ କରୋନା ମହମାରୀକୁ ନେଇ ଚିନ୍ତାରେ ଥିବା ବେଳେ ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ମିସାଇଲ ପରୀକ୍ଷଣ ସମ୍ପୂର୍ଣ୍ଣ ଅନୁଚିତ କାର୍ଯ୍ୟ। ଏସବୁକୁ ତୁରନ୍ତ ରୋକିବାକୁ ଆମେ ଦାବି କରୁଛୁ। ତେବେ ଦକ୍ଷିଣ କୋରିଆର ସେନା ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.